କ୍ରୀଡା

ରାଜ୍ୟ ରୢାଙ୍କିଂ ଟେବୁଲ ଟେନିସ୍‌ ଆରମ୍ଭ – Utkal Mail


ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘ ଓ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ୍‌ ସଂଘ (କେଡିଟିଟିଏ) ମିଳିତ ଆନୁକୂଲ୍ୟରେ ରାଜ୍ୟ ରୢାଙ୍କିଂ ଚାମ୍ପିଅନ୍‌ସିପ୍‌ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୨୫୦ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ପୁରୁଷ ଏକକରେ ସମ୍ରାଟ ଚକ୍ରବର୍ତ୍ତୀ, ମହମ୍ମଦ ଆଝାର, ଦିକ୍ଷାନ୍ତ ପରିଡ଼ା, ମୈନକ ଦାସ, ଶୁଭେନ୍ଦୁ ସ’, ଏମ୍‌ ଈଶ୍ବର ଏବଂ ମହିଳା ଏକକରେ ଶ୍ବେତପଦ୍ମା ଦଳାଇ, ଏମ୍‌ବିବି ପଣ୍ଡା, ସିକ୍ରିତି ଭଗତ, ନେହା କୁମାରୀ, ରୁବାନା ୟୁନୁସ, ଅଞ୍ଜଳି ଅଗ୍ରୱାଲ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।

ସେହିପରି ୧୧ ବର୍ଷରୁ କମ୍‌ ବାଳିକା ଏକକରେ ଶ୍ବେତା ବର୍ମା, ଆରାଧ୍ୟା ସାହୁ, ଅନ୍ବେଷା ଅନିରୁଦ୍ଧ, ଶ୍ରୀଜିତା ଚୌଧୁରୀ ଏବଂ ୧୧ ବର୍ଷରୁ କମ୍‌ ବାଳକ ଏକକରେ ଆୟୁଷ କୁମାର ବେହେରା, ଯଯାତୀ କେଶରୀ ଦାସ, ଅଭିଷେକ ଦାସ, ଜନାର୍ଦ୍ଦନ ମାଝୀ, ଆରୁଷ ମାଣିଆ, ଏସ୍‌କେ ମୁଶାରଫ, ରିତମ ଭୂୟାଁ, ସମ୍ୟକ ମିଶ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମ୍ୟ‌ାଚ୍‌ ଗୁଡ଼ିକୁ ବିଜନ ଦାସ ମହାପାତ୍ର, ତପନ ଖା, ସୁଜିତ କୁମାର ରଏ, କେଏସ୍‌ଏନ୍‌ ମୂର୍ତ୍ତି, କେଭିପି ରାମାରାଓ, କେ ଚିନ୍ନାରାଓ ଓ ସୁରଭି ପରିଜା ପରିଚାଳନା କରୁଛନ୍ତି। ଶୁକ୍ରବାରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହ କେଡିଟିଟିଏ ସମ୍ପାଦକ ସ୍ମୃତି ରଂଜନ ଦାସ, ଯୁଗ୍ମ ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, କାର୍ଯ୍ୟନିର୍ବାହୀ ସଦସ୍ୟ ତ୍ରୈଲୋକ୍ୟ ନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button