ଘରେ ଭୁଲରେ ବି ଏପରି ମନିପ୍ଳାଣ୍ଟ ଗଛ ଲଗାନ୍ତୁ ନାହିଁ, ନଚେତ ବହୁତ ବଡ କ୍ଷତି ! Vastu tips

ବନ୍ଧୁଗଣ ଘରେ ମନିପ୍ଳାଣ୍ଟ ଗଛ ଲଗାଇବାକୁ ବହୁତ ଶୁଭ ମନାଯାଇଥାଏ । ତେବେ ଘରେ ମନିପ୍ଳାଣ୍ଟ ଗଛ ଲଗାଇବା ଦ୍ଵାରା ଅନେକ ପ୍ରକାର ଘରେ ଫାଇଦା ମଧ୍ୟ ହୋଇଥାଏ । ଯେପରିକି ମନିପ୍ଳାଣ୍ଟ ଘରେ ଲଗାଇବା ଦ୍ଵାରା ଘରର ଆର୍ଥିକ ଅବସ୍ଥା ଭଲ ରହିବା ସହ ଘରେ ବାସ୍ତୁଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ହେଲେ ଏହି ମନିପ୍ଳାଣ୍ଟ ଗଛ ଲଗାଇବାର କେତେକ ନିୟମ ରହିଛି ? ଯାହାକୁ ମାନି ମନିପ୍ଳାଣ୍ଟ ନିଜ ଘରେ ଲଗାଇବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ ।
ତେବେ ଚାଲନ୍ତୁ ମନିପ୍ଳାଣ୍ଟ ସମ୍ବଦ୍ଧିତ କିଛି ତଥ୍ୟ ବିଷୟରେ ଜାଣିନେବା । ମନିପ୍ଳାଣ୍ଟକୁ ଘରର ଉତ୍ତରପୂର୍ବ ପାର୍ଶ୍ଵରେ ଲଗାଇବାକୁ ଶୁଭ ମନାଯାଇନଥାଏ । କାରଣ ଯେଉଁ ବ୍ୟକ୍ତି ଏହି ଦିଗରେ ମନିପ୍ଳାଣ୍ଟକୁ ଲଗାଇଥାଏ । ସେହି ଘରେ ବିଭିନ୍ନ ପ୍ରକାର ସମସ୍ଯାମାନ ଦେଖାଦେଇଥାଏ । ଘରର ଆର୍ଥିକ ସ୍ଥିତି ଭଲ ରହିବା ବଦଳରେ ଘରର ଆର୍ଥିକ ସ୍ଥିତି ଅଧିକ ବିଗିଡି ଯାଇଥାଏ ।
ଏଥିସହ ସେହି ଘରର ପରିବାର ସଦସ୍ୟଙ୍କ କ୍ଯାରିଅରରେ ମଧ୍ୟ ଅନେକ ପ୍ରକାର ବାଧା ଦେଖାଏଇଥାଏ । ଏପରିକି ଏହି ସ୍ଥାନରେ ମନିପ୍ଳାଣ୍ଟ ଲଗାଇବା ଦ୍ଵାରା ଘରର ସଦସ୍ୟଙ୍କ ମଧ୍ୟରେ ଅନେକ ସମୟରେ ମତଭେଦ ସୃଷ୍ଟି ହୋଇ ଝଗଡା ମଧ୍ୟ ଲାଗିଥାଏ । ତେଣୁ ଭୁଲରେ ବି ଘରର ଉତ୍ତରପୂର୍ବ ପାର୍ଶ୍ଵରେ ମନିପ୍ଳାଣ୍ଟ ଗଛକୁ ଲଗାନ୍ତୁ ନାହିଁ ।
ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଉତ୍ତର ପାର୍ଶ୍ଵ ବୃହଷ୍ପତ୍ତିଙ୍କ ପ୍ରତିନିଧିତ୍ଵ କରିଥାଏ ଓ ଶୁକ୍ରଙ୍କ ପ୍ରତିପକ୍ଷ ଭାବେ ପରିଗଣିତ ହୋଇଥାଏ । ତେଣୁ ଏହି ଦିଗରେ ମନିପ୍ଳାଣ୍ଟକୁ ଲଗାଇବା ଦ୍ଵାରା ଘରକୁ ନକରାତ୍ମକ ଊର୍ଜର ସଂଚାର କରିଥାଏ । ଏପରିକି ଘରର ପଶ୍ଚିମପୂର୍ବ ପାର୍ଶ୍ଵରେ ମଧ୍ୟ ମନିପ୍ଳାଣ୍ଟ ଲଗାଇବା ଉଚିତ ହୋଇନଥାଏ । ତେଣୁ ମଣିପ୍ଲାଣ୍ଟକୁ ଯେଉଁ ମାନେ ନିଜ ଘରେ ଲଗାଇବା ପାଇଁ ଚାହୁଁଛନ୍ତି ।
ସେମାନେ ନିଜ ଘରର ଦକ୍ଷିଣ ପୂର୍ବ ଦିଗରେ ମନିପ୍ଳାଣ୍ଟକୁ ଲଗାଇବା ଉଚିତ ହୋଇଥାଏ । ଏହି ଦିଗଟି ମନିପ୍ଳାଣ୍ଟ ଗଛ ପାଇଁ ସର୍ବୋତ୍ତମ ଦିଗ ହୋଇଥାଏ । ଏହି ଦିଗରେ ମନିପ୍ଳାଣ୍ଟ ଗଛ ଲଗାଇବା ଦ୍ଵାରା ପ୍ରଭୁ ଗଣେଶଙ୍କ କୃପା ସେହି ବ୍ୟକ୍ତିର ଘର ଉପରେ ପଡିଥାଏ । ଏଥିସହ ଘରେ ଆର୍ଥିକ ଉନ୍ନତି ହେବା ସହ ଘରେ ସୁଖ, ସମୃଦ୍ଧି ବଜାୟ ରହିଥାଏ । ଏଥିପାଇଁ ଘରେ ସୁଖ, ଶାନ୍ତିର ମାହୋଲ ବନି ରହିଥାଏ ।