ବିଚାର

କୁଆଡେ ଗଲେ ସମୁଦ୍ର ମନ୍ଥନରୁ ବାହାରିଥିବା ୫ ଜଣ ରହସ୍ୟମୟୀ କନ୍ୟାମାନେ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ସମସ୍ତେ ଜାଣିଥିବେ କି, ପୌରାଣିକ ଯୁଗରେ ସମୁଦ୍ର ମନ୍ଥନ ଅସୁର ଓ ଦେବତା ମାନଙ୍କ ମଧ୍ୟରେ ହୋଇଥିଲା। ସମୁଦ୍ର ମନ୍ଥନ କାହିଁକି ଉତ୍ପନ୍ନ ହୋଇଥଲା ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। କହିବାକୁ ଗଲେ ସମୁଦ୍ର ମନ୍ଥନ ଭଗବାନ ବିଷ୍ଣୁଙ୍କର କଚ୍ଛପ ଅବତାରକୁ ନେଇ ଆରମ୍ଭ ହୋଇଥିଲା।

ଏହି କଥା ସେହି ସମୟର, ଯେଉଁ ସମୟରେ ଭଗବାନ ଇନ୍ଦ୍ରଙ୍କୁ ଋଷି ଦୁର୍ବାସା ଅଭିଶାପ ଦେଇଥିଲେ। ଯାହାଫଳରେ ଦୈତ୍ୟରାଜ ବଳି ସ୍ୱର୍ଗଲୋକକୁ ଅଧିକାର କରିବା ପାଇଁ ଦେବତା ମାନଙ୍କ ସହିତ ଯୁଦ୍ଧ କରିଥିଲା। ଏହାସହିତ ସମସ୍ତ ଦେବତା ଲକ୍ଷ୍ମୀ ଛଡା ହୋଇ ଯାଇଥିଲେ। ଦୈତ୍ୟରାଜ ବଳି ତିନିଲୋକ ଉପରେ ରାଜୁତି କରିବା ପାଇଁ ଦେବତା ମାନଙ୍କ ସହିତ ଯୁଦ୍ଧ କଲେ। ଏହା ଦେଖି ଦେବତା ମାନେ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ ଏବଂ ଦେବତା ମାନଙ୍କର କଲ୍ୟାଣ ନିମନ୍ତେ ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନ କରିବାର ଉପାୟ ବତାଇଲେ।

ସମୁଦ୍ର ମନ୍ଥନ ପାଇଁ ବାସୁକି ସାପର ମଧ୍ୟ ଯୋଗଦାନ ଥିଲା। ସମୁଦ୍ର ମନ୍ଥନ ପରେ କେଉଁ ସୁନ୍ଦରୀ କନ୍ୟା ମାନଙ୍କର ଉତ୍ପତ୍ତି ହୋଇଥିଲା। ସେମାନେ ହେଉଛନ୍ତି ରମ୍ଭା, ଦେବୀ ଲକ୍ଷ୍ମୀ, ବାରୁଣୀ, ତାରା ଓ ଭୃମୀ। ଏମାନେ ଦେବୀ ଥିଲେ, ଯେଉଁ ମାନଙ୍କୁ ବିଭିନ୍ନ ପ୍ରକାରର ଦାୟିତ୍ୱରେ ନିଯୁକ୍ତ କରାଗଲା। ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ବିବାହ କରି କ୍ଷୀର ସାଗରରେ ବାସ କଲେ।

ଦେବୀ ଲକ୍ଷ୍ମୀଙ୍କ ସହିତ ତାଙ୍କ ବଡ ଭଉଣୀ ଅଲକ୍ଷ୍ମୀ ମଧ୍ୟ ଉତ୍ପତ୍ତି ହୋଇଥିଲେ। ସମୁଦ୍ର ମନ୍ଥନରେ ଅମୃତ ଓ ବିଷ ଉଭୟ ସୃଷ୍ଟି ହୋଇଥିଲା। ବିଷ ସାରା ସଂସାରରେ ବ୍ୟାପିବା ପୂର୍ବରୁ ଭଗବାନ ଶିବ ଏହାକୁ ପାନ କରିଥିଲେ ଏବଂ ଭଗବାନ ବିଷ୍ଣୁ ଅମୃତକୁ ସମସ୍ତ ଦେବୀ ଓ ଦେବତାଙ୍କୁ ବାଣ୍ଟି ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button