ମନୋରଞ୍ଜନ

ହଟ ଦେଖାଯିବା ପାଇଁ ଏହି ହିରୋଇନମାନେ ଆପଣାଇଥାନ୍ତି ଏମିତି ଭୟାନକ ତରିକା, ଜାଣିଲେ ଆପଣଙ୍କ ଝାଳ ବାହାରିଯିବ

ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ ଅଭିନେତ୍ରୀମାନଙ୍କର କିଛି ସତ୍ୟତା କହିବାକୁ ଯାଉଛୁ, ଯେଉଁମାନେ ଲକ୍ଷ ଲକ୍ଷ ଲୋକମାନଙ୍କୁ ନିଜର ସୁନ୍ଦରତାରେ ଦିବାନି କରି ରଖିଛନ୍ତି । କିନ୍ତୁ ତାଙ୍କର ସୁନ୍ଦରତାର ରହସ୍ୟ ଜାଣିଲେ ଆପଣଙ୍କର ଝାଳ ବାହାରିଯିବ । ଯେଉଁଠି ଗୋଟିଏ ସାଧାରଣ ଝିଅର ସୁନ୍ଦରତା ୩୦ ବର୍ଷ ପରେ କମ ହୋଇଯାଏ, ଅନ୍ୟ ପଟେ ବଲୀଉଡ ଓ ହଲିଉଡ ଅଭିନେତ୍ରୀମାନେ ୩୦ ନୁହେଁ ୫୦ ବର୍ଷ ପର୍ଯ୍ୟନ୍ତ ବି ସୁନ୍ଦର ଦେଖାଯାନ୍ତି ।

ତାଙ୍କର ଚେହେରାରେ ବହୁତ ଚମକ ନଜର ଆସିଥାଏ । ଏହାର କାରଣ ସେମାନେ ଏକ ପ୍ରକାରର ଟ୍ରୀଟମେଂଟ ସମୟ ସମୟରେ ନେଇଥାନ୍ତି । କିନ୍ତୁ ଏହି ଟ୍ରୀଟମେଂଟ ଏତେ ବି ସହଜ ନୁହେଁ, ଏହାକୁ ନେବା ସମୟରେ ବହୁତ କଷ୍ଟ ହୋଇଥାଏ, ଯାହାକୁ ସହିବା ବହୁତ କଷ୍ଟ ଅଟେ ।

ଆଜିକାଲି ଆମ ଦେଶରେ କପ ଥେରାପୀ ଟ୍ରୀଟମେଂଟ ବହୁତ ଟ୍ରେଣ୍ଡରେ ଅଛି । ଏହା ଏକ ପ୍ରକାରର ଚାଇନୀଜ ରିଲାକ୍ସେଶନ ଥେରାପୀ ଅଟେ । ଏହା ଜରିଆରେ ଶରୀର ଭିତରର ଖରାପ ଦ୍ରବ୍ୟକୁ ବାହାର କରାଯାଏ ଓ ସ୍କିନ ଟିସୁକୁ ଅକ୍ସିଜେନ ଓ ଅନ୍ୟ ତତ୍ଵ ଦେଇ ଆରାମ ଦିଆଯାଏ । କହିବାକୁ ଗଲେ ଉର୍ବଶୀ ରୌତେଲା, ଦିଶା ପଟାନୀ ଠାରୁ ନେଇ ବହୁତ ବଲୀଉଡ ଅଭିନେତ୍ରୀମାନେ ଏହି କପ ଥେରାପୀ ଟ୍ରୀଟମେଂଟ ନେଇଥାନ୍ତି ।

ଏହି କପ ଥେରାପୀରେ ଆକ୍ୟୁପଂଚର ସ୍ପେଶାଲିସ୍ଟ କଟନର ଗୋଲାକୁ ପ୍ରଥମେ ମଦରେ ଭିଯାଇ ଥାନ୍ତି । ଏହା ପରେ ତାହାକୁ କାଚ ର ଛୋଟ ଗ୍ଳାସ କିମ୍ବା କପରେ ରଖି ଏଥିରେ ନିଆଁ ଲଗାଇ ଦିଆଯାଏ ଓ ଏହି ନିଆଁକୁ ଲିଭାଇ ଗରମ ଥିବା ସେହି ପାତ୍ରକୁ ସଙ୍ଗେ ସଙ୍ଗେ ସ୍କିନ ଉପରେ ରଖାଯାଏ ।

ଦୁନିଆର ସବୁଠୁ ଆକର୍ଷକ ଫିଗର ବାଲା ଅଭିନେତ୍ରୀ ଓ ସୁପର ମଡେଲ କିମ କାର୍ଦଶିୟନଙ୍କର ଦୁନିଆରେ କୋଟି କୋଟି ଦିବାନା ଅଛନ୍ତି । ଲୋକମାନେ ତାଙ୍କର ଫିଗର ଛଡା ଗ୍ଲୋଇଙ୍ଗ ସ୍କିନର ବି ଫ୍ୟାନ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି କିମ ସୁନ୍ଦର ଦେଖାଯିବା ପାଇଁ ‘ପ୍ଲେଟଲେଟ ରିଚ ପ୍ଲାଜ୍ମା ଥେରାପୀ’ ନିଅନ୍ତି । ଏହି ଥେରାପୀରେ ବ୍ୟକ୍ତିର ଶରୀରରୁ ରକ୍ତ ବାହାର କରି ତାହାକୁ ପୁଣି ଥରେ ସ୍କିନ ଭିତରେ ଇଂଜେକ୍ଟ କରାଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button