ଚଉରା ମୂଳେ ଦୀପ ଜାଳିବାର ସଠିକ୍ ନିୟମ, ଏହି ଉପାୟରେ ପୂଜା କଲେ ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ତୁଳସୀ ଗଛ ପ୍ରତି ଓଡିଆଙ୍କ ମନରେ ଭକ୍ତି ଭାବନା ଜଡିତ ହୋଇ ରହିଥାଏ । ତୁଳସୀ ଚଉରାକୁ ଶୁଭର ପ୍ରତୀକ ବୋଲି ମଧ୍ୟ ମାନାଯାଇଥାଏ । ତୁଳସୀ ଗଛକୁ ଅଶୁଭ କାର୍ଯ୍ୟ ସମୟରେ ମଧ୍ୟ ମୃତଦେହ ସହିତ ଶ୍ମଶାନକୁ ପଠାଯାଇଥାଏ । ତୁଳସୀକୁ କେବଳ ପୂଜାରେ ବ୍ୟବହାର କରାଯାଇନଥାଏ ବରଂ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ତୁଳସୀ ଚଉରାକୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ ବୋଲି ହିନ୍ଦୁଙ୍କ ମନରେ ବିଶ୍ବାସ ରହିଥାଏ ।
ପୂଜା କରିବା ଦ୍ବାରା ନକରାତ୍ମକ ଭାବନା ଦୂରେଇଯାଏ । କିନ୍ତୁ ପୂଜାରେ ନିୟମ ରଖି ପୂଜା କଲେ ଆତ୍ୟନ୍ତ ଶୀଘ୍ର ଶୁଭପ୍ରଦ ବୋଲି ଶାସ୍ତ୍ରରୁ ଜଣା ପଡେ । ତୁଳସୀ ଚଉରା ମୂଳେ ଆପଣ କିପରି ସନ୍ଧ୍ୟାବତୀ ଜାଳୁଛନ୍ତି ତେବେ ଆସନ୍ତୁ ଏହାର ସଠିକ୍ ନିୟମ ଏବଂ ଉପାୟ ସମ୍ପର୍କରେ ଜାଣିବା ।
ଶାସ୍ତ୍ରରେ କୁହାଯାଏ ଯେ, ତୁଳସୀ ଚଉରା ମୂଳେ ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ସଠିକ୍ ନିୟମକୁ ଅନୁକରଣ କରି ପୂଜା କରିବା ଦ୍ବାରା ଘରେ ମା’ ଲକ୍ଷ୍ମୀ ଆସିଥାନ୍ତି ଏବଂ ଦେବତା ଘରେ ବାସ କରନ୍ତି । ଘରେ ଧନ-ଯଶ ବୃଦ୍ଧି ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଚଉରାରେ ପାଣି ଚଢାଇ ଦୀପ ଜାଳିବା ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ସନ୍ଧ୍ୟା ସେବାର ବିଶେଷ ମହତ୍ୱ ରହିଛି ।
ଶାସ୍ତ୍ରରେ ଦୀପ ଜାଳିବାର ଉଚିତ୍ ମାର୍ଗ୍ ଦେଖାଇ ଦିଆଯାଇଛି । ଯଦି ଆପଣ ଦୀପକୁ ଭୁଲ ଦିଗରେ ରଖୁଛନ୍ତି ତେବେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହା ବିଶ୍ୱାସ କରାଯାଏ ଯେ ଦୀପକୁ ତୁଳସୀ ପାଖରେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ରଖିବା ଉଚିତ। ଏହା କରିବା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଯାଏ ଏବଂ ତା’ ସ୍ଥାନରେ ସକାରାତ୍ମକ ଶକ୍ତି ସଂଚାରିତ ହୁଏ। ବିଶ୍ୱାସ କରାଯାଏ ଯେ ତୁଳସୀଙ୍କ ପାଖରେ ଠିକ୍ ଦିଗରେ ଦୀପ ଜାଳିଲେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ।
ଅନେକ ଲୋକ ଚଉରା ମୂଳେ ଦୀପ ଜାଳିବାର ସଠିକ୍ ନିୟମ ଏବଂ ଉପାୟ ସମ୍ପର୍କରେ ଜାଣିନଥାନ୍ତି । ଯାହା ଫଳରେ ମନ ଇଚ୍ଛା କୌଣସି ବି ଦିଗକୁ ମୁହଁ କରି ଦୀପ ରଖିଥାନ୍ତି । ତେଣୁ ପୂଜାର ପୁଣ୍ୟ ଫଳ ପ୍ରାପ୍ତି ହୋଇନଥାଏ । ଚଉରା ମୂଳେ ୩ କିମ୍ବା ୫ଟି ଦୀପ ଜଳାଇବା ଉଚିତ୍ ବୋଲି ଶାସ୍ତ୍ରରେ କୁହାଯାଉଛି । ଏପରି ନିୟମ ଅନୁକରଣ କରିବା ଦ୍ବାରା ଘରେ ସୁଖ-ସମୃଦ୍ଧିରେ ପୁରି ଉଠେ । ଯଦି ଆପଣଙ୍କ ଘରେ ଆର୍ଥିକ ସ୍ଥିତିରେ ଖରାପ ଦେଖୁଛନ୍ତି ତେବେ ଏହି ନିୟମକୁ ନିଶ୍ଚୟ ପାଳନ କରନ୍ତୁ । ଯାହା ଫଳରେ ବିଷ୍ଣୁ –ଲକ୍ଷ୍ମୀ ଘର ଉପରେ କୃପା କରିଥାନ୍ତି ।
ଯଦି ଆପଣ ଦାରିଦ୍ର୍ୟତାର ସମ୍ମୁଖୀନ କରୁଛନ୍ତି ତେବେ ସନ୍ଧ୍ୟାରେ ଚଉରା ମୂଳେ ଦୀପ ଜାଳିବା ସମୟରେ କଉଡି ରଖି ନିଶ୍ଚୟ ପୂଜା କରନ୍ତୁ । ଯଦି ସମ୍ଭବ ତେବେ ଦୀପ ତଳେ ହଳଦିଆ ରଙ୍ଗର କଉଡି ରଖନ୍ତୁ । ଯାହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ, ଦୀପରୁ କାଉଡ଼ିଟିକୁ ବାହାର କରି ଆପଣ ଯେଉଁ ସ୍ଥାନରେ ରଖିନ୍ତି ସେଠାରେ ରଖନ୍ତୁ । ଏହି ସରଳ ସମାଧାନ ଗ୍ରହଣ କରି, ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇପାରିବେ ଏବଂ ଦାରିଦ୍ର୍ୟ ମଧ୍ୟ ଦୂର ହୋଇପାରିବ । ଦୀପ ଧାସରେ ଯେପରି ତୁଳସୀ ଗଛକୁ ଉତ୍ତାପ ଦେଉ ନଥିବ ତା’ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ । ଏହି ନିୟମକୁ ପାଳନ କଲେ ସକରାତ୍ମକ ପ୍ରଭାବ ଘର ଉପରେ ପଡିଥାଏ ।
ଅନ୍ୟପଟେ କିଛି ଲୋକ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଦେଇଥାନ୍ତି । ଯାହାକୁ ଭୁଲ ବୋଲି ଶାସ୍ତ୍ରରେ କୁହାଯାଏ । ସୂର୍ଯ୍ୟାସ୍ତ ପରେ ତୁଳଦୀ ଗଛକୁ ଛୁଇଁବା, ପତ୍ର ଛିଣ୍ଡାଇବା କିମ୍ବା ପାଣି ଦେବା ଅନୁଚିତ୍ ବୋଲି କୁହାଯାଏ । ଯାହା ଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ୟା ସମ୍ମୁଖୀନ କରିବାକୁ ପଡିଥାଏ । ଏହା ସହିତ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଥାଏ । ତେଣୁ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ସୂର୍ଯ୍ୟାସ୍ତ ପୂର୍ବରୁ ସନ୍ଧ୍ୟା ଦିଅନ୍ତୁ । ତେବେ ଘରେ ସୁଖଶାନ୍ତି ବଜାୟ ରଖେ ।



