ଓଡିଶା

ଯୁବକଙ୍କୁ ରାସ୍ତାରେ ମରଣାନ୍ତକ ଆକ୍ରମଣ, କୁଜଙ୍ଗରେ ତୀବ୍ର ଉତ୍ତେଜନା

କୁଜଙ୍ଗ: ଗତକାଲି ସନ୍ଧ୍ୟରେ କୁଜଙ୍ଗ ସନ୍ନିକଟ କୋଠିଆ ସାହି ଛକରେ କୁଜଙ୍ଗ ଥାନା ବଳରାମପୁର ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଆହତ ଯୁବକଙ୍କୁ କୁଜଙ୍ଗ ପୁଲିସ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତି କରିଥିଲା। ହେଲେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଛି।

ପୀଡ଼ିତ ଯୁବକ ହେଉଛନ୍ତି ବାବୁଲା ତରାଇଙ୍କ ପୁଅ ଗୁଗୁଲ ତରାଇ।

ଅଭିଯୋଗ ଅନୁସାରେ ଗୁଗୁଲ୍ ତରାଇ ବାଇକ୍ ଯୋଗେ ତାଳଦଣ୍ଡାରୁ ଫେରୁଥିବା ବେଳେ ତାଙ୍କୁ କୋଠିଆ ସାହି ନିକଟରେ ସଂଘବଦ୍ଧ ଭାବେ କେତେକ ଯୁବକ ଆକ୍ରମଣ କରିଥିଲେ। ଜାତିଗତ ଆକ୍ଷେପ କରିବା ସହ ତାଙ୍କ ମୁଣ୍ଡକୁ ଫାର୍ସାରେ ହାଣିବା ସହ ଦୁଇ ହାତ ଗୋଡ଼କୁ ବାଡେଇ ଭାଙ୍ଗି ଦେଇଥିଲେ। ଆକ୍ରମଣର କାରଣ ଜଣା ପଡି ନଥଲେ ବି ଗତ କିଛି ମାସ ତଳେ ଏକ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆହତ ଯୁବକ ଜଣକ ଏକ ଭିଡିଓ ବାର୍ତ୍ତାରେ ଜଗନ୍ନାଥପୁର ଗ୍ରାମର ଅନେକ ଯୁବକଙ୍କ ନାମ କହୁଥିବା ବେଳେ ସେ ମନ୍ତ୍ରୀଙ୍କ ଲୋକl ତାଙ୍କ ନାମରେ ଥାନାରେ ଅଭିଯୋଗ କଲେ କିଛି ହେବନି ବୋଲି ସେମାନେ କହୁଥିବା କହିଛନ୍ତି।

ସେହିପରି ତାର ମୋବାଇଲ,ସୁନାଚେନ୍ ଓ ୧୩ହଜାର ଟଙ୍କା ଆକ୍ରମଣକାରୀ ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ପରେ ଜଗନ୍ନାଥପୁର ଓ ବଳରାମପୁର ସମେତ କୁଜଙ୍ଗରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button