ମନୋରଞ୍ଜନ

ଆଲୋକର ପର୍ବରେ ପ୍ରିୟଜନଙ୍କୁ ନିଜ ହାତରେ ତିଆରି କରି ଖୁଆନ୍ତୁ ସୁଜି ବରଫି

ଆଉ ମାତ୍ର ଦିନ କେଇଟା ପଡ଼େ ଆସୁଛି ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ଅକ୍ଟୋବର ୨୭ ତାରିଖରେ ସାରା ଭାରତ ବର୍ଷରେ ଏହି ଉତ୍ସବ ଖୁବ୍‌ ଧୁମ୍‌ଧାମ୍‌ର ସହ ପାଳନ କରାଯିବ। ଏଥିପାଇଁ ଗାଁଠୁ ସହର ଯାଏଁ ଉତ୍ସବ ମୁଖରିତ ହୋଇପଡ଼ିଲାଣି। କିଏ ଦୀପାବଳି ପାଇଁ ଘର ସଫାସଫି ଆରମ୍ଭ କଲାଣି ତ ଆଉ କିଏ ବନ୍ଧୁବାନ୍ଧବଙ୍କୁ କ’ଣ ଉପହାର ଦେବ ସେ ନେଇ ପ୍ଲାନିଂ କରୁଥିବା ଦେଖିବାକୁ ମିଳୁଛି। ତେବେ ଉତ୍ସବ କିମ୍ବା ପର୍ବର ମାହୋଲରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ ମିଠା। ଖାସ୍‌ କରି ଦୀପାବଳି ଭଳି ଏକ ଉତ୍ସବରେ ଘରେ ଘରେ ମିଠା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ସହ ଲୋକମାନେ ବନ୍ଧୁବାନ୍ଧବ ଓ ପାଖ ପଡ଼ୋଶୀଙ୍କୁ ମଧ୍ୟ ବାଣ୍ଟିଥାନ୍ତି। ଆପଣ ଯଦି ଏହି ଦୀପାବଳିରେ କିଛି ନୂଆ ତିଆରି କରିବାକୁ ଚାହୁଁଛନ୍ତି, ତେବେ ସୁଜି ବର୍ଫି ପ୍ରସ୍ତୁତ କରନ୍ତୁ। ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ସୁଜି ବର୍ଫି ବନାଇବା ବିଧି:

ଆବଶ୍ୟକୀୟ ସାମଗ୍ରୀ:

ସୁଜି-୨୦୦ ଗ୍ରାମ୍‌
ଛୋଟ କଟା କାଜୁ-୧୦ଟି
ଛୋଟ କଟା ବାଦାମ-୧୦ଟି
ଅଳେଇଚ-୪ଟି
ଚିନି-୧୫୦ ଗ୍ରାମ୍‌
ଘିଅ-୧୦୦ ଗ୍ରାମ୍‌

ସୁଜି ବର୍ଫିର ପ୍ରସ୍ତୁତି ପ୍ରଣାଳୀ:

୧.ପ୍ରଥମେ ଏକ କଡ଼େଇରେ ଅଧା କପ୍‌ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ କପେ ସୁଜି ପକାଇ ହାଲ୍‌କା ଭାଜନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢ଼ି ଥଣ୍ଡା କରନ୍ତୁ।
୨.ବର୍ତ୍ତମାନ ସିରା ପ୍ରସ୍ତୁତ କରିବା ପାଇଁ ଆଉ ଏକ କଡ଼େଇରେ ଅଧା କପ୍‌ ପାଣିରେ ତିନି-ଚତୁର୍ଥାଂଶ ଚିନି ପକାଇ ଗୋଳାନ୍ତୁ। ଚିନି ପାଣିରେ ଭଲଭାବେ ମିଶିବା ପର୍ଯ୍ୟନ୍ତ ଘାଣ୍ଟୁଥାନ୍ତୁ।
୩.ଏବେ ଏଥିରେ ଭଜା ସୁଜି ପକାଇ ମଧ୍ୟମ ଆଞ୍ଚରେ ମିଶାନ୍ତୁ। ସୁଜିରେ ସିରା ମିଶିଯିବା ପରେ ଏଥିରେ କଟାଯାଇଥିବା ଡ୍ରାଏ ଫ୍ରୁଟ୍ସ ପକାଇ ଲାଲ୍‌ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
୪.ଏବେ ଏକ ପାତ୍ରରେ ଘିଅ ଲଗାଇ ସେଥିରେ ସୁଜି ମିଶ୍ରଣକୁ ଢାଳି ଦିଅନ୍ତୁ। ଚାମଚ କିମ୍ବା ଛୁରୀ ସାହାଯ୍ୟରେ ମିଶ୍ରଣକୁ ପାତ୍ରରେ ଭଲ ଭାବେ ଥାପି ଦିଅନ୍ତୁ। ଏହାକୁ ଡ୍ରାଏ ଫ୍ରୁଟ୍ସରେ ସଜାଇ ଥଣ୍ଡା ହେଲା ପରେ ଛୋଟ ଛୋଟ ଖଣ୍ଡରେ କାଟି ବରଫି ସେପ୍‌ର କାଟି ସର୍ଭ କରନ୍ତୁ ସୁଜି ବରଫି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button