ସ୍ୱାସ୍ଥ୍ୟ

ଏହି ବରା ଯିଏ ଖାଇବ ତାର ମୃତ୍ୟୁ ସୁନିଶ୍ଚିତ (ଭଗବାନ ମଧ୍ୟ ବଞ୍ଚେଇ ପାରିବେ ନାହିଁ)

କେଉଁଠି ଗୋଡ଼ ତଳେ ଖାଦ୍ୟ ଜିନିଷ ପଡ଼ିଛି ତ କିଏ ଖାଦ୍ୟରେ ଛେପ ପକାଉଛି ତ ପୁଣି କିଏ ଗୁପଚୁପ ପାଣିରେ ମୂତ୍ର ବିସର୍ଜନ କରୁଛି ।ଏଥିପାଇଁ ଆଜିର ଏହି ଭିଡିଓକୁ ଦେଖି ସାରିବା ପରେ ଆପଣ ବାହାରର ଖାଦ୍ୟ ଖାଇବା ତ ଦୂରର କଥା ତା ବିଷୟରେ ସ୍ବପ୍ନରେ ମଧ୍ୟ ଭାବି ପାରିବେ ନାହିଁ। କାରଣ ଭିଡିଓର ଶେଷ ଘଟଣା ଆସୁଆସୁ ଆପଣଙ୍କ ହୋଶ ଉଡିଯିବ।

ଗୁପଚୁପ ଲଭର୍ସ ଯଦି ଆପଣ ଏହି ଭିଡିଓକୁ ଦେଖୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣ ଯେଉଁ ପାଣି ଚକରରେ ଗୁପଚୁପ ଖାଉଛନ୍ତି ତାହା କୈାଣସି ଲୋକର ମୂତ୍ର ମଧ୍ୟ ହୋଇପାରେ।ଏବେ ଆପଣ ଭାବୁଥିବେ ଯେ ଭାଇ ଭିଡିଓ ବନେଇବା ପାଇଁ ଏସବୁ ମିଛ କହି ଯାଉଛନ୍ତି। ବାସ୍ତବରେ ଏହି ଭିଡିଓ ଆସାମର ଗୌହାଟିରୁ ରେକର୍ଡ କରା ଯାଇଥିଲା।

ଯେଉଁଠାରେ ଜଣେ ଗୁପଚୁପ ବାଲା ନିଜ ଖଟାମିଠା ପାଣିରେ ଅନ୍ୟ କିଛି ନୁହେଁ ବରଂ ନିଜ ମୂତ୍ର ମିଶାଇବା ଆରମ୍ଭ କରି ଦେଇଥିଲେ। କୁହାଯାଉଛି ଯେ ଲୁଣ ସରି ଯାଇଥିବାରୁ ସେ ଏମିତି କାର୍ଯ୍ୟ କରିଥିଲେ। କିନ୍ତୁ ସେହିଲୋକ ଠାରୁ ସେଦିନ ଯିଏ ଗୁପଚୁପ ଖାଇଥିବେ ସେମାନଙ୍କ କଥା ଭାବିବା ବେଳକୁ ଆମ ମୁଣ୍ଡ କାମ କରିବା ବନ୍ଦ ହୋଇଯାଏ।

ବ୍ରେଡରୁ ତିଆରି କରା ଯାଇଥିବା ଶୁଖିଲା ଟୋଷ୍ଟ ତ ଆପଣମାନେ ନିଶ୍ଚିତ ଖାଇଥିବେ ଏବଂ ଏବେବି କେହି ଚାହାରେ ବୁଡ଼େଇ ଏହାର ମଜା ନେଉଥିବେ। ଏମିତି ଲୋକ ଏହି ଭିଡିଓକୁ ଟିକେ ଆଖି ଖୋଲି ଦେଖି ନିଅନ୍ତୁ। କେଉଁଠାରେ ଟୋଷ୍ଟକୁ ପାଦ ତଳେ ରଖା ଯାଇଛି ତ କିଏ ଛେପ ଲଗାଇ ଅଇଁଠା କରି ଟୋଷ୍ଟକୁ ପ୍ୟାକେଟ କରୁଛି।ପରେ ଏହି ପ୍ୟାକେଟ ଟୋଷ୍ଟକୁ ଆମେ ମଧ୍ୟ ଖାଇଥାଉ।ଥରେ ଭାବନ୍ତୁ ଯେ ଯେଉଁ ଜିନିଷକୁ ଆମେ ସ୍ବାସ୍ଥ୍ୟ ବନେଇବା ପାଇଁ ଖାଉ କଣ ତାହା ଆମକୁ ଅନେକ ଗୁଡ଼ିଏ ରୋଗ ଆଣିଦେବ।

ଯେତେବେଳେ ଆମେ ବାହାରକୁ ବୁଲିବା ପାଇଁ ଯାଇଥାଉ ତ ଭୋକ ଲାଗିଲେ ରାସ୍ତା କଡ଼ରେ ବିକ୍ରି ହେଉଥିବା ପକଡା ଆଦି ଖାଇ ଦେଇଥାଉ।ଯାହା ବହୁତ ସ୍ୱାଦିଷ୍ଟ ମଧ୍ୟ ଲାଗେ। କିନ୍ତୁ ଏହି ଭିଡିଓ ମୋ ମୁଣ୍ଡକୁ ବହୁତ ଶ୍ଲୋ ମଧ୍ୟ କରିଦେଲା। କାରଣ ଯଦି ଏପରି ଭାବରେ ଖାଦ୍ୟ ଜିନିଷ ବନା ଯାଉଛି ତାହେଲେ ରାସ୍ତା କଡର ଷ୍ଟ୍ରିଟ ଫୁଡ ଖାଇବା ଆମ ଜୀବନ ନେଇ ଯାଇପାରେ।

ଭଗବାନ ଏହି ଲୋକଙ୍କୁ ଗୋଟିଏ ହାତ ନଦେଇ ପାରିଥାନ୍ତି କିନ୍ତୁ ସେତିକି ଭୟଙ୍କର ବୁଦ୍ଧି ତ ଦେଇଛନ୍ତି ଯାହାଦ୍ଵାରା ସେ ନିଜ ଝାଳ ଏବଂ ରୋଗ ଜୀବାଣୁ ମିଶ୍ରିତ ଷ୍ଟ୍ରିଟ ଫୁଡ ଖୁଆଇ କିଛି ଭଲ ଲୋକଙ୍କୁ ମଧ୍ୟ ଯମରାଜାଙ୍କ ପାଖକୁ ପଠେଇ ଦେବ।

ଆଜିକାଲି ସହରର ପ୍ରତ୍ୟେକ ଗଳିରେ କୈାଣସି ଠେଲାବାଲା ଆପଣଙ୍କୁ ମିଳିଯିବ।ଯିଏ ପରିବାପତ୍ର ବିକ୍ରି କରୁଥିବାର ଦେଖାଯାଏ। କିନ୍ତୁ କଣ ହେବ ଯଦି ଏହି ପରିବା କୈାଣସି ଟ୍ୟାପ ନୁହେଁ ବରଂ ଡ୍ରେନ ପାଣିରେ ଧୂଆ ହୋଇ ଆପଣଙ୍କ ଘରକୁ ଆସିବ।

ଏଠାରେ ଆପଣ ଯେଉଁ ମହାପୁରୁଷଙ୍କୁ ଦେଖୁଛନ୍ତି ସେ ପରିବାକୁ ଡ୍ରେନ ପାଣିରେ ଧୋଇ ବିକ୍ରି କରନ୍ତି। କିନ୍ତୁ ସେଦିନ ତାଙ୍କ ଭାଗ୍ୟ ଖରାପ ଥିଲା ଯେ ସେ କ୍ୟାମେରାରେ ଧରା ପଡିଗଲେ। ଏଥିରୁ ଆପଣ ଭାବି ପାରୁଥିବେ ଯେ କେତେ ରୋଗ ଜୀବାଣୁ ପରିବା ସହିତ ଆପଣଙ୍କ ପେଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

ଗୁପଚୁପ ଲଭର୍ସ ବିଶେଷ କରି ଝିଅମାନେ ଗୁପଚୁପ ଦେଖିଲେ ନଖାଇ ରହି ପାରନ୍ତି ନାହିଁ। କିନ୍ତୁ ଏହି ଭିଡିଓକୁ ଦେଖି ସାରିବା ପରେ ଗୁପଚୁପ ଖାଇବା ତ ଦୂରର କଥା ସେମାନେ ଏହି ବିଷୟରେ ଭାବିବା ପାଇଁ ସାହାସ ମଧ୍ୟ କରିବେ ନାହିଁ।ଗଳି କନ୍ଧିରେ ଏମିତି ଏତେ ଗୁପଚୁପ ଷ୍ଟଲ ଅଛି। ଯେଉଁମାନେ ନାଁ ଗ୍ଲୋଭ୍ସ ବ୍ୟବହାର କରନ୍ତି ନାଁ ସାଧାରଣ ସ୍ବଚ୍ଛତାର ଧ୍ୟାନ ରଖନ୍ତି। ଏମିତି ମସଲା ଗୋଳେଇବା ସମୟରେ ଆପଣଙ୍କୁ ସେମାନଙ୍କ ହାତର ଝାଳ,ମଇଳା ଏବଂ ଜୀବାଣୁ ସବୁ ମାଗଣାରେ ମିଳିଯାଏ।

କେବଳ ଏତିକି ନୁହେଁ,ଏହାଠାରୁ ବହୁତ ଆଗକୁ ମଧ୍ୟ କିଛି ଗୁପଚୁପ ବାଲା ବଢି ଯାଆନ୍ତି ଏବଂ ଏମିତି କାମ କରି ବସନ୍ତି ଯାହାକୁ ଦେଖିବା ପରେ ଆପଣଙ୍କର ଗୁପଚୁପ ଖାଇବାର ନିଶା ସବୁଦିନ ପାଇଁ ଛାଡିଯିବ।

ଏଠାରେ ଏହି ଦୋକାନୀ ମାନେ ପ୍ଲେଟ ଧୋଇବା ପାଇଁ ଯେଉଁ ଜିନିଷର ବ୍ୟବହାର କରୁଛନ୍ତି ତାହା ଆପଣଙ୍କୁ ବଡ଼ବଡ଼ ହୋଟେଲରେ ମିଳିବ ନାହିଁ ବରଂ ରାସ୍ତା କଡର ନାଳ ଏବଂ ଡ୍ରେନରେ ମିଳିଯିବ। ଏମାନେ ଦୁନିଆର ପ୍ରଥମ ବୈଜ୍ଞାନିକ ଯେଉଁମାନେ ମଇଳା ପ୍ଲେଟକୁ ଧୋଇବା ପାଇଁ ମଇଳା ଜଳ ବ୍ୟବହାର କରୁଛନ୍ତି। ଭଗବାନ କରନ୍ତୁ କେହି ଭୁଲରେ ମଧ୍ୟ ଏହି ପ୍ଲେଟ ଗୁଡ଼ିକରେ ଖାଦ୍ୟ ନଖାଆନ୍ତୁ।

ଜାପାନୀଜ ଲୋକଙ୍କୁ ଗୋଟିଏ ଡିସ ବହୁତ ଭଲ ଲାଗେ।ଯାହାର ନାମ ମୋର୍ଚ୍ଚୀ ଅଟେ। କିନ୍ତୁ ଏମିତି ବି ଲୋକ ଏହି ଦୁନିଆରେ ଅଛନ୍ତି ଯେଉଁମାନେ ଏହି ଡିସକୁ ଏମିତି ବନାନ୍ତି ଯାହାକୁ ଦେଖିବା ପରେ ଖାଇଥିବା ଲୋକ ମଧ୍ୟ ପେଟରେ ଖାଦ୍ୟ ରଖି ପାରିବ ନାହିଁ।ଏହି ଭିଡିଓ କିଛି ବର୍ଷ ପୂର୍ବରୁ ବହୁତ ଭାଇରାଲ ହୋଇଥିଲା। କାରଣ ଏଠାରେ ଷ୍ଟଲ ବାଲା ମୋର୍ଚ୍ଚୀ ଡିସ କମ ବରଂ ମାଛି ଲାଗିଥିବା ପରଟା ବହୁତ ଅଧିକ ବନେଇ ଥିଲା।ସେ ଯାହାବି ହେଉ ଏହାକୁ ଖାଇଥିବା ଲୋକ କେଉଁ ରୋଗର ଶିକାର ହୋଇଥିବେ ତାହା ଭଗବାନ ଜାଣନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button