କ୍ରାଇମ

ଭିନ୍ନ ମୋଡ଼ ନେଲା କ୍ୟାମେରା ମ୍ୟାନ୍ ମାନସଙ୍କ ହତ୍ୟା ମାମଲା, ମୋ ସ୍ତ୍ରୀକୁ ଶର୍ମିଷ୍ଠା ନେଇ ଫେରାର…

ତେବେ ଆପଣମାନେ କ୍ୟାମେରା ମ୍ୟାନ୍ ମାନସଙ୍କ ହତ୍ୟା ମାମଲା ବିଷୟରେ ଜାଣିଥିବେ। ତେବେ ଏହି ମାମଲାର ପୋଲିସ ଖୋଳତାଡ଼ କରୁଛି। ତେବେ ଏହି ମାମଲା ସହ ଜଡିତ ଥିବା ଦୁଇ ମହିଳା ନିଖୋଜ ଥିବା ଜଣା ପଡ଼ିଛି। ତେବେ ପୋଲିସ କହିବାନୁଯାୟୀ ଏହି ଦୁଇ ମହିଳାଙ୍କ ଲିଙ୍କ ହ-ତ୍ୟା-କାରୀ ସହ ରହିଛି। ତେବେ ପୋଲିସ ନିଖୋଜ ମହିଳାଙ୍କୁ ଖୋଜିବାରେ ଲାଗିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଭୁବନେଶ୍ୱର ଏୟାର ଫିଲ୍‌ଡ ଅଞ୍ଚଳରେ ରହୁଥିବା ଅରୁଣ କୁମାର ଭୋଇଙ୍କ ସ୍ତ୍ରୀ ଗତ ୭ ତାରିଖରୁ ନିଖୋଜ ଅଛନ୍ତି। ତେବେ ଅରୁଣଙ୍କ କହିବାନୁଯାୟୀ, ତାଙ୍କ ସ୍ତ୍ରୀଙ୍କୁ ଶର୍ମିଷ୍ଠା କେଉଁଆଡ଼େ ନେଇ ଯାଇଛନ୍ତି। ଗତ ୭ ତାରିଖ ସକାଳେ ଶର୍ମିଷ୍ଠା ଘରେ ପହଞ୍ଚି ମୋ ସ୍ତ୍ରୀକୁ ଚାନ୍ଦବାଲି ନେବା କହି ଆଉ କେଉଁଆଡ଼େ ନେଇ ଯାଇଛି। ତେବେ ଗତ ୧୦ ଦିନ ହେବ ସ୍ତ୍ରୀଙ୍କ ଫୋନ ଲାଗୁ ନଥିବା କହିଛନ୍ତି ସ୍ୱାମୀ ଅରୁଣ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଅରୁଣଙ୍କ ସ୍ତ୍ରୀ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମ୍‌ରେ କାମ କରନ୍ତି। ସେ ସେଠାରେ ବୃଦ୍ଧ ଓ ବୃଦ୍ଧା ମାନଙ୍କ ସେବା କରନ୍ତି। କିନ୍ତୁ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ଓ ହତ୍ୟା ଖବର ପରଠୁ ଶର୍ମିଷ୍ଠାଙ୍କ ପତ୍ତା ମିଳୁନଥିବା ବେଳେ ତାଙ୍କ ସହ ସେ ଆତ୍ମଗୋପନ କରି ଥାଇପାରନ୍ତି ସନ୍ଦେହ କରାଯାଉଛି। ପୋଲିସ କରିଥିବା ତଦନ୍ତରୁ ଜଣା ପଡ଼ିଛି ଯେ ହତ୍ୟା ମାମଲାରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଙ୍କ ସମ୍ବନ୍ଧ ରହିଛି ବୋଲି କିନ୍ତୁ ସେହି ତିନି ଜଣଙ୍କ କୌଣସି ପତ୍ତା ମିଳୁନାହିଁ।

ନିଖୋଜ ମହିଳାଙ୍କ ସ୍ୱାମୀ ଅରୁଣ କହିଛନ୍ତି ଯେ ଘରୁ ଯିବା ପୂର୍ବରୁ ସେ କୌଣସି ଏକ ଚିପ୍ ବିଷୟରେ କଥାବାର୍ତ୍ତା ହେଉଥିଲେ। ଯଦି ଏହି ମାମଲାର ମୋ ସ୍ତ୍ରୀର ହାତ ଥାଏ ତେବେ ତାଙ୍କୁ ଦ-ଣ୍ଡ ଦିଆଯାଉ। ତେବେ କ୍ୟାମେରା ମ୍ୟାନ୍ ମାନସଙ୍କ ମୃ-ତ୍ୟୁ-କୁ ପ୍ରାୟ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଅପ-ରାଧୀ ଧରା ପଡି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button