ଜୀବନଶୈଳୀ

କୋଟିପତି ହୀରା ବ୍ୟବସାୟୀଙ୍କ 8 ବର୍ଷର ଝିଅ ହେଲେ ସାନ୍ନ୍ୟାସୀ, ବାପାଙ୍କର କୋଟି କୋଟି ସମ୍ପତ୍ତିକୁ ଛାଡି କାହିଁକି ନେଲେ ଏଭଳି ନିଷ୍ପତ୍ତି!

ନମସ୍କାର ବନ୍ଧୁଗଣ, ସବୁ ମାତା ପିତାଙ୍କର ଗୋଟିଏ ଇଛା ଥାଏ ତାଙ୍କ ଝିଅ ଭଲ ପାଠ ପଢି ଭଲ ଚାକିରିଟିଏ କରୁ ଏବଂ ଭଲ ଶାଶୁ ଘର ପାଉ । ସବୁ ବାପା ମା ଚାହିଁଥାନ୍ତି ଝିଅ କିଭଳି ତାଙ୍କ ପାଖରେ ରାଣୀ ହୋଇ ରହୁ । ଝିଅର ସବୁ ଅଳି ଅର୍ଦଳି ଶୁଣି ତାହା ପୂରଣ କରିଥାନ୍ତି ଜେଭଳି ତାଙ୍କ ଝିଅକୁ ସରଗର ଖୁସି ମିଳିବ । କିନ୍ତୁ ଆଜି ଏଭଳି ଏକ ଖବର ପହଞ୍ଚିଛି ଯେଉଁ ଘଟଣାରେ ଏହାର ଓଲଟା ଘଟିଛି । ଖବର ଅନୁଯାୟୀ ବାପା ତ କୋଟିପତି ହେଲେ ଝିଅ ଗ୍ରହଣ କରିଛି ସନ୍ୟାସୀ ଧର୍ମ । ତେବେ ଏହା ପଛର ପ୍ରକୃତ କାରଣ ଆସନ୍ତୁ ଜାଣିବା ।

ସଂସାର ଠାରୁ ମୋହାମାୟା ତ୍ୟାଗ କରି ସନ୍ୟାସୀ ଧର୍ମ ଗ୍ରହଣ କରିବା ପାଇଁ ସ୍ତିର କଲେ ବାପାଙ୍କ ଅଲିଅଳି ଝିଅ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ଗୁରଜୁରାଟର ଆଠ ବର୍ଷର ଝିଅ ଦେବଅଂଶୀ । ସେ ପିଲାଟି ଦିନରୁ କେବେ ମଧ୍ୟ ଟିଭି ଦେଖନ୍ତିନି । ଦେବଅଂଶୀ ଗୁଜୁରାଟର ହୀରା ବ୍ୟବସାୟୀ ଧନେସ ସୌମିଙ୍କ ଝିଅ । ଏତେ କୁନି ବୟସରେ ସଂସାର କଣ ନ ଜାଣି ଥିବା ବୟସରେ ସେ ସଂସାର ମୋହମାୟାକୁ ତ୍ୟାଗ କରିଛନ୍ତି ।

କୁନି ବୟସରେ ସନ୍ନ୍ୟାସିନୀ ହୋଇଛନ୍ତି ଦେବଅଂଶୀ । ତାଙ୍କ ପାଇଁ ପରିବାର ଲୋକ ବଡ ଆୟୋଜନ ମଧ୍ୟ । ସୁରଟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ 35000 ରୁ ଅଧିକ ଲୋକ ସମାଗମ ହୋଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଜୈନ ଆଚାର୍ଯ୍ୟ ବିଜୟ କୀର୍ତ୍ତି ଯଶୋନିଙ୍କ ଠାରୁ ଦିକ୍ଷା ଗ୍ରହଣ କରିଛନ୍ତି ସେ ।

ତାଙ୍କର ଏହି ଜନ ସମାଗମ ଯାତ୍ରାରେ 4ଟି ହାତୀ 20 ଘୋଡା ଏବଂ ଏଗାର ଓଟ ସାମିଲ ହୋଇଥିଲେ । ଧାର୍ମିକ ଧର୍ମକୁ ଆପଣାଇ ନେବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ ଦେବଅଂଶୀ । ଦିକ୍ଷା ନେବା ପୂର୍ବରୁ ଜୈନ ସନ୍ୟାସିନୀଙ୍କ ସହ ସେ ସମୟ ବିତାଇଥିଲେ । ମାସ ମାସ ଧରି ଜୈନ ବିଜ୍ଞଙ୍କ ସହ ଚାଲି ଚାଲି 500 କିମି ଯାତ୍ରା ବି କରିଥିଲେ ।

ଜୈନ ବିଜ୍ଞଙ୍କ ସହ ରହି ତାଙ୍କ ଜୀବନ ଶୈଳୀ ଆପଣାଇ ଛନ୍ତି । ଆଉ 5ଟି ଭାଷା ଜାଣିଛନ୍ତି ଦେବଅଂଶୀ । ଆଜିକାଲି ଯୁଗରେ ଗୋଟି କୁନି ଝିଅର ଏଭଳି ଚିନ୍ତା ଧାରା ସମସ୍ତଙ୍କୁ ଚକିତ କରିଦେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button