ବିଜେଡି ସରକାରଙ୍କୁ ରାୟଗଡା ବିଜେପି ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ
ରାୟଗଡ,୦୫/୦୯ – ୨୨ ବର୍ଷ ଶାସନରେ ଓଡିଶା ସରକାରୀ ଓଡିଶାବାସୀଙ୍କ ନିମନ୍ତେ ଅନେକ ଯୋଜନା ଘୋଷଣା କରିଛନ୍ତି । ଘୋଷଣା ହୋଇଥିବା ଯୋଜନା ଗୁଡିକ ଏବେ ଶୀତଳ ଭଣ୍ଡାରରେ । ଘୋଷଣା ହୋଇଥିବା ଯୋଜନା ଗୁଡିକ ଲୋକଙ୍କ କାମରେ ଆସୁନି । ଏପରି ଅଭିଯୋଗ ଆଣିଛି ରାୟଗଡା ବିଜେପି ଯୁବମୋର୍ଚ୍ଚା । ବିଜେପି ଯୁବମୋର୍ଚ୍ଚା ସଭାପତି ନିଳାଦ୍ରି ବିହାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ଏପରି ଅଭିଯାଗ ଆଣିଛି ବିଜେପି । ଦୀର୍ଘ ୨୨ ବର୍ଷ ଧରି ବିଜେଡି ସରକାର ଶାସନ କରି ନିଜକୁ ୧ ନମ୍ବର ସରକାର କହୁଥିବା ବେଳେ, ଓଡିଶାର ସେପରି କିଛି ଅଭିବୃଦ୍ଧି ଘଟିନାହିଁ । ରାଜ୍ୟରେ ବେରୋଜଗାରୀ ଦିନକୁ ଦିନ ବଢିବାରେ ଲାଗିଛି । ଦାନା ମୁଠାକ ପାଇଁ ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଦାଦନ ଖଟିବାରେ ଭାରତରେ ଓଡିଶା ୧ ନମ୍ବର ରାଜ୍ୟ ବୋଲି ନିଳାଦ୍ରୀ ପ୍ରକାଶ କରିଛନ୍ତି । ଓଡିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖମିଜ ପଦାର୍ଥ, ପରିଶ୍ରମୀ ମାନବ ସମ୍ବଳ, ଉର୍ବର ଚାଷ ଜମି ସତ୍ୱେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁଜିଂନିବେଶର ପେଣ୍ଠସ୍ଥଳି ଭାବରେ ଉଭା ହେବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ବର୍ତମାନ ପରିସ୍ଥିତିରେ ସାଧାରଣ ଜନତାଙ୍କ ସହ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହଁନ୍ତି । ମାନବ ତସ୍କରୀ ସହିତ ବନ୍ୟପ୍ରାଣୀଙ୍କ ତସ୍କରୀ ଓଡିଶାର ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ୨୨ ବର୍ଷ ଶାସନ କାଳରେ ରାଜ୍ୟ ସରକାରଙ୍କୁ ୨୨ଟି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା ସଭାପତି । ପ୍ରଧାନମନ୍ତ୍ରୀ ଆବାସରେ ହଜାର କୋଟି ଟଙ୍କାର ମହାଦୂର୍ନୀତି ପଛରେ କିଏ, ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କେବେ ହେବ, ସୀମାବର୍ତୀ ଅଂଚଳର ସୁରକ୍ଷା, ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାର ଅବ୍ୟବସ୍ଥା, ଅପପୃଷ୍ଟି ଓ ଶିଶୁ ମୃତ୍ୟୁ, ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା କେବେ ମକ୍ଟମକ୍ଟବ, ମହିଳା ଓ ଶିଶୁ ସୁରକ୍ଷା, ପିସି କାରବାରରେ କେବେ ପୂର୍ଣ୍ଣଛେଦ ପଡିବ, ଡିଏମଏଫ ଫଣ୍ଡର ବିନା ଟେଣ୍ଡରରେ ବ୍ୟାପକ ଦୁରୂପଯୋଗ, ଓଡିଆ ଭାଷାର ବିକାଶ ପାଇଁ କଣ ପଦକ୍ଷେପ ନିଆଯାଇଛି, ମନରେଗା ଯୋଜନାରେ ବ୍ୟାପକ ଦୂର୍ନୀତି, ବିଜୁ ଯୁବ ବାହିନୀ, ପିଠା ଯୋଜନାର ରାଜ୍ୟ ବାସୀଙ୍କ ପାଇଁ କଣ ଭୂମିକା ରହିିଛି, ବିଜୁ ଗାଁ ଗାଡିର ଅବସ୍ଥା