କ୍ରୀଡା

ମହିଳା ପ୍ରିମିୟର୍ ଲିଗ୍: ବେଙ୍ଗାଲୁରୁକୁ ହରାଇଲା ଦିଲ୍ଲୀ

ମୁମ୍ବାଇ : ମହିଳା ପ୍ରିମିୟର୍ ଲିଗ୍‌ (ଡବ୍ଲୁପିଏଲ୍‌)ର ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬୦ ରନ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ହରାଇ ଅଭିଯାନ ଆରମ୍ଭ କରିଛି। ସେଫାଳି ବର୍ମା ଓ ମେଗ୍‌ ଲାନିଙ୍ଗଙ୍କ ବିସ୍ଫୋରକ ବ୍ୟାଟିଂ ପରେ ‌ତାରା ନୋରିସଙ୍କ ୫ ୱିକେଟ୍‌ ସଫଳତା ବଳରେ ଦିଲ୍ଲୀ ଏହି ବିଜୟ ପାଇଛି। ‌‌ନୋରିସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଅପରାହ୍ଣ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ। ସେଫାଳି (୮୪, ୪୫ ବଲ୍‌, ୧୦ ଚୌକା, ୪ ଛକା) ଏବଂ ଲାନିଙ୍ଗ (୭୨, ୪୩ ବଲ୍‌, ୧୪ ଚୌକା)ଙ୍କ ଅର୍ଦ୍ଧଶତକ ବଳରେ ୨୨୩/୨ କରିଥିଲା। ଏହି ଦୁଇ ଓପନର୍‌ ପ୍ରଥମ ୱିକେଟ୍‌ ଭାଗୀଦାରିରେ ୧୪.୩ ଓଭରରେ ୧୬୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ଦୁଇଟି ବଲ୍‌ ବ୍ୟବଧାନରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ଏହାପରେ ମାରିଜାନ କାପ (୩୯, ୧୭ ବଲ୍‌, ୩ ଚୌକା, ୩ ଛକା) ଓ ଜେମିମା ରଡ୍ରିଗୁଏଜ (୨୨, ୧୫ ବଲ୍‌, ୩ ଚୌକା) ଅପରାଜିତ ରହିବା ସହ ବିସ୍ଫୋରକ ଖେଳି ଦଳୀୟ ସ୍କୋର୍‌ ୨୦୦ ପାର୍‌ କରିଥିଲେ। ବାଙ୍ଗାଲୋର ପକ୍ଷରୁ ହିଦର ନାଇଟ୍‌ ୨ ୱିକେଟ୍‌ ନେଇଥିଲେ। ଜବାବରେ ବାଙ୍ଗାଲୋର ୮ ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସ୍ମୃତି ମନ୍ଧାନା ୩୫, ହିଦର ନାଇଟ୍‌ ୩୪, ଏଲିସ ପେରି ୩୧, ଓ ମେଗାନ ସ୍କୁଟ୍‌ ୩୦* ରନ୍‌ କରିଥିଲେ ମଧ୍ୟ ବଡ଼ ଭାଗୀଦାରି ଗଢ଼ି ପାରି ନଥିଲେ। ବାଙ୍ଗାଲୋରର ୫ ୱିକେଟ୍‌ ଝାଡ଼ି ନୋରିସ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଡବ୍ଲୁପିଏଲ୍‌ରେ ପ୍ରଥମ ୫ ୱିକେଟ୍‌ ସଫଳତା ଗୌରବ ପାଇଥିବା ଆମରିକାର ନୋରିସଙ୍କୁ ଦିଲ୍ଲୀ ୧୦ ଲକ୍ଷ ଟଙ୍କାରେ କିଣିଥିଲା।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୩/୨ (ସେଫାଳି ବର୍ମା-୮୪, ମେଗ ଲାନିଙ୍ଗ-୭୨, ମାରିଜାନ କାପ-୩୯*, ଜେମିମା ରଡ୍ରିଗୁଏଜ-୨୨, ହିଦର ନାଇଟ-୨/୪୦)। ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର ୨୦ ଓଭରରେ ୧୬୩/୮ (ସ୍ମୃତି ମନ୍ଧାନା-୩୫, ହିଦର ନାଇଟ୍‌-୩୪, ଏଲିସ ପେରି ୩୧, ମେଗାନ ସ୍କୁଟ ୩୦, ତାରା ନୋରିସ-୫/୨୯, ଆଲିସ କାପସେ-୨/୧୦)।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button