ଭୁଲରେ ବି ନିବସ୍ତ୍ର ହୋଇ କରନ୍ତୁନି ଏହି ତିନୋଟି କାମ । ନଚେତ ହୋଇଯିବେ ମୃତ ବୃକ୍ଷ

ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଗରୁଡ଼ ପହଞ୍ଚି ପ୍ରଶ୍ନ କଲେ ଯେ ମନୁଷ୍ୟ କେଉଁ କାମ ନିବସ୍ତ୍ର ହୋଇ କରିବା ଉଚିତ ନୁହେଁ । ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ , ମନୁଷ୍ୟ ନିବସ୍ତ୍ର ହୋଇ ଭୋଜନ , ସ୍ନାନ ଏବଂ ଶୟନ କରିବା ଉଚିତ ନୁହେଁ । ଏହାଦ୍ବାରା ମନୁଷ୍ୟ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାକୁ ବୁଝାଇ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଏକ କଥା ଶୁଣାଇଛନ୍ତି । ଯାହାକୁ ଯଦି କେହିବି ମଣିଷ ଶୁଣନ୍ତି ତେବେ ସବୁ ପାପରୁ ମୁକ୍ତି ମିଳିଯିବ । ସେହି କଥା ଅନୁଯାୟୀ ପ୍ରାଚୀନ କାଳରେ ଏକ ଅତି ଶୋଭାୟମାନ ନଗରୀ ଥିଲା ଯେଉଁଠି ଦେବଶର୍ମା ନାମକ ଜଣେ ବିଦ୍ୱାନ ବ୍ରାହ୍ମଣ ରହୁଥିଲେ । ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ ଏବଂ ଅନେକ ଜ୍ଞାନର ଅଧିକାରୀ ମଧ୍ୟ ଥିଲେ ।
ଥରେ ଦେବଶର୍ମା ତୀର୍ଥକୁ ବାହାରିଲେ ଏବଂ ଭୋଜନ ପାଇଁ ସାଥିରେ କିଛି ଚାଉଳ ମଧ୍ୟ ନେଲେ । ସେ ଏକ ଜଙ୍ଗଲ ଦେଇ ଯାଉଥିଲେ । ଜଙ୍ଗଲ ମଧ୍ୟରେ ଏକ ବଡ଼ ପୁଷ୍କରିଣୀ ଦେଖି ଦେବଶର୍ମା ସେଠାରେ ଭୋଜନ କରିବା ସହିତ କିଛି ସମୟ ବିଶ୍ରାମ କରିବାକୁ ଭାବିଲେ । ପୁଷ୍କରିଣୀରୁ ଜଳ ଭରିବା ସମୟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ । ପୁଷ୍କରିଣୀର ଚାରି ପାଖରେ ସବୁ ଗଛ ସବୁଜ ଏବଂ ପୂର୍ଣ୍ଣ ଦେଖା ଯାଉଥିବା ବେଳେ କେବଳ ଦୁଇଟି ଗଛ ଶୁଖିଲା ଏବଂ ଜୀବନ ନଥିବା ଭଳି ଦେଖା ଯାଉଥିଲା । କିଛି ସମୟ ଭାବିବା ପରେ ଦେବଶର୍ମା ଭାବିଲେ ଯେ ଯାହାହେଉ ରୋଷେଇ ପାଇଁ ଶୁଖିଲା କାଠ ମିଳିଗଲା । ଏହା ଭାବି ସେହି ଗଛରୀ କାଠ ଭାଙ୍ଗିବା ଆରମ୍ଭ କରିଦେଲେ । ଗଛକୁ ଛୁଇଁବା ମାତ୍ରେ କାହାରି ଏକ ଅଦୃଶ୍ୟ ଶବ୍ଦ ଶୁଣିବାକୁ ମିଳିଲା ‘ ହେ ବ୍ରାହ୍ମଣ