ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଲାଭକାରୀ ହୋଇଥାଏ ଚେବନପ୍ରାସ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ପ୍ରକୋପରୁ ରକ୍ଷା ପାଇବା ପାଇଁ ସମସ୍ତେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଉପଦେଶ ଦେଇଥାନ୍ତି। ଏହିକାରଣରୁ ରୋଗ ପ୍ରତିରୋଦକ ଶକ୍ତି ବଢାଇାବ ପାଇଁ ଏକ୍ସପର୍ଟଙ୍କ ଦ୍ବାରା ଚେବନପ୍ରାସ୍ ସେବନ କରିବା ଲାଭକାରୀ ବୋଲି କୁହାଯାଇଥାଏ। ଛୋଟ ପିଲାମାନଙ୍କର ଇମ୍ଯୁନିଟି ଦୁର୍ବଳ ହୋବ ଦ୍ବାରା ଏହାକୁ ସେବନ କରିବା ଉଚିତ। ଏନେଇ ଆପଣ ଚେବନପ୍ରାସ୍ ବଜାରରୁ କିଣିବା ପରିବର୍ତ୍ତେ ଘରେ ହିଁ ସହଜରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଚେବନପ୍ରାସର ଫାଇଦା ଏବଂ ଏହାକୁ ପ୍ରସ୍ତୁତ କରିବାର ସହଜ ଉପାୟ।
ଆବଶ୍ଯକୀୟ ସାମଗ୍ରୀ:
ଅଁଳା- ୧/୨ କିଲୋ
ଗୁଡ- ୧କପ୍
ଘିଅ- ୫ଚାମଚ
କିସମିସ୍- ଏକ ମୁଠା
ଖଜୁରୀ- ୧୨
ଗୁଜୁରାତି- ୬ ରୁ ୮ଟି
ଗୋଲମରିଚ- ୯ ରୁ ୧୦ ଟି ଦାନା
ଡାଲଚିନି ପାଉଡର- ୧ଚାମଚ
ଅନାସୀ ଫୁଲ ପାଉଡର- ୧ ଚାମଚ
କେସର- ଅଳ୍ପକିଛି
ଜୀରା- ୧ଚାମଚ
ଲବଙ୍ଗ- ୮ ରୁ ୯ଟି
ପ୍ରସ୍ତୁତି ପ୍ରଣାଳୀ:
ସର୍ବପ୍ରଥମେ ଅଁଳାକୁ ଧୋଇ ଫ୍ରେସରକୁକର୍ ରେ ୨ଟି ସିଟି ଦେଇ ସିଝାନ୍ତୁ। ଏହାପରେ ଏହାକୁ ଥଣ୍ଡା କରି ଏକ ପାତ୍ରରେ ଛାଣି ଦିଅନ୍ତୁ। ପାଣିରେ ୧୦ ମିନିଟ୍ ପର୍ଯ୍ଯନ୍ତ କିସମିସ୍ ଏବଂ ଖଜୁରୀକୁ ରଖନ୍ତୁ। ଏହାପରେ ଅଁଳା, କିସମିସ୍ ଏବଂ ଖଜୁରୀକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ଅଁଳା ପେଷ୍ଟ ପକାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଥିବା ପେଷ୍ଟରେ ଗୁଡ ପକାଇ ୫ମିନିଟ୍ ପର୍ଯ୍ଯନ୍ତ ଭଲଭାବେ ମିଶିବା ପାଇଁ ଛାଡି ଦିଅନ୍ତୁ। ଏହାପରେ ବାକି ସବୁ ମସଲା ପକାଇ ମଧ୍ଯମ ଆଞ୍ଚରେ ପ୍ରସ୍ତୁତ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚେବନପ୍ରାସ୍। ବର୍ତ୍ତମାନ ଆପଣ ଏହାକୁ ଥଣ୍ଡା କରି ଏୟାର୍ ଟାଇଟ୍ ଡବାରେ ଭର୍ତ୍ତି କରି ଫ୍ରିଜ୍ ରେ ରଖିପାରିବେ। ଏହା ପାଖାପାଖି ୨ ମାସ ପର୍ଯ୍ଯନ୍ତ ଖରାପ ହୋଇନଥାଏ।
ଚେବନପ୍ରାସ୍ ଖାଇବାର ଫାଇଦା:
-ଏହାକୁ କୌଣସି ବି ସମୟରେ ଖିଆଯାଇପାରିବ କିନ୍ତୁ ଚେବନପ୍ରାସ୍ କୁ ସକାଳ ଏବଂ ରାତିରେ ଶୋଇବା ପୂର୍ବରୁ ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ। ଏଥିସହ ଆପଣ ପ୍ରତ୍ଯେକ ଦିନ ୧ଚାମଚ ଚେବନପ୍ରାସ୍ ଗରମ କ୍ଷୀରରେ ପକାଇ ସେବନ କରିପାରିବେ।
-ଔଷଧୀୟ ଗୁଣରେ ଭରପୁର ଚେବନପ୍ରାସ୍ ସେବନ କରିବା ଦ୍ବାରା ଶରୀରରେ ଇମ୍ଯୁନ ସିଷ୍ଟମ୍ ମଜବୁତ୍ ହୋଇଥାଏ। ବିଶେଷ ରୂପେ ଏହା ଛୋଟ ପିଲାଙ୍କୁ ବ୍ଯାକ୍ଟେରିଆଲ ଏବଂ ଫଙ୍ଗଲ୍ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ।
-ଏଥିସହ ଏହାକୁ ପ୍ରତ୍ଯେକ ଦିନ ସେବନ କରିବା ଦ୍ବାରା ପାଚନ ଶକ୍ତି ମଜବୁତ୍ ହୋଇଥାଏ। ପେଟ ଯନ୍ତ୍ରଣା, କବଚ, ପେଟରେ ଜ୍ବଳନ ଆଦି ପେଟ ଜନିତ ସମସ୍ଯାରୁ ମୁକ୍ତି ମିଳିଥାଏ। ଏହାକୁ ହାଲୁକା ଗରମ ପାଣିରେ ସେବନ କରିବା ଦ୍ବାରା ଏହିସବୁ ସମସ୍ଯା ଦୂର ହୋଇଥାଏ।
-ପ୍ରତ୍ଯେକ ଦିନ ଏହାକୁ ୧ଚାମଚ ଖାଇବା ଦ୍ବାରା ଇମ୍ଯୁନିଟି ସିଷ୍ଟମ ମଜବୁତ୍ ହୋଇଥାଏ। ସେହିଭଳି କାଶ, ଥଣ୍ଡା ମଧ୍ଯ ଭଲ ହୋଇଥାଏ।
-ଏସବୁ ବ୍ଯତୀତ ପ୍ରତ୍ଯେକ ଦିନ ଚେବନପ୍ରାସ୍ ସେବନ କରିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପିଲାମାନଙ୍କ ମସ୍ତିଷ୍କ ବିକାଶ ହୋଇଥାଏ।


