ଜୀବନଶୈଳୀ

ଛୋଟାବେଳେ ହୋଇଥିଲା ଯୌନ ଶୋଷଣ, ଯେଉଁଥିପାଇଁ ଏବେ ବାହାରକୁ ଯିବାକୁ ବି ଡ଼ରନ୍ତି ଏହି ହିରୋଇନ!

ଆଜିକା ସମୟ ଏମିତି ଅଟେ ଯାହା ପାଇଁ କୌଣସି ମଣିଷ ଉପରେ ବିଶ୍ଵାସ କରିବା ଠିକ ନୁହେଁ, ତେବେ କେହି ନିଜ ଲୋକ ବା ପର ଲୋକ କାହା ସହ କିଛି ଭୁଲ ନିଶ୍ଚିନ୍ତ କରିସାରିଛନ୍ତି, ସେଥିପାଇଁ ଏହା ଆବଶ୍ୟକ ଅଟେ କି ନିଜ ଛୁଆଙ୍କୁ ସଠିକ ଏବଂ ଭୁଲ ଲୋକ ବିଷୟରେ ଚିହ୍ନଟ କରେଇବା । ଏହା ଦ୍ଵାରା ଆପଣଙ୍କ ଛୁଆଙ୍କ ସୁରକ୍ଷା ଏବଂ ସତର୍କ ରହିବା ଦ୍ଵାରା କିଛି ଦୁର୍ଘଟଣାର ଶିକାର ହେବେ ନାହିଁ, ବର୍ତମାନ ରେ ତାମିଲ ଚଳଚିତ୍ର ଅଭିନେତ୍ରୀ ନିଜ ସହ ୫ ବର୍ଷ ବୟସରେ ହୋଇଥିବା ଯୌନ ଶୋଷଣ ବିଷୟରେ କହିଛନ୍ତି ଯାହା ଶୁଣି ଆପଣଙ୍କୁ ମଧ୍ୟ ରାଗ ଲାଗିବ, ଏହି କଥାକୁ ତାମିଲ ଅଭିନେତ୍ରୀ ନିବେଥା ପେଥୁରାଜୁ ଭିଡିଓ ଦ୍ଵାରା ସୋସିଆଲ ମିଡିଆ ରେ ଶେୟର କରିଛନ୍ତି, ଯାହା ଆପଣଙ୍କୁ ଜାଣିବା ଏବଂ ବୁଝିବା ଉଚିତ ଅଟେ ।

ଏହି ଭିଡିଓ ରେ ସେ କହିଥିଲେ କେତେକ ମହିଳା ଏବଂ ପୁରୁଷ ଏହି ଭଳି ଯୌନ ଶୋଷଣ ଉତ୍ପୀଡନ ଶିକାର ହୋଇଥିବେ । ତେବେ ନିବେଥା କହିଲେ – ‘୫ ବର୍ଷ ବୟସରେ ଏହା ସବୁ ହେଲା, ମୁଁ କେମିତି ନିଜ ମା ବାପା ପାଖକୁ ଯାଇଥାନ୍ତି ଏବଂ କହିଥାନ୍ତି ଯେ ମୋ ସହ କଣ ହେଇଛି ?’ ମୁଁ ଜାଣିଛି ଏହା ବହୁତ ଲଜ୍ୟାପୂର୍ଣ ଅଟେ କିନ୍ତୁ ନିଜ ଛୁଆଙ୍କୁ ବସେଇ ଶିଖାନ୍ତୁ ସେ ୨ ବର୍ଷ ର ହେଲେ ମଧ୍ୟ ତାଙ୍କୁ ବୁଝାନ୍ତୁ ଯେ ଅଶ୍ଳୀଳ ଭାବେ ଛୁଇଁବା କଣ ଏବଂ ଏହା ଖରାପ ଅଟେ । କାହିଁକିନା ଆପଣଙ୍କ ଛୁଆ ସହ ଖରାପ କରୁଥିବା ଲୋକ ଆଉ କେହି ନୁହଁ ଆପଣଙ୍କ ପଡୋଶୀ ବା ସମ୍ପର୍କୀୟ ଲୋକ ହେଇଥାନ୍ତି ।

ମୁଁ ସବୁ ମା ବାପାଙ୍କୁ ଏହା କହିବା ପାଇଁ ଚାହୁଁଛି ଯେ ଏମିତିକା ଦୁନିଆ ରେ ନିଜ ଛୁଆକୁ ଭଲ ଭବିଷ୍ୟତ ଏବଂ ପୀଡା ରୁ ବଞ୍ଚାଇବା ପାଇଁ ଆପଣଙ୍କୁ ଅଧିକ ଦାଇତ୍ଵବାନ ହବା ଆବଶ୍ୟକ ଅଟେ । ସେଥିପାଇଁ କମ ବୟସ ରେ ନିଜ ଛୁଆଙ୍କୁ ଭୁଲ ବିଷୟରେ ଜଣେଇବା ଆବଶ୍ୟକ ଅଟେ ଯାହା ଦ୍ଵାରା ଅନ୍ୟ ଲୋକ ଆପଣଙ୍କ ଛୁଆ ସହ କିଛି ଦୁଷ୍କର୍ମ ନକରି ପାରନ୍ତୁ, ଏହା ପରେ ଅଭିନେତ୍ରୀ ନିଜ ପାଇଁ କହିଲେ ମତେ ଏବେ ଘରୁ ବାହାରିବା ପାଇଁ ମଧ୍ୟ ଡର ଲାଗୁଛି, ଆଜିକା ସମୟରେ ଘରୁ ବାହାରିବା ବହୁତ ବଡ ବିପଦ ଅଟେ, ବିଶେଷ କରି ଛୁଆ ଏବଂ ଝିଅମାନଙ୍କ ପାଇଁ ।

ତେବେ ଆପଣଙ୍କ ଘରେ ବି ଯଦି କେହି ଝିଅ ଅଛନ୍ତି ତେବେ ଆପଣମାନେ ତାଙ୍କୁ ଏହି ସବୁ ବିଷୟରେ ଶିକ୍ଷା ଦିଅନ୍ତୁ ଓ ସେମାନଙ୍କୁ ସତର୍କ ରହିବାକୁ କୁହନ୍ତୁ । ସେମାନଙ୍କୁ ବୁଝାନ୍ତୁ କେହି ଯଦି ତାଙ୍କ ସହ କିଛି ଖରାପ କରୁଛି ବା କିଛି ଖରାପ ନଜରରେ ଦେଖୁଛି ତେବେ ଚୁପ ନ ରହି ସେମାନଙ୍କ ବିଷୟରେ ଆପଣମାନଙ୍କ ସହ ଶେୟାର କରିବେ । କିଛି ପିଲା ଡରିକି ଓ କିଛି ଲାଜରେ ଏହି କଥା ନିଜ ପିତା ମାତାଙ୍କ ଆଗରେ କୁହନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button