ଦେଶ ବିଦେଶ

ହିଜବୁଲ୍ଲାକୁ ଇସ୍ରାଏଲର ପାଲଟା ଜବାବ୍: ବେକା ଘାଟିକୁ ଧ୍ୱଂସ କରିବା ପାଇଁ ଯୋଜନା

ଜେରୁଜେଲମ୍: ଲେବାନନର ବେକା ଘାଟି ଉପରେ ଆକ୍ରମଣ କରିବାକୁ ଯାଉଛୁ ବୋଲି ସୋମବାର ଇସ୍ରାଏଲର ସେନା ଚେତାବନୀ ଦେଇଛନ୍ତି। ହିଜବୁଲ୍ଲା ସେଠାରେ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରୁଥିବା ଖବର ମିଳିବା ପରେ ଇସ୍ରାଏଲ ସେନା ଏଭଳି ଯୋଜନା କରିଛନ୍ତି। ସେହି ଅଞ୍ଚଳରୁ ଦୂରେଇ ଯିବାକୁ ଇସ୍ରାଏଲ ନାଗରିକମାନଙ୍କୁ ନିବେଦନ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମୁଖପାତ୍ର ଡାନିଏଲ ହାଗରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆପଣଙ୍କର ନିଜ ସୁରକ୍ଷା ପାଇଁ, ଯେଉଁ ଘରଗୁଡ଼ିକରେ ଅସ୍ତ୍ରଶସ୍ତ୍ର ରଖାଯାଇଛି ସେହି ଘରଗୁଡ଼ିକଠାରୁ ଦୂରରେ ରୁହନ୍ତୁ।

ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏହି ଆକ୍ରମଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାନ୍ତି। ସୋମବାର ହାଗାରରୁ ଏହା ଦ୍ୱିତୀୟ ଚେତାବନୀ ଥିଲା। ଏହାପୂର୍ବରୁ ସକାଳେ ଦକ୍ଷିଣ ଲେବାନନର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା କାରଣ ହିଜବୁଲ୍ଲାର କ୍ରୁଜ୍ କ୍ଷେପଣାସ୍ତ୍ର ରଖାଯାଇଥିବା ସ୍ଥାନକୁ ଟାର୍ଗେଟ କରିବାକୁ ଇସ୍ରାଏଲ୍ ଯୋଜନା କରିଛି।

ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଇସ୍ରାଏଲ୍ ସେନା ମୁଖପାତ୍ର ଅଭିଚାଇ ଆଡରେ ଏକ ବିବୃତିରେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ହିଜବୁଲ୍ଲା ଦ୍ବାରା କ୍ଷେପଣାସ୍ତ୍ର ଲୁଚାଇ ରଖାଯାଇଥିବା ପ୍ରାୟ ୩୦୦ ଘର ଉପରେ ଇସ୍ରାଏଲ ଆକ୍ରମଣ କରିଛି।

ଆଇଡିଏଫ ଏକ ବିବୃତିରେ କହିଛି ଇସ୍ରାଏଲ ସୋମବାର ଲେବାନନ ଉପରେ ଏୟାର ଷ୍ଟ୍ରାଇକର ତୃତୀୟ ଅଭିଯାନ ଆରମ୍ଭ କରିଛି। ଲେବାନନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ଏହି ଆକ୍ରମଣ ପୁଣି ଆରମ୍ଭ ହୋଇଛି। ସୋମବାର ସକାଳେ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲୋକଙ୍କ ମଧ୍ୟରେ ଆକ୍ରମଣ ଯୋଗୁ ଆତଙ୍କ ଖେଳି ଯାଇଛି।

ଇସ୍ରାଏଲର ଅଧିକାରୀଙ୍କ କହିବାନୁସାରେ, ହିଜବୁଲ୍ଲା ରବିବାର ଦିନ ଇସ୍ରାଏଲର ଉତ୍ତର ବିନୟାମିନା ନିକଟରେ ଥିବା ଏକ ଆଇଡିଏଫ୍ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀର ଚାରିଜଣ ସୈନିକ ନିହତ ହୋଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button