ନୀତି

ଟିକିଏ ବି ଲାଜ ନକରି କରନ୍ତୁ ଏହି 3 କାମ, ନହେଲେ ପରେ ପସ୍ତେଇବେ- Sukra Niti

ଶୁକ୍ରାଚାର୍ଜ୍ୟ ଜଣେ ମହାନ ଗୁରୁ ଅଟନ୍ତି । ସେ ଦୈତ୍ୟମାନକର ଗୁରୁ ହୋଇମଧ୍ୟ ତାଙ୍କର ସବୁ ନୀତି ବା ଗୁରୁବାଣୀ କୁ ଦେବତା ମାନେ ମଧ୍ୟ ଅନୁସରଣ କରିଥାନ୍ତି । ତାଙ୍କର ନୀତିଗୁଡିକ ସଂସାରର ସବୁଠୁ ଗୁରୁତ୍ଵ ପୂର୍ଣ ନୀତି ହୋଇଥାଏ । ଏହି ନୀତିରେ ଗୋଟିଏ ରାଜା ଠାରୁ ଆରମ୍ଭ ହୋଇ ଗୋଟିଏ ସେବକ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପାଇଁ ସମସ୍ତଙ୍କ ପାଇଁ ଜ୍ଞାନର ମହତ୍ଵ ପୂର୍ଣ ବାଣୀ ଥାଏ ।ଯାହା ଦ୍ଵାରା କି ଆଜି ମନୁଷ୍ୟକୁ ଜୀବନରେ ଉରଣଟି କରିବା ପାଇଁ ବହୁତ ସହାୟକ ହୋଇଥାଏ ।

ଏଥିପାଇଁ ଯଦି ମନୁଷ୍ୟ କେବେ ଜୀବନରେ କୌଣସି ସମସ୍ୟାରେ ପଡିବାକୁ ଚାହେଁ ନାହିଁ ତେବେ ସେ ଏହି ନୀତିଗୁଡିକ ପାଳନ କରିବା ଉଚିତ । ତେବେ ଆଜି ଆସନ୍ତୁ ଜାଣିବା ଶୁକ୍ରାଚାର୍ଜ୍ୟଙ୍କର ଏପରି କିଛି ନୀତି ବିଷୟରେ ଯାହାକି ଏପରି ୩ ଟି ଜିନିଷ ଅଛି ଯାହାକୁକୀ ମନୁଷ୍ୟକୁ କୌଣସି ଲଜ୍ୟା ନକରି ନେବା ଉଚିତ ।

ଯଦି କୌଣସି ବ୍ୟକ୍ତି ଏହାକୁ ନେବାରେ ଲଜ୍ୟା କରେ ତେବେ ପରେ ତାକୁ ପଶ୍ଚାତାପ କରିବାକୁ ହୋଇଥାଏ । ଏହାସହ ଏପରି କିଛି ଜିନିଷ ଥାଏ ଯାହାକୁ କି ଅନ୍ୟଠାରୁ କେବେ ବି ନେବା ଉଚିତ ନୁହେଁ ନଚେତ ଏହା ତାର ବିନାଶର କାରଣ ହୋଇଥାଏ । କାହିଁକି ନା ଆମେ ଅନ୍ୟମାନକୁ ସାହାଜ୍ୟ କରିଥାଉ ଓ ଅନ୍ୟମାନଙ୍କ ଠାରୁ ସାହାଜ୍ୟ ନେଇଥାଉ ।

ବହୁତ ବାର ବାମେ ଆମେ ଭାବନାର ବଶବର୍ତୀ ହୋଇ କିଛି ଭୁଲ ଜିନିଷ ର ଆଦାନ ପ୍ରଦାନ କରିଦେଇ ଥାଉ ଯାହାଫଳରେ କି ଆମେ ପରେ ବହୁତ ସମସ୍ୟାରେ ପଡିଥାଉ ଏବଂ ପରେ ପଶ୍ଚାତାପ କରିଥାଉ କି ଯଦି ଆମେ ସେ ଜିନିଷ ନେଇନଥାନ୍ତୁକି ଏବଙ ତାକୁ ସେ ଜିନିଷ ଦେଇନଥାନ୍ତୁ କି । ଏଥି ପାଇଁ ଆସନ୍ତୁ ଜାଣିବା ଅନ୍ୟଠାରୁ କଣ ନେବା ଓ ଦେବା ଉଚିତ ନୁହେଁ ।

ବିଦ୍ୟା

ଗୋଟିଏ ବୁଦ୍ଧିମାନ ବ୍ୟକ୍ତିକୁ ଜ୍ଞାନ ନେବାରେ କେବେ ଲଜ୍ଜ୍ୟା କରିବା ଉଚିତ ନୁହେଁ । ସେ ଯେକୌଣସି ଛୋଟ ପିଲା ହେଇଥାଉକି ବଡ ବ୍ୟକ୍ତି କିମ୍ବା କୌଣସି ନିଛ ବ୍ୟକ୍ତି ହେଇଥାଉ କି ଗରିବ ତାଠାରୁ ମନୁଷ୍ୟକୁ ଲଜ୍ଜ୍ୟାହୀନ ହୋଇ ନିଶ୍ଚିତ ଭାବେ କୌଣସି ନା କୌଣସି ଜ୍ଞାନ ଆହାରଣ କରିବା ଉଚିତ । କାହିଁକି ନା ବିଦ୍ୟା ଜୀବନର ସବୁ କ୍ଷେତ୍ରରେ ଆବଶ୍ୟକ ହୋଇଥାଏ ।

ଔଷଧ

ମନୁଷ୍ୟ ଯଦି କୌଣସି ରୋଗରେ ପୀଡିତ ଥାଏ ତେବେ ତାକୁ ସେହି ରୋଗର ଉପଚାର କରିବାରେ ଲଜ୍ଜ୍ୟା କରିବା ଉଚିତ ନୁହେଁ । ଉପଚାର ଯାହାପାଖରେ ବି ଥାଉ ଗରିବ ହେଉ କି କୌଣସି ନିଚ୍ଚକୁଳର ହେଇଥାଉ କିମ୍ବା ଶତ୍ରୁ ହୋଇଥାଉ ତାଠାରୁ ଉପଚାର ନେବାରେ କୌଣସି ଲଜ୍ୟା କରିବା ଉଚିତ ନୁହେଁ । ନିଜ ରୋଗର ଉପଚାର କରିବା ପାଇଁ ସବୁ ପ୍ରକାର ପ୍ରୟାସ କରିବା ଉଚିତ ନଚେତ ତାକୁ ପରେ ପଶ୍ଚାତାପ କରିବାକୁ ହୋଇଥାଏ ।

ସ୍ତ୍ରୀ ରତ୍ନ

ସ୍ତ୍ରୀ ରତ୍ନ ଅର୍ଥାତ ଶୁଗୁଣା ସ୍ତ୍ରୀ ସହିତ ବିବାହ କରିବା ଉଚିତ ସେ ଗରିବ ହୋଇଥାଉ କି ନିଚ୍ଛ କୁଳର ହୋଇଥାଉ । ମନୁଷ୍ୟକୁ ଉଛକୁଳର ଦୁଷ୍ଟ ସ୍ତ୍ରୀ ସହ ବିବାହ କରିବା ଦ୍ଵାରା ତାକୁ ଜୀବନ ସାରା ଦୁଖ ଓ ଯାତନା ଭୋଗିବାକୁ ହୋଇଥାଏ । ଏଥିପାଇଁ ଉତ୍ତମ ଗୁଣ ବାଲା ସ୍ତ୍ରୀ ସେ ଗରିବ ହେଉ କି ନିଚ କୁଳର ହେଉ ତାକୁ ବିବାହ କରିବାରେ ଲାଜ୍ୟା କରିବା ଉଚିତ ନୁହେଁ । ଉତ୍ତମ ଗୁଣ ବାଲା ସ୍ତ୍ରୀ ଘରକୁ ସ୍ଵର୍ଗ କରିଥାଏ । ଏହି ୩ ଟି ଜିନିଷ ନେବା ଉଚିତ । ଏବେ ଆସନ୍ତୁ ଜାଣିବା କେଉଁ ଜିନିଷ ନେବା ଉଚିତ ନୁହେଁ ।

ବିନା ଦେଇ ନ ନେବା

କୌଣସି ବ୍ୟକ୍ତିକୁ ଅନ୍ୟଠାରୁ କୌଣସି ତୁଛ ବସ୍ତୁକୁ ବି ଏହା  ବଦଳରେ କିଛି ନଦେଇ ନେବା ଉଚିତ ନୁହେଁ । ଭବିଷ୍ୟତରେ ଏହା ଅନର୍ଥର କାରଣ ହୋଇଥାଏ ।

ଅନ୍ୟର ପାପ କହିବା ଉଚିତ ନୁହେଁ

ମନୁଷ୍ୟକୁ ଅନ୍ୟ ଦ୍ଵାରା କରାଯାଇଥିବା ପାପକୁ ଅନ୍ୟ କାହାକୁ କହିବା ଉଚିତ ନୁହେଁ । ଅର୍ଥାତ ଅନ୍ୟ ମାନଙ୍କ ବିଷୟରେ ଖରାପ କଥା ଶୁଣିବା ଉଚିତ ନୁହେଁ କି କହିବା ଉଚିତ ନୁହେଁ । ନଚେତ ଏହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିଥାଏ ।

ଅନ୍ୟର ସ୍ତ୍ରୀ

କୌଣସି ବ୍ୟକ୍ତିକୁ ଅନ୍ୟର ସ୍ତ୍ରୀକୁ ଦୂଷିତ କରିବା ଉଚିତ ନୁହେଁ । ସେ ସ୍ତ୍ରୀ ଯେତେ ପ୍ରୟାସ କଲେବି ତାଠାରୁ ଦୂରେଇ ରହିବା ଉଚିତ । ସମାଜରେ ଏହା ଜଣା ପଡିଲେ ଆପଣଙ୍କୁ ବଦନାମର ସାମନା କରିବାକୁ ହୋଇଥାଏ । ଏଥିପାଇଁ ଏହି କାର୍ଯ୍ୟରୁ ନିବୃତ ହେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button