ଦେଶ ବିଦେଶ

ପୁଅର ମୃତଦେହକୁ ଏମ୍ସରେ ଛାଡ଼ି ଫେରାର ହୋଇଗଲେ ମାତା-ପିତା, ଖୋଜୁଛି ଦିଲ୍ଲୀ ପୁଲିସ୍ – Utkal Mail


ନୂଆଦିଲ୍ଲୀ: ପିତାମାତା ନିଜ ସନ୍ତାନଙ୍କ ପାଇଁ ଜୀବନ ଦେଇଦେବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେହି ନିଜ ପିଲାକୁ ମୃତଦେହକୁ ଛାଡ଼ି ଫେରାର ହୋଇଯିବାର ?  ଏଭଳି ଏକ ଦୁଃଖଦ ଘଟଣା ଦିଲ୍ଲୀ ଏମ୍ସରୁ ସାମ୍ନାକୁ ଆସିଛି। ଗାଜିଆବାଦର ଜଣେ ୧୨ ବର୍ଷୀୟ ବାଳକର ଦିଲ୍ଲୀ ଏମ୍ସରେ ମୃତ୍ୟୁ ଘଟିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବାଳକର ମୃତ୍ୟୁ ପରଠାରୁ ତା’ର ପିତାମାତା ନିଖୋଜ ଅଛନ୍ତି। ଦିଲ୍ଲୀ ପୁଲିସ ସେମାନଙ୍କୁ ଖୋଜୁଛି।

ଏହି ମାମଲାରେ ମୃତକଙ୍କ ପିତାମାତା ଦେଇଥିବା ଠିକଣା ମଧ୍ୟ ନକଲି ସାବ୍ୟସ୍ତ ହୋଇଛି। ହସପିଟାଲ ରେଜିଷ୍ଟରରେ ସେମାନେ ଦେଇଥିବା ମୋବାଇଲ ନମ୍ବରରେ ପୁଲିସ କଲ କରିବାରୁ ତାହା ବନ୍ଦ ଥିଲା । କିନ୍ତୁ ଉକ୍ତ ନମ୍ବରର ଲୋକେସନ ଗାଜିଆବାଦର ଖେଡ଼ା ବାହାରିଲା । ସେଠାରେ ପହଞ୍ଚି ଦେଖିବାବେଳେକୁ ଘରେ ତାଲା ଲଗାଯାଇଥିଲା । ଏଭଳି ସ୍ଥିତିରେ ବାଳକର ପିତାମାତାଙ୍କ ଉପରେ ପୋଲିସର ସନ୍ଦେହ ଗଭୀର ହେବାରେ ଲାଗିଛି । ସେମାନେ ମୃତ ବାଳକର ଅସଲି ପିତାମାତା ନା ଅନ୍ୟ କେହି ତାହାକୁ ନେଇ ପୁଲିସ ଅକଳରେ ପଡ଼ିଯାଇଛି ।

ତେବେ ପିତାମାତା ଏଭଳି କାମ କେମିତି କରିପାରିବେ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଶିଶୁର ମୃତଦେହକୁ ଏମ୍ସର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଦୁଇ ଦିନ ତଳେ ଏହି ଶିଶୁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ପୁଲିସ ପୂରା ଘଟଣାର ତଦନ୍ତ ଚଳାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button