ଧର୍ମ

ଶ୍ରାବଣ ମାସ ସୋମବାର ଦିନ ନନ୍ଦିଙ୍କ କାନରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର, ଆପଣଙ୍କ ଜୀବନରେ ଏମିତି ଚମତ୍କାର ହେବ ଯେ ଆପଣ କେବେ କଳ୍ପନା ସୁଦ୍ଧା କରି ନଥିବେ

ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ଅଟେ । ତେଣୁ ଏହି ମାସରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରି ପ୍ରସନ୍ନ କରିବାକୁ ସମସ୍ତେ ପ୍ରୟାସ କରିଥାନ୍ତି । ଏହି ମାସରେ ଶ୍ରାବଣ ସୋମବାର ବ୍ରତ ପାଳନ କରିବା ଦ୍ଵାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ । ଏହାଛଡା ଏହି ମାସରେ ଅନ୍ୟ କିଛି ଉପାୟ ରହିଛି ଯାହା ପାଳନ କରିବା ଦ୍ଵାରା ଆମ ଜୀବନର ସବୁ ଅସୁବିଧା ଦୂର ହୋଇଥାଏ । ତେବେ ସେହି ଉପାୟ ଗୁଡିକ କଣ ଆସନ୍ତୁ ଜାଣିବା ।

ନନ୍ଦି ଭଗବାନ ଶିବଙ୍କର ବାହାନ ଅଟନ୍ତି । ତେଣୁ ଏହି ପବିତ୍ର ଶ୍ରାବଣ ମାସରେ ଭଗବାନ ନନ୍ଦିଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହାସହ ସେହି ବ୍ୟକ୍ତିଙ୍କର ସବୁ ଦୁଃଖ କଷ୍ଟ ସେ ଦୂର କରିଥାନ୍ତି । କୁହାଯାଏ କି ବିନା ବୃଷଭ ପୂଜାରେ ଶିବପୂଜା ବିଫଳ ହୋଇଥାଏ । ବୃଷଭ ମହାଦେବଙ୍କର ଅତିପ୍ରିୟ ଅଟେ । କିଛି ବ୍ୟକ୍ତି ଅନେକ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ପାଇ ନଥାନ୍ତି ବା ପରିଶ୍ରମର ଫଳ ତାଙ୍କୁ ମିଳି ନଥାଏ । ସେମାନେ ଏଥିପାଇଁ ଭାଗ୍ୟକୁ ଦୋଷ ଦେଇଥାନ୍ତି ।

କିଛି ଲୋକ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ ଏବଂ ଅଭାବ ମଧ୍ୟ ଦେଖା ଦେଇଥାଏ । ଯଦି ଆପଣଙ୍କ ସହ ଏପରି କିଛି ହେଉଥାଏ ତେବେ ଆପଣ ଶ୍ରାବଣ ମାସର କୌଣସି ଗୋଟିଏ ସୋମବାର ଦିନ ଶିବ ମନ୍ଦିର ଯାଆନ୍ତୁ । ସେଠାରେ ପ୍ରଥମେ ମହାଦେବଙ୍କୁ ପୂଜା କରନ୍ତୁ ଓ ପରେ ପାର୍ଶ୍ଵ ଦେବତାଙ୍କୁ ମଧ୍ୟ ପୂଜା କରନ୍ତୁ ।

ପରେ ବୃଷଭ ନନ୍ଦିଙ୍କର ମଧ୍ୟ ପୂଜା କରି ଧୂପ ଦୀପ ଲଗାନ୍ତୁ ଓ ତାଙ୍କୁ କିଛି ମିଠାଜାତୀୟ ଭୋଗ ଅର୍ପଣ କରନ୍ତୁ । ଏହାପରେ ତାଙ୍କ ପାଖରେ ବସି ତାଙ୍କ କାନ ପାଖରେ “ଓଁ ନନ୍ଦେଶ୍ଵରାୟ ନମଃ” ମନ୍ତ୍ରକୁ ତିନିଥର ଲେଖାଏଁ ଜପ କରନ୍ତୁ । ଏହାପରେ ବୃଷଭ ନନ୍ଦିଙ୍କ କାନରେ ନିଜ ଦୁଃଖ କଷ୍ଟ ଓ ମନସ୍କାମନା ଚୁପ କରି କହି ଦିଅନ୍ତୁ ।

ଏପରି କୁହନ୍ତୁ ଯେପରି ଅନ୍ୟ କେହି ଏହା ଶୁଣି ନ ପାରନ୍ତି । ମନେରଖନ୍ତୁ ଯେତେବେଳେ ଆପଣ ଏହି ମନ୍ତ୍ର ଜପ କରୁଛନ୍ତି ଭଗବାନ ନନ୍ଦିଙ୍କ କାନର ଡାହାଣ ପାର୍ଶ୍ଵରେ ରହି ଜପ କରନ୍ତୁ ଏବଂ ବାମ ପାର୍ଶ୍ଵରେ ଆପଣଙ୍କ ଦୁଃଖ କଷ୍ଟ ଓ ମନସ୍କାମନା ଜଣାନ୍ତୁ । ଏପରି କରିବା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ ।

ନନ୍ଦିଙ୍କ କାମ ହେଉଛି ସେ ଭକ୍ତଙ୍କ ମନକଥା ମହାଦେବଙ୍କ ପାଖରେ ପହଞ୍ଚାଇଥାନ୍ତି । ପୁରାଣ ଅନୁସାରେ ଭଗବାନ ଶିବ ନନ୍ଦିଙ୍କୁ ବରଦାନ ଦେଇଥିଲେ କି, ଯେଉଁ ଭକ୍ତ ନନ୍ଦିଙ୍କୁ ନିଜର ଦୁଃଖ କଷ୍ଟ ଜଣାଇବ ତାହାର ସମସ୍ତ ଦୁଃଖ କଷ୍ଟ ଦୂର ହେବ ଏବଂ ମନସ୍କାମନା ପୂରଣ ହେବ ।

ତେଣୁ ଆପଣଙ୍କର କୌଣସି ଦୁଃଖ କଷ୍ଟ କିମ୍ବା ମନସ୍କାମନା ଥିଲେ ଏହିପରିଭାବେ ନନ୍ଦିଙ୍କ କାନରେ କହି ଦିଅନ୍ତୁ । ଦେଖିବେ ତାହା ନିଶ୍ଚିତ ସମାଧାନ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button