କ୍ରୀଡା

ପାକିସ୍ତାନଠାରୁ ସାବଧାନ ରହ; ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଏଭଳି ଚେତାବନୀ ଦେଲେ ଶୋଏବ – Utkal Mail


ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି କଲମ୍ବୋର ଆର୍‌ ପ୍ରେମାଦାସା ଷ୍ଟାଡିୟମ୍‌ରେ ଏସିଆ କପ୍‌ ସୁପର-୪ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଖେଳାଳିମାନେ ଇନ୍‌ଡୋରରେ ଅଭ୍ୟାସ କରିଥିବା ଦେଖାଯାଇଥିଲା। କଲମ୍ବୋରେ ପ୍ରବଳ ବର୍ଷା ହେଉଥିବାରୁ ନଣ୍ଡସ୍କ୍ରିପ୍ଟସ୍‌ କ୍ରିକେଟ୍‌ କ୍ଲବ୍‌ସ୍ଥିତ ଗାମିନି ଦିସାନାୟକ ଇ‌ନ୍‌ଡୋର କ୍ରିକେଟ୍‌ ନେଟ୍ସରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଥିଲେ। ରବିବାର କଲମ୍ବୋରେ ବର୍ଷା ହେବା ସମ୍ଭାବନା ୬୦ରୁ ୧୦୦ ପ୍ରତିଶତ ରହିଥିବାରୁ ପୁଣି ଥରେ ମ୍ୟାଚ୍ ବାତିଲ ହେବାର ଆଶଙ୍କା ରହିଛି।

ଏମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଏକ ଭଲ ଖବର ସେୟାର କରିଛନ୍ତି। କଲମ୍ବୋରେ ପହଞ୍ଚିବା ପରେ ପାଗ ଭଲଥିବା ‌କହି ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ଶୋଏବ। ଏହାର ସହ ସେ ଭାରତୀୟ କ୍ରିକେଟ ଟିମକୁ ଚେତାବନୀ ଦେଇଥିବା ଦେଖାଯାଇଛି।

ଭିଡିଓରେ ସେ କହିଛନ୍ତି “ଅନେକ ବର୍ଷ ପ‌ରେ କଲମ୍ବୋରେ ଅବତରଣ କଲି। ଏଠାକୁ ଫେରିବାକୁ ଭଲଲାଗେ। ମହାନ ଦେଶ ଓ ମହାନ ଲୋକ। ଏବଂ ପାଣିପାଗ… ଏହା ଭଲ ଦେଖାଯାଉଛି! ପାକିସ୍ତାନଠାରୁ ସାବଧାନ ରହ।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button