ଜୀବନଶୈଳୀ

40 ଥର ଫେଲ୍ ହେବା ପରେ ବି ଶେଷରେ ହେଇଗଲେ ସରକାରୀ ଅଫିସର, ଏହି ସଫଳ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛି ଏକ ଅଭାବି ଘରର ପିଲା ସମ୍ପର୍କରେ । ଯିଏ କି ଖୁବ କଷ୍ଟ କରି କଷ୍ଟ ଉପରେ ବିଶ୍ଵାସ ରଖି ଶେଷରେ ସରକାରୀ ଚାକିରି ଉପରୁ ଭରସା ଉଠେଇ ଦେଇଥିବା କାହିଁ କାହିଁ ଭଲ ପିଲାଙ୍କ କଥାକୁ ଏଡାଇ ନିଜ କଷ୍ଟ ଉପରେ ବିଶ୍ଵାସ ରଖି ଲାଗିପଡିଲେ ସରକାରୀ ଚାକରିର ପ୍ରସ୍ତୁତିରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଭଳି ସେ ତାଙ୍କର କଷ୍ଟର ଫଳ ପାଇଲେ ।

ଏହି କାହାଣୀଟି ହେଉଛି ଗୋଟିଏ ଅଭାବି ଘରର ପିଲାର । ଯିଏ କି ନିଜ ଜୀବନର ସଂଘର୍ଷକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି । ଅନ୍ୟ ମାନଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛି ତାଙ୍କର ସଫଳତା । ତାଙ୍କ କହିବା ଅନୁଯାୟୀ ସେ ସ୍କୁଲ ସମୟରେ ଭଲ ପାଠା ପଢୁଥିଲେ । ଘରର ଆର୍ଥିକ ଅଭାବ ରହିଥିବାରୁ ସେ ଟିଉସନ ମଧ୍ୟ ନେଉନଥିଲେ । ବିନା ଟିଉସନରେ ସେ ଦଶମରେ 82% ରଖି ପରୀକ୍ଷାରେ ପାସ କଲେ । ଏହା ସତ୍ବେ ମଧ୍ୟ ସେ ଭଲ କଲେଜରେ ପାଠ ପଢିବା ପାଇଁ ସକ୍ଷମ ନଥିଲେ ତେଣୁ ସେ ଘର ପାଖ ସରକାରୀ କଲେଜରେ +2 ପଢିଲେ । ନିଜର ଶତ ପ୍ରତିଶତ ଦେଇଥିଲେ ।

ସମସ୍ତଙ୍କର ଆଶା ଭରସା ଥିଲା କି ସେ ଫାଷ୍ଟ ଡିଭିଜନ ପାଇବେ । କିନ୍ତୁ ତାଙ୍କ ରେଜଲ୍ଟ ଆସିଥିଲା ସେକେଣ୍ଡ ଡିଭିଜନ । ଏହାପରେ ସାଙ୍ଗମାନେ କହିଲେ କି ଇଙ୍ଗିନିୟରିଙ୍ଗ ପଢିଲେ 4th ଇୟରରେ କ୍ୟାମ୍ପସ ସିଲେକ୍ସନ ହୋଇଯାଏ ଏବଂ ଚାକିରି ଥୁଆ । ଏହି କଥା ଶୁଣିବା ପରେ ସେ ତାଙ୍କ ଘରେ ଏହି କଥା ଜଣାଇଥିଲେ । ତାଙ୍କ ଆର୍ଥିକ ଅବସ୍ତା ପାଠ ପଢାରେ ବାଧା ଆଣୁଥିଲେ । ତେଣୁ ତାଙ୍କ ବାପା ବ୍ୟଙ୍କରୁ ପାଠ ପଢା ପାଇଁ 8 ଲକ୍ଷର ଲୋନ ଉଠାଇଥିଲେ ।

ଗରିବ ଘରର ପିଲାଟି ଭାବିଥିଲା ପାଠ ପଢି ଚାକିରି ହେବା ପରେ ସବୁ ଲୋନ ସୁଝିଦେବ । କିନ୍ତୁ ଯେତେବେଳେ ଇଙ୍ଗିନିୟରିଙ୍ଗ 4th ଇଅର ସମୟ ଆସିଲା ସେତେବେଳେ ପିଲାଟିର ପାଦ ତଳୁ ମାଟି ଖସିଯାଇଥିଲା । କାରଣ ସେ ଜାଣିବାକୁ ପାଇଥିଲା କି କ୍ୟାମ୍ପସ ସିଲେକ୍ସନ କେବେଳ ସେଇ ମାନଙ୍କର ହେବ ଯେଉଁମାନଙ୍କ କ୍ୟାରିଆର ସବୁଥିରେ ଫାଷ୍ଟ କ୍ଳାସ ଥିବ । ସେହି ପିଲାଟିର ତ +2ରେ ସେକେଣ୍ଡ ଡିଭିଜନ ଥିଲା । ତେଣୁ ତାର ସମସ୍ତ ଆଶା ଭରସା ଭାଙ୍ଗିଗଲା । ହେଲେ ନିଜକୁ ନିରାଶ ନକରି ଭାବିଲା ଏବେ ବାପାଙ୍କ ବେପାରରେ ସାହାର୍ଯ୍ୟ କରି ଆଗକୁ ବଢିବ ।

ହେଲେ ସେଝି ପିଲାଟିର ବାପାଙ୍କ ସାଙ୍ଗ ଥଟାରେ କହିବାକୁ ଲାଗିଲେ କି ପାଠ ପଢା ପରେ ତ ନିହାତି 50.000 ହଜାର ଟଙ୍କାର ଚାକିରି ହୋଇଯିବା କଥା । ଏହି କଥା ସେହି ପିଲାଟିକୁ ବହୁତ କଷ୍ଟ ପହଞ୍ଚାଇଲା । ତେଣୁ ସେ ଘରକୁ ଆସି ନିଜର ନିସ୍ପତି ବଦାଲାଇ କହିଲା କି ମୁଁ ଦିଲ୍ଲୀ ଯିବି ସେଠାରେ ଅକ୍ଲାନ୍ତ ପରିଶ୍ରମ କରି ସରକାରୀ ଚାକରିଟିଏ ନିଶ୍ଚୟ କରିବି । ତାପରେ ଯାଇ ଘରକୁ ଫେରିବି । ଯେମିତି ସେମିତି ହେଉ ସେ ଦିଲ୍ଲୀ ଯାଇ ପହଞ୍ଚିଗଲା । ନିଜର ଶତ ପ୍ରତିଶତ ଦେବାକୁ ଲାଗିଲା । ଅନେକ ପରୀକ୍ଷାରେ ଫେଲ ମଧ୍ୟ ହେଲା ।

ନିଜର ଆତ୍ମ ବିଶ୍ଵାସ ନ ହରାଇ ଶେଷରେ ବ୍ୟାଙ୍କରେ ଆକାଉନ୍ଟାନ୍ଟର ପରିକ୍ଷାକୁ ପିଲାଟି ପାସ କରିଦେଲା । ଏବଂ ସରକାରୀ ଚାକିରିଟିଏ ହାସଲ କରିବାର ଜିଦି ସଫଳ ହେଲା । ତେଣୁ ଜୀବନରେ ନିଜର ଭରସା ବିଶ୍ଵାସ ହିଁ ଆଗକୁ ବଢାଇଥାଏ । କେବେ ହେଲେ ମଧ୍ୟ ନିଜର ଆତ୍ମ ବିଶ୍ଵାସ ହରାଇବା ଉଚିତ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button