ରାଜନୀତି

ରାସ୍ତା ସମ୍ପ୍ରସାରଣ ପାଇଁ ମନ୍ତ୍ରୀ କଲେ ଶୁଭ ଶିଳାନ୍ୟାସ

ଟାଙ୍ଗୀ-ଚୌଦ୍ୱାର ୫/୯: ଦୀର୍ଘ ଦିନ ହେବ ଖାଲ ଖମାର ହୋଇ ପଡ଼ି ରହିଥିବା ଚାରିବାଟିଆ ଠାରୁ ଡମଣି ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ମାନ୍ୟବର କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ )ଙ୍କ ଦ୍ୱାରା ରବିବାର ଶୁଭ ଶିଳାନ୍ୟାସ ଓ ଏକ ବିରାଟ ସଭା ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର- କଟକ ବିଧାୟକ ସୋଭିକ ରଞ୍ଜନ ବିଶ୍ୱାଳ ଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣପ୍ରଭା ସାମଲ, ଅଧ୍ୟକ୍ଷ ଶୁଭେନ୍ଦୁ ସାମଲ ଯୋଗଦେଇଥିଲେ ପୂର୍ତ୍ତ ବିଭାଗ ଦ୍ୱାରା ପାଞ୍ଚ କୋଟି ଅଠର ଲକ୍ଷ୍ୟ ବ୍ୟୟ ଅଟକଳ ରେ ବିରାଟ ବଜାର ଠାରୁ ଡମଣି ପୀଠ ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତା ଟି ପ୍ରସ୍ତୁତ ହେବା ଦ୍ୱାରା ଆଦିବାସୀ ବହୁଳ ଲୋକମାନେ ଉପକୃତ ହୋଇପାରିବେ କ୍ଷ ପାହାଡ଼ିଆ ଲୋକମାନଙ୍କ ଜୀବନ ରେଖା କୁହାଯାଉଥିବା ରାସ୍ତାଟି ସଂଯୋଗ ହେବା ଦ୍ୱାରା ଦୁଇ ନିର୍ବାଚନ ମଣ୍ଡଳୀ ଭିତରେ ଶାନ୍ତି, ମୈତ୍ରୀ ଓ ଯୋଗାଯୋଗ ସମ୍ପନ୍ନ ହୋଇପାରିବ ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନଧି ଶେଖ ସାହାଜାନ, ଡାଲିଯୋଡ଼ା ବରହମପୁରର ପୂର୍ବତନ ସରପଞ୍ଚ ରଂଜିତ ରାଉତ,ବିଜେଡି ଜିଲ୍ଲା ଉପସଭାପତି ପ୍ରେମଚାନ୍ଦ୍ ନାୟକ,ଚୌଦ୍ୱାର ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡା,ଜିଲ୍ଲା ପରିଷଦ ମଧୁସ୍ମିତା ସେଠି,ପାରିଷଦ ବିଜୟ ମଲ୍ଲିକ,ବିଜୟ ସାହୁ, ଆଶୁତୋଷ ଦାସ,ସୁବ୍ରତ ସାମଲ,ବିଜେଡି ଯୁବ ଯୁଗ୍ମସମ୍ପାଦକ ଅର୍ଜୁନ ପଣ୍ଡା,ଭରତ ସାହୁ, ରାଜନ କାଦିର,ଶଙ୍କରପୁର ସରପଞ୍ଚ ପ୍ରମୋଦିନୀ ଖଟୁଆ, ମଙ୍ଗରାଜପୁର ସରପଞ୍ଚ ଦେବେନ୍ଦ୍ର ପାଣ୍ଡ୍ୱ ଉପସ୍ଥିତ ଥିଲେ । ଶେଷରେ ବିରାଟ ବଜ଼ାର ସଭାପତି ପ୍ରଶାନ୍ତ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button