ସ୍ୱାସ୍ଥ୍ୟ

କରୋନା ଭାଇରସ ଦ୍ଵାରା ମୃତ୍ୟୁ ହବାର କେତେ ସମ୍ଭାବନା ଅଟେ, ନୂଆ ସ୍ଟଡି ରେ ସାମ୍ନାକୁ ଆସିଛି କରୋନାରେ ହେଉଥିବା ମୃତ୍ୟୁ ଦର

ଚୀନ ଦେଶ ବୁହାନରୁ ବାହାରି ଥିବା କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି, ଏହା ଦ୍ଵାରା ପ୍ରତିଦିନ ହଉଥିବା ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି, ଏହି ଭାଇରସ ପାଇଁ କରା ଯାଉଥିବା ଅଧ୍ୟୟନ ରେ ଏହା ଜଣା ପଡିଛି ଯେ ଏହି ଭାଇରସ କେତେ ବିପଦ ଜନକ ଅଟେ, ତେବେ ଏହା ମଧ୍ୟ କୁହା ଯାଉଛି ଯେ ଯାହାର ଇମ୍ୟୁନିଟି ବା ଯାହାକୁ ଆମେ ସାମାନ୍ୟ ଭାଷା ରେ ରୋଗ ପ୍ରତିରୋଧକ କ୍ଷମତା କହିଥାଉ ଦୁର୍ବଳ ଥାଏ ସେହି ଲୋକଙ୍କୁ ଏହା ଶୀଘ୍ର ଶିକାର ବନେଇ ଥାଏ ।

ଏହି କାରଣ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ପ୍ରାୟତଃ ଲୋକଙ୍କ ମୃତ୍ୟୁ ବୃଦ୍ଧ ଲୋକଙ୍କର ହୋଇଛି, ଏହାର ମୁଖ୍ୟ କାରଣ ବୟସ ସହ ବୁଢା ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତା କମ ହୋଇଯାଏ ।

ଏବେ ଏକ ନୁଆ ଅଧ୍ୟୟନ ରେ କରୋନା ଭାଇରସ ଡେଥ ରେଟ ରେ କିଛି ନୂଆ ଜାଣିବାକୁ ମିଳିଛି, ତେବେ ଏହି ନୂଆ ଅଧ୍ୟୟନ ଅନୁଯାଇ ଚୀନରେ ହୋଇଥିବା ୭୦,୦୦୦ ଲୋକଙ୍କ ଉପରେ ଅଧ୍ୟୟନ କରା ଯାଇଛି । ତେବେ ଚିନରେ କରୋନା ପାଇଁ ଭର୍ତି ହୋଇଥିବା ଲୋକ ଓ ଏହି ଭାଇରସ ପାଇଁ ଜୀବନ ହରେଈ ଥିବା ଲୋକଙ୍କ ଉପରେ ମଧ୍ୟ ଅଧ୍ୟୟନ କରା ଯାଇଥିଲା । ଗୋଟେ ଅଧ୍ୟୟନ ଅନୁଯାଇ କରୋନା ଭାଇରସ ଦ୍ଵାରା ହଉଥିବା ପୁରା ମୃତ୍ୟୁ ଅନୁମାନ କରା ଯାଇଛି ଯାହା ୦.୨ ଠାରୁ ୧.୬% ହୋଇଯାଇଛି ।

ତେବେ ଯଦି ଏହା ବୟସ ଅନୁଯାଇ କରା ଯାଏ ତେବେ ସବୁ ଆୟୁ ସମୂହ ଯିଏ ୮୦ ବର୍ଷ ଠାରୁ ଅଧିକ ଅଛନ୍ତି ତାଙ୍କ ପାଇଁ ମୃତ୍ୟୁ ଦର ୩୬% ବୋଲି କୁହା ଯାଉଛି । ତେବେ ଏହି ଅଧ୍ୟୟନ ପାଇଁ ପ୍ରାୟତଃ ଦେଶରେ ଗମ୍ଭୀର ଥିବା ଲୋକଙ୍କ ପ୍ରଶିକ୍ଷଣ କରା ଯାଇଛି । ବର୍ତମାନ ହୋଇଥିବା ଅଧ୍ୟୟନ ଅନୁଯାଇ ଚିନରେ ହୋଇଥିବା ମୃତ୍ୟୁ ଦର ୦.୬୬% ଅଟେ ଯେଉଁଥିରେ ସଂକ୍ରମଣ ଦ୍ଵାରା ବା ବିନା ସଂକ୍ରମଣ ରେ ହୋଇଥିବା ମୃତ୍ୟୁ ପୃଷ୍ଟି ଅଟେ । ଯେଉଁ ଘଟଣା ରେ ପୁଷ୍ଟି ହୋଇଛି ତା ଦର ୧.୩୮% ଅଟେ, ତେବେ ଅଧ୍ୟୟନ କର୍ତା କହିବା ଅନୁଯାଇ ମହାମାରୀ ସମ୍ବନ୍ଧରେ ଅନ୍ୟ କିଛି ଖବର ଏହାକୁ ଅଟକେଇବା ପାଇଁ ବା କମ କରିବା ପାଇଁ ସାହାଜୟକ ହୋଇ ପାରେ । ତେବେ ଏବେ ଏହା ମଧ୍ୟ ଦେଖିବାକୁ ମିଳୁଛି ଏହା ଶିଶୁଥୁ ନେଇ ସମସ୍ତ ବୟସ ଲୋକଙ୍କୁ ଆକ୍ରାନ୍ତ କରୁଛି । ମୃତ୍ୟୁ ଦର କେବଳ ବୃଦ୍ଧ ଲୋକଙ୍କର ଅଧିକା ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button