ଗାଁ ଗହଳିରେ ଏବେ କଳା ପ୍ରେମୀଙ୍କ ବେଶ ଆଦୃତ ହୋଇପାରିଛି ପୌରାଣିକ ନାଟକ

ଗୋପ: ଅନେକ ଲୋକେ ନାଟକ ଦେଖିବାକୁ ବେଶ ଭଲ ପାଆନ୍ତି । ଯାତ୍ରାରେ ଅନେକ ସ୍ଥାନରେ ସିଧା ସଳଖ କଳାକାରଙ୍କ ନିଖୁଣ ଅଭିନୟକୁ ଦେଖି ବେଶ ଆନନ୍ଦିତ ହୁଅନ୍ତି ଦର୍ଶକ । କିନ୍ତୁ ଏବେ ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକେ ପୌରାଣିକ ନାଟକ ଦେଖିବାକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ସାମାଜିକ ନାଟକରେ ଆଜିକାଲି ସମାଜର ଚାଲିଚଲଣିକୁ ନେଇ ନାଟକ ପରିବେଷଣ ହେଉଥିବା ବେଳେ ଗାଁ ଗହଳିର ଯୁବ କଳା ପ୍ରେମୀ ଠାରୁ ଆରମ୍ଭ କରି ସଭିଏଁ ପୌରାଣିକ ନାଟକ ଦେଖିବାକୁ ବେଶ ଭିଡ଼ ଲଗାଇଛନ୍ତି । ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ ଘର କାମ ପାଇଟି ସାରି ବାହାରି ଯାଉଛନ୍ତି ଯାତ୍ରା ଦେଖିବାକୁ । କିନ୍ତୁ କୋଣାର୍କ ଗୋପରେ ହେଉଥିବା ପୌରାଣିକ ନାଟକ ଦେଖିବା ପାଇଁ କାହାକୁ ଚେୟାର ଦିଆଯାଇ ନଥାଏ, ଲୋକେ ପଡ଼ିଆରେ ନିଜେ ନିଜର ବିଛଣା ଆଣି ବସି, ସାରା ରାତି ପୌରାଣିକ ନାଟକକୁ ବେଶ ଉପଭୋଗ କରନ୍ତି ।
ମୁହଁରେ ରଙ୍ଗ ମାରି କଳାକାରମାନେ ପୌରାଣିକ ନାଟକର ବିଭିନ୍ନ ଭୂମିକାରେ ନାଟକ କରି ବେଶ ଖୁସି ହୁଅନ୍ତି । ଏହା ସହିତ ନିଜର କଳା ମାଧ୍ୟମରେ ଭାଇ-ଭାଇର ସମ୍ପର୍କ, ଗୁରୁ ଶିଷ୍ୟର ପରମ୍ପରା, ପିତୃ ବାକ୍ୟ ସମେତ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ କିଭଳି ବଜାୟ ରହିବା ଦରକାର ସେ ସବୁକୁ ନେଇ କଳା ପଦର୍ଶନ କରନ୍ତି କଳାକାର । ଦର୍ଶକମାନେ ମନଭରି ନାଟକକୁ ଶେଷ ପର୍ଯ୍ୟନ୍ତ ଦେଖୁଥିବାରୁ କଳାକାରମାନେ ବେଶ
ସାମାଜିକ ନାଟକ ଠାରୁ ପୌରାଣିକ ନାଟକ ଯୁବ ପିଢ଼ିଙ୍କ ପାଇଁ ବେଶ ଉପଯୁକ୍ତ ବୋଲି କହିଛନ୍ତି ଦର୍ଶକ । କାରଣ ଆଜିର ଦିନରେ ସାମାଜିକ ନାଟକ ଠାରୁ ପୌରାଣିକ ନାଟକରେ ସମାଜ ପାଇଁ ଅନେକ ଶିକ୍ଷଣୀୟ କଥା ଦେଖିବାକୁ ମିଳୁଛି । ପୌରାଣିକ ନାଟକ ଯୁବପିଢ଼ିଙ୍କୁ ନୂତନ ଦିଗଦର୍ଶନ ଦେଇପାରୁଛି ବୋଲି ସ୍ଥାନୀୟ ଅଞ୍ଚଳର ସମାଜସେବୀ ଓ କଳା ପ୍ରେମୀ ନିଜର ମତ ଦେଇଛନ୍ତି ।