ଦେଶ ବିଦେଶ

ଗଣେଶ ପୂଜା ପାଇଁ ମାସ ନ ପୂରୁଣୁ ଆକାଉଣ୍ଟକୁ ଆସିବ ଦରମା – Utkal Mail


ନୂଆଦିଲ୍ଲୀ: ଏଣିକି ମାସ ଶେଷ ଯାଏଁ ଦରମା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ | ଗଣେଶ ପୂଜା ଉପଲକ୍ଷେ ମାସ ନ ପୂରୁଣୁ ଆକାଉଣ୍ଟକୁ ଦରମା ଆସିଯିବ | ଏହି ଖବର ପଢି ଆପଣ ଅଧିକ ଖୁସି ହୁଅନ୍ତୁ ନାହିଁ | କାରଣ ଏହା ସାରା ଦେଶରେ ନୁହେଁ ବରଂ ଦୁଇଟି ରାଜ୍ୟ ପାଇଁ ଲାଗୁ ହେବ ଓ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କୁ ଅଗଷ୍ଟ ମାସରେ ମାସ ନ ପୂରୁଣୁ ଦରମା ଟଙ୍କା ପଠାଇବେ | ବାସ୍ତବରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଦୁଇଟି ରାଜ୍ୟରେ ସମୟ ପୂର୍ବରୁ ଦରମା ଏବଂ ପେନସନ ଦେବାକୁ ଘୋଷଣା କରିଛନ୍ତି | ଖବର ଅନୁଯାୟୀ କେରଳ ଏବଂ ମହାରାଷ୍ଟ୍ରର କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର ଉତ୍ସବ ଉପହାର ଦେବେ । ଓନାମ ଏବଂ ଗଣେଶ ଚତୁର୍ଥୀ ପର୍ବକୁ ଦୃଷ୍ଟିରେ ରଖି କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ଦରମା ଏବଂ ପେନ୍‌ସନ୍‌ ପ୍ରଦାନ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି।

‘ଓନାମ’ ଏବଂ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହା କୁହାଯାଇଛି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ କେରଳର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା / ପେନସନ ୨୫ ଅଗଷ୍ଟ ୨୦୨୩ରେ ପଠାଯିବ। ଅନ୍ୟପକ୍ଷରେ, ମହାରାଷ୍ଟ୍ରର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ପେନସନ ୨୭ ସେପ୍ଟେମ୍ବର ୨୦୨୩ ପୂର୍ବରୁ ଆକାଉଣ୍ଟକୁ ପଠାଯିବ। ଅର୍ଥ ମନ୍ତ୍ରଣାଳୟ କହିଛି ଯେ କେରଳ ଏବଂ ମହାରାଷ୍ଟ୍ର ରାଜ୍ୟରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସମୟ ପୂର୍ବରୁ ଦେବାକୁ ରାଜ୍ୟରେ ଥିବା କାର୍ଯ୍ୟାଳୟକୁ କୁହାଯାଇଛି |

ମନ୍ତ୍ରଣାଳୟ କହିଛି ଯେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କେରଳ / ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ସମସ୍ତ ବ୍ୟାଙ୍କର ସମସ୍ତ ପେମେଣ୍ଟ ଶାଖାକୁ ତୁରନ୍ତ ଏହି ନିର୍ଦ୍ଦେଶନାମା ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଅନୁରୋଧ କରାଯାଇଛି। ଅନ୍ୟପଟେ କେରଳ ସରକାର ଓନାମକୁ ଦୃଷ୍ଟିରେ ରଖି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୪୦୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଛନ୍ତି | ସେହିପରି ଯେଉଁମାନେ ବୋନସ ପାଇଁ ଯୋଗ୍ୟ ନୁହଁନ୍ତି ସେମାନଙ୍କୁ ୨୭୫୦ ଟଙ୍କାର ସ୍ୱତନ୍ତ୍ର ଉତ୍ସବ ଭତ୍ତା ମିଳିବ | ଅନ୍ୟପକ୍ଷରେ ଅବସରପ୍ରାପ୍ତ କର୍ମଚାରୀମାନେ ୧,୦୦୦ ଟଙ୍କା ବୋନସ ଭାବେ ପାଇବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button