ମନୋରଞ୍ଜନ

ପରଦାରେ ଦେଖିବାକୁ ମିଳିପାରେ ରଣବୀର-ୟଶ୍‌ ମୁକାବିଲା: ରାବଣ ବନିବେ ରକି ଭାଇ! – Utkal Mail


ମୁମ୍ବାଇ: ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଯେଉଁଭଳି ଭାବେ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି, ଏହାପରେ  ନିର୍ମାତା ରାମାୟଣ ଉପରେ ଫିଲ୍ମ ବନାଇବା ପୂର୍ବରୁ ଅତିକମ୍‌ରେ ୧୦ ଥର ଭାବିବେ ନିଶ୍ଚୟ। ମର୍ଯ୍ୟାଦାପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ଆଧାରିତ ଏହି କାହାଣୀକୁ ନେଇ ସିନେମା ବନାଇବା ବେଳେ ନିର୍ଦ୍ଦେଶକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ଆପଣ ଶୁଣି‌ଥିବେ ଯେ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀ ରାମାୟଣ ଉପରେ ସିନେମା ବନାଇବାକୁ ଯାଉଛନ୍ତି ଓ ଏହି ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ନିଭାଇବେ ରଣବୀର କପୁର। ତେବେ ଏଥିରେ ରାବଣ ଭୂମିକାରେ କିଏ ନଜର ଆସିବେ ବୋଲି ସଭିଙ୍କ ମନରେ ଉତ୍ସୁକତା ଥିଲା। ଶୁଣିବାକୁ ମିଳୁଥିଲା ଯେ ରାବଣ ଚରିତ୍ର ପାଇଁ ‘ଜେିଏଫ୍‌’ର ରକି ଭାଇ ଅର୍ଥାତ ୟଶ୍‌ ପ୍ରଥମ ପସନ୍ଦ ଥିଲେ, ମାତ୍ର ସେ ଏହି ଅଫର୍‌କୁ ମନା କରି ଦେଇଥିଲେ।

ହେଲେ ଏବେ ଲାଗୁଛି ସେ ଏହି ଅଫର୍‌କୁ ଗ୍ରହଣ କରି ଦେଇଛନ୍ତି ବୋଧେ। କାରଣ ରାବଣ ଚରିତ୍ର ପାଇଁ ତାଙ୍କର ଅନେକ ଥର ଲୁକ୍‌ ଟେଷ୍ଟ୍‌ ‌ହୋଇ ସାରିଲାଣି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନିର୍ମାତା ରାବଣ ଚରିତ୍ର ଉପ‌ରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ୟଶ୍‌ଙ୍କୁ କିଛି ଟେଷ୍ଟ୍‌ ଦେବାକୁ ପଡ଼ିଛି, ହେଲେ ଏପର୍ଯ୍ୟନ୍ତ ଅନ୍ତିମ ନିର୍ଣ୍ଣୟ ନିଆଯାଇନାହିଁ।

ସୂତ୍ରରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସୀତା ଏବଂ ହନୁମାନଙ୍କ ଚରିତ୍ର ପାଇଁ ନିର୍ମାତା ଆଉ କିଛି ଦିନ ପରେ କାମ ଆରମ୍ଭ କରିବେ। କାଷ୍ଟିଂକୁ ନେଇ ନିର୍ଦ୍ଦେଶକ ଆଦୌ ବି ତରବରିଆ ନିଷ୍ପତ୍ତି ନେଉନାହାନ୍ତି। ସେ ପୂରା ପ୍ରସ୍ତୁତି ପରେ ହିଁ କଳାକାରମାନଙ୍କୁ ସ୍ବାକ୍ଷର କରାଇବେ। ପୂର୍ବରୁ କୁହାଯାଉଥିଲା କି ଆଲିଆ ଭଟ୍ଟ ସୀତାଙ୍କ ଭୂମିକା ନିଭାଇବେ, ମାତ୍ର ଏହା ସତ ନୁହେଁ। ନିର୍ଦ୍ଦେଶକ ଏପର୍ଯ୍ୟନ୍ତ ସୀତାଙ୍କ ଭୂମିକା ପାଇଁ କାହାକୁ ଚୟନ କରିନାହାନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button