ଧର୍ମ

ମହାଭାରତର କିଛି ପ୍ରଶ୍ନ ଓ ଉତ୍ତର: ଗାନ୍ଧାରୀ କାହିଁକି ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିଲେ? ଏହା ସହ ଆହୁରି 20+ ମହାଭାରତ ପ୍ରଶ୍ନ

ଦୁନିଆ ହେଉଛି ଏକ ବଡ ପ୍ରଶ୍ନ । କାରଣ ପ୍ରଶ୍ନ ବିନା କିଛି ସମ୍ଭବ ନୁହେଁ । ଯଦି ପ୍ରଶ୍ନ ନ ରହିବ ତେବେ ଉତ୍ତର କେଉଁଠାରୁ ଆସିବ । ତେଣୁ ଆପଣ ମାନଙ୍କ ମନରେ ରହିଥିବା ପ୍ରଶ୍ନ ସ୍ଵାଭାବିକ ଯାହାର ଉତ୍ତର ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ଯାହାର ଉତ୍ତର ଜାଣିବା ପରେ ଆପଣ ନିଜର ଜ୍ଞାନ ଏବଂ ବୁଦ୍ଧିକୁ ନିହାତି ଭାବରେ ବିକଶିତ କରି ଏହାକୁ କୌଣସି କାର୍ଯ୍ୟରେ କାର୍ଯ୍ୟକାରୀ କରିପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର ।

୧- କର୍ଣ୍ଣ ଅସ୍ତ୍ର ଶସ୍ତ୍ର ଓ ବ୍ରମ୍ହାସ୍ତ୍ରର ଶିକ୍ଷା କେଉଁ ଠାରୁ ପାଇଥିଲେ ?

ଉତ୍ତର- ପର୍ସୁରାମ ଙ୍କ ଠାରୁ ।

୨- ଯୁଧିଷ୍ଠିର କେତେ ବର୍ଷ ରାଜ୍ୟ ଶାସନ କରିଥିଲେ ?

ଉତ୍ତର- ୩୬ ବର୍ଷ ।

୩- ଶାମ୍ବ କୁ ନାରୀ ବେଶ କିଏ କରିଥିଲେ ?

ଉତ୍ତର- ଯାଦବ ଯୁବକ ମାନେ ।

୪- ଲୌହ ମୁଷଳ ଦ୍ଵାରା କେଉଁ ବଂଶ ବିନାଶ ହେବ ବୋଲି ରୁଷି ମାନେ କହିଥିଲେ ?

ଉତ୍ତର- କୃଷ୍ଣିକ, ଅନ୍ଧକ ଓ ଯାଦବ ।

୫- ଶ୍ରୀ କୃଷ୍ଣ କେଉଁ ଠାରେ ଦେ-ହ ତ୍ୟା-ଗ କରିଥିଲେ ?

ଉତ୍ତର- ଶିଆଳି ଲତା ତଳେ ।

୬- ଶ୍ରୀ କୃଷ୍ଣ ଙ୍କ ପାଦ କୁ ଏକ ମୃଗ ବୋଲି ଭବାଇ କିଏ ତାଙ୍କୁ ଶରବିଦ୍ଧ କରିଥିଲେ ?

ଉତ୍ତର- ଜାରା ଶବର ।

୭- ବସୁଦେବଙ୍କର ଚାରି ପତ୍ନୀ ଙ୍କର ନାମ କଣ ଥିଲା ?

ଉତ୍ତର- ଦେବକୀ, ଭଦ୍ରା, ରୋହିଣୀ, ମଦିରା ।

୮- ସଂସ୍କୃତ ଭାଷାରେ ମହାଭାରତ ରଚନା କିଏ କରିଥିଲେ ?

ଉତ୍ତର- ବ୍ୟାସଦେବ ।

୯- ଓଡିଆ ମହାଭାରତର ରଚୟିତା କିଏ ?

ଉତ୍ତର- ସାରଳା ଦାସ ।

୧୦- ଗାନ୍ଧାରୀ କେଉଁ ରାଜାଙ୍କର କନ୍ୟା ଥିଲେ ?

ଉତ୍ତର- ରାଜା ସୁବଳ ।

୧୧- ଭୀମସେନ କୁ କେଉ ବିଷ ଦିଅ ଅଯାଇଥିଲା ?

ଉତ୍ତର- କାଳକୂଟ ।

୧୨- ସୁରଭି କାହାର କନ୍ୟା ?

ଉତ୍ତର- ଦକ୍ଷ ପ୍ରଜାପତି ।

୧୩- ବିଦ୍ୟା, ବୁଦ୍ଧି ଓ ବୟସରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି କିଏ ଥିଲେ ?

ଉତ୍ତର- ପିତାମହ ଭୀଷ୍ମ ।

୧୪- ଯୁଧିଷ୍ଠିର ଙ୍କ ମତରେ ଧର୍ମର ସଜ୍ଞା କଣ ?

ଉତ୍ତର- ପୂର୍ବ ପୁରୁଷଙ୍କ ଆଚରିତ କର୍ମ ହିଁ ଧର୍ମ । ଏହାର ପ୍ରକୃତ ସ୍ୱରୂପ, ଅତୀବ ସୂକ୍ଷ୍ମ ଓ ଅଜଣା ।

୧୫- ଜରାସନ୍ଧ କେଉଁ ଦେଶର ରାଜା ଥିଲେ ?

ଉତ୍ତର- ମଗଧ ।

୧୬- ଉର୍ବଶୀ ଅର୍ଜୁନଙ୍କୁ କି ଅଭିଶାପ ଦେଇଥିଲେ ?

ଉତ୍ତର- ନପୁଂସକ ହେବା ପାଇଁ ।

୧୭- ଅସ୍ଵଥମା ପ୍ରେରିତ ବ୍ରମ୍ହାସ୍ତ୍ରର କେଉଁ ଠାରେ ପଡିଥିଲା ?

ଉତ୍ତର- ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରେ ।

୧୮- କର୍ଣ୍ଣଙ୍କର ପୁତ୍ରଙ୍କ ନାମ କଣ ?

ଉତ୍ତର- ବୃଷସେନ ।

୧୯- ବୃଷସେନଙ୍କୁ କିଏ ବଦ୍ଧ କରିଥିଲେ ?

ଉତ୍ତର- ଅର୍ଜୁନ ।

୨୦- ଅର୍ଜୁନ କେଉଁ ଅସ୍ତ୍ରରେ କର୍ଣ୍ଣଙ୍କର ଶିର ଛେଦନ କରିଥିଲେ ?

ଉତ୍ତର- ଅଞ୍ଜଳିକ ନାମକ ଏକ ଦିବ୍ୟ ଅସ୍ତ୍ର ।

୨୧- ଗାନ୍ଧାରୀ କାହିଁକି ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିଲେ ?

ଉତ୍ତର- ଧୃତରାଷ୍ଟ୍ର ଅନ୍ଧ ଥିବାରୁ ।

 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button