ଜୀବନଶୈଳୀ

ଯେତେବେଳେ ବାପାଙ୍କ ସମାଧିରୂ ଆସିଲା ଆବାଜ- “ ମତେ ବାହାର କର “ ଶୁଣି ଲୋକ ହେଲେ ଆଶ୍ଚର୍ଯ୍ୟ

ମୃତ୍ୟୁ ପୂର୍ବରୁ ସେ ଭାବିଥିଲେ ଗଲା ବେଳେ ବି ସେ ନିଜ ସମ୍ବନ୍ଧୀ ଓ ସାଙ୍ଗମାନଙ୍କୁ ହସେଇକି ଯିବେ ଏହା ଭାବି ସେ ନିଜ ପୁଅ ସହ ମିସି ଗୋଟେ ପ୍ରାଙ୍କ କଲେ । ସୋଶିଅଲ ମିଡିୟା ରେ ଗୋଟେ ଭିଡିଓ ଭାଇରାଲ ହୋଇଛି ଯାହା ଆପଣ ବି ଦେଖିଲେ ହସକୁ ନିୟନ୍ତ୍ରଣ କରି ପାରିବେ ନାହିଁ । ଶେୟ ବ୍ରେଡଲେ ନାମକ ଜଣେ ଲୋକ ର ମୃତ୍ୟୁ ହୋଇଯାଇଥିଲା, କିନ୍ତୁ ସେ ସମାଧି ରେ ଗଲା ପରେ ବି ଲୋକଙ୍କୁ ହସାଇଲେ ।

ମୃତ୍ୟୁ ପୂର୍ବରୁ ସେ ଭାବି ଥିଲେ ଯେ ମଲା ପରେ ବି ସେ ନିଜ ସମ୍ବନ୍ଧୀୟ ଏବଂ ସାଙ୍ଗମାନଙ୍କୁ ହସାଇବେ ଏବଂ ଏହି କାର୍ଯ୍ୟ ରେ ତାଙ୍କ ପୁଅ ତାଙ୍କ ସହକାରୀ ହୋଇଥିଲେ ଯାହା ସହ ମିସି  ଶେୟ.ବ୍ରେଡଲେ ଲୋକଙ୍କ ସହ ପ୍ରାଙ୍କ କରିଥିଲେ ।

ତିନି ବର୍ଷ କର୍କଟ ରୋଗରେ ଥିବା ଶେୟ ବ୍ରେଡଲେ ଙ୍କର ୮ଅକ୍ଟୋବର କୁ ନିଧନ ହୋଇଗଲା, ମିଡିୟା ଅନୁଯାଇ ତାଙ୍କ ଅନ୍ତିମ ଇଛା ଥିଲା କି ତାଙ୍କ ମୃତ୍ୟୁ ପରେ ବି ସେ ନିଜ ସାଙ୍ଗ ଓ ସମ୍ବନ୍ଧୀ ମାନଙ୍କୁ ହସାଇବେ । ଏହି ଇଛା ପୂରଣ କରିବା ପାଇଁ ଯେତେବେଳେ ତାଙ୍କ ଅନ୍ତିମ ସଂସ୍କାର ହେଉଥିଲା ଶେୟ ବ୍ରେଡଲେଙ୍କର ବଡ ପୁଅ ତାଙ୍କ ପାଖରେ ଗୋଟେ ରେକୋଡିଙ୍ଗ ବଜାଇଲେ ଯାହା ଶେୟ ବ୍ରେଡଲେ ଆଗରୁ ରେକର୍ଡ କରି ରଖି ଥିଲେ ଏହି ରେକର୍ଡିଂ ରେ ସେ କହୁଥିଲେ “ ହେଲୋ…ହେଲୋ … ମତେ ବାହାର କର “ ସମାଧିରୂ ଏହି ପରି ଶବ୍ଦ ଶୁଭିଲା ଓ ଲୋକ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।

୧୨ଅକ୍ଟୋବର କୁ ଶେୟ ବ୍ରେଡଲେଙ୍କ ଅନ୍ତିମ ସଂସ୍କାର ହୋଇଥିଲା ଓ ସେ ଏହି ରେକର୍ଡିଂ ଆଗରୁ କରିକି ନିଜ ପୁଅ କୁ ଦେଇଥିଲେ ରେକର୍ଡିଂ ରେ ଶେୟ ବ୍ରେଡଲେ ଆଗକୁ କହିଲେ “ ମତେ ବାହାର କର ….କଣ ଏହା ପଣ୍ଡିତ ର ଶବ୍ଦ ଶୁଭୁଚି କି? ମତେ ସବୁ ଶୁଭୁଛି ମୁଁ ଶେୟ ବ୍ରେଡଲେ ଗୋଟେ ବାକ୍ସ ରେ ବନ୍ଦ ଅଛି । “

ଅନ୍ତିମ ସଂସ୍କାର ର ଏହି ଭିଡିଓ ଶେୟ ବ୍ରେଡଲେଙ୍କ ଝିଅ ଏନ୍ଦ୍ରିୟା ବ୍ରେଡଲେ ପୋଷ୍ଟ କରିଛନ୍ତି, ତାଙ୍କ ଝିଅଙ୍କ ଅନୁଯାଇ ଶେୟ ବ୍ରେଡଲେ ଏହି ରେକୋଡିଙ୍ଗ ବର୍ଷେ ପୂର୍ବରୁ କରିକି ରଖିଥିଲେ । ଏହି ରେକୋଡିଙ୍ଗ ବିଷୟରେ କେବଳ ତାଙ୍କ ଭାଇ ଜୋନାଥନ ଏବଂ ପୁତୁରା ବେନ କୁ ଜଣାଥିଲା ।

 

ଏନ୍ଦ୍ରିୟ କହିବା ଅନୁଯାଇ ତାଙ୍କ ବାପା ଚାହୁଁଥିଲେ କି ତାଙ୍କ ଅନ୍ତିମ ସଂସ୍କାର ରେ କେହି ନ କନ୍ଦନ୍ତୁ, ସମସ୍ତେ ଖୁସି ହୋଇ ତାଙ୍କୁ ବିଦା କରନ୍ତୁ ସେହି ପାଇଁ ସେ ଏମିତି କଲେ ଏବଂ ସେଇୟା ହି ହେଲା ସମସ୍ତେ ଏହି ରେକୋଡିଙ୍ଗ ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ପରେ ବହୁତ ହସିଲେ ବି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button