ରାଜନୀତି

ମୋଦି ଖରାପ, ଆରଏସଏସ ଭଲ: ମମତା

ଭାରତକୁ ବିଜେପି ମୁକ୍ତ କରିବା ଲାଗି ରାଜନୀତିକ ରଣନୀତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବୟାନ ଆଲୋଡ଼ନ ସୃଷ୍ଟି କରିଛି। ଆରଏସଏସ ଏତେ ଖରାପ ନୁହେଁ। ସଂଘରେ ଏବେ ବି ଅନେକ ଭଲ ଲୋକ ଅଛନ୍ତି। ଅନ୍ତତଃ ଯେଉଁମାନେ ବିଜେପି ଭଳି ଚିନ୍ତା କରୁନାହାନ୍ତି। ଟିଏମସିର ଛବିକୁ ମଳିନ କରିବାକୁ ବିଜେପି କେଉଁ ସ୍ତରକୁ ଖସିଗଲାଣି କହି କ୍ଷୋଭ ଝାଡ଼ିବା ସହ ଏମିତି ଜାଣିଥିଲେ ରାଜନୀତି କରିନଥାଆନ୍ତି ବୋଲି କହିଛନ୍ତି ଦିଦି।

ବିଜେପିଠୁ ଆରଏସଏସ ବହୁତ ଭଲ। ବିଜେପି ଭଳି ହୀନ ଓ ପ୍ରତିଶୋଧ ରାଜନୀତି କରେନି ସଂଘ। ସଂଘ ପରିବାରରେ ଅନେକ ଭଲ ଲୋକ ଅଛନ୍ତି, ଯେଉଁମାନେ ବିଜେପି ଭଳି ଚିନ୍ତା କରନ୍ତିନି। ଦିନେ ନା ଦିନେ ବିଜେପିର ଏଭଳି ଆଚରଣକୁ ଦେଖି ସଂଘ ପରିବାରର ଧୈର୍ଯ୍ୟଚ୍ୟୁତି ହେବ। ଟିଏମସିର ଛବିକୁ ମଳିନ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛି ବିଜେପି। ଯଦି ବିଜେପି ଏଥିରୁ ବିରତ ରହିବନି, ତେବେ ସେ କାହାକୁ ବି ଛାଡ଼ିବେନି ବୋଲି ଚେତାବନୀ ଦେଇଛନ୍ତି ଦିଦି।ସମାଜ ସେବା ଲାଗି ସେ ରାଜନୀତିକୁ ଆସିଛନ୍ତି। କିନ୍ତୁ ଏବେ ଲାଗୁଛି, ବହୁ ଆଗରୁ ରାଜନୀତି ଛାଡ଼ି ଦେଇଥିଲେ ଭଲ ହୋଇଥାଆନ୍ତା। ଆଜିକାର ରାଜନୀତି ଏତେ କଳୁଷିତ ଲାଗି ଆଜି ସେ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଅନେକ ମିଛ ବଦନାମୀର ସାମ୍ନା କରିବାକୁ ପଡ଼ୁଛି। ଏହା କେବଳ ପ୍ରତିଶୋଧ ରାଜନୀତି ନୁହଁ। ବରଂ ଖୁଲମଖୁଲା ହିଂସାର ଚିତ୍ର ଓ ଚରିତ୍ର ଅଟେ। ବନ୍ୟଜନ୍ତୁ ଓ କୋଇଲା ତସ୍କରୀ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର ହିଁ ଦାୟୀ। କୋଇଲା ଚୋରୀରୁ ସବୁ ପଇସା କାଳିଘାଟ ଯାଉଛି କହି ବିଜେପି ଲଗାଇଥିଲା ଆରୋପ। କାଳିଘାଟ ହେଉଛି ମମତାଙ୍କ ଆବାସ। ଦିଦି ଏହା ଉପରେ କାଉଣ୍ଟର କରିଛନ୍ତି କି, ଏ ଅର୍ଥ କଅଣ ମାଆ କାଳୀଙ୍କ ପାଖକୁ ଯାଉଥିବା କଥା ବିଜେପି କହୁଛି କି।

ବେଆଇନ ସମ୍ପତ୍ତି ଠୁଳ ନେଇ କୌଣସି ସତ୍ୟତା ପ୍ରମାଣିତ ହେଲେ, ତାଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଳାଇ ଦିଆଯାଉ ବୋଲି କହିଛନ୍ତି ଦିଦି। ଲୋକଙ୍କ ସ୍ୱାଧୀନତା ଛଡ଼ାଇବାକୁ ପେଗାସସ୍, ଲୋକଙ୍କ ଘରୁ ଅର୍ଥ ଅସୁଲି ଲାଗି ଇଡି ଓ ସିବିଆଇକୁ ଲଗାଉଛି ବିଜେପି। ଏବେ ମିଡିଆ ଟ୍ରାଏଲ ଚାଲିଛି। ମିଡିଆ, ନ୍ୟାୟପାଳିକା ଓ ବିରୋଧୀ ରାଜନୀତି ଦଳକୁ ବିଜେପି ଡରାଉଛି।ସେପ୍ଟେମ୍ୱର ୨ରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କୋଇଲା ଚୋରୀ ମାମଲାରେ ଇଡିରେ ହାଜର ଲାଗି ସମନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button