ଦେଶ ବିଦେଶ

୨ଟି ଦାମୀ ସ୍ମାର୍ଟଫୋନ୍ ପାଇଁ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟା

କ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ୩୦ ବର୍ଷୀୟ ଡେଲିଭରି ଏଜେଣ୍ଟଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କାର ଦୁଇଟି ସ୍ମାର୍ଟଫୋନ୍ ଡେଲିଭରି କରିବାକୁ ଜଣେ ଗ୍ରାହକ ଘରକୁ ଡାକି ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ସେପ୍ଟେମ୍ବର ୨୩ ତାରିଖରେ ଏହି ଘଟଣା ଘଟିଥିଲା। ଡେଲିଭରି ଏଜେଣ୍ଟ ଭରତ ପ୍ରଜାପତିଙ୍କୁ ଗଜାନନ ନାମକ ଅଭିଯୁକ୍ତ ଓ ତା’ର ସହଯୋଗୀ ଆକାଶ ହତ୍ୟା କରିବା ପରେ ମୃତଦେହକୁ ଇନ୍ଦିରା କେନାଲରେ ଫିଙ୍ଗି ଦେଇଥିଲେ ବୋଲି ଡେପୁଟି କମିସନର ଶଶାଙ୍କ ସିଂହ ସୂଚନା ଦେଇଛନ୍ତି।

ବାସ୍ତବରେ ଅନ୍ୟ ଜଣେ ଅଭିଯୁକ୍ତ ହିମାଂଶୁ କନୌଜିଆ ଫ୍ଲିପକାର୍ଟରୁ ତାଙ୍କ ଘରକୁ ଗୁଗୁଲ ପିକ୍ସେଲ ଓ ଭିଭୋ ଫୋନ୍ ମଗାଇଥିଲେ। କନୌଜିଆ ‘କ୍ୟାସ୍ ଅନ୍ ଡେଲିଭରି ପେମେଣ୍ଟ୍ ମୋଡ୍’ ବାଛିଥିଲେ। ସେପ୍ଟେମ୍ବର ୨୫ରେ ପ୍ରଜାପତି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ନିଖୋଜ ଥିବା ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ପ୍ରଜାପତିଙ୍କ କଲ୍ ରେକର୍ଡ ଜରିଆରେ ଗଜାନନଙ୍କ ନମ୍ବର ଠାବ କରିଥିଲା। ପଚରାଉଚରା ବେଳେ ଗଜାନନଙ୍କ ସାଙ୍ଗ ଆକାଶ ଅପରାଧ ସ୍ୱୀକାର କରିବା ସହ ପ୍ରଜାପତିଙ୍କଠାରୁ ମୂଲ୍ୟବାନ ସ୍ମାର୍ଟଫୋନ୍ ଲୁଟି ନେବାକୁ ଯୋଜନା କରିଥିବା ପ୍ରକାଶ କରିଥିଲା। ଦୁହେଁ ପ୍ରଜାପତିଙ୍କୁ କନୌଜିଆଙ୍କ ଘରକୁ ଡାକି ତାଙ୍କୁ ଆକ୍ରମଣ କରିବା ସହ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଇନ୍ଦିରା କେନାଲରେ ଫିଙ୍ଗି ଦେଇଥିଲେ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ସହାୟତାରେ ପୁଲିସ ମୃତଦେହକୁ ଖୋଜୁଛି। କନୌଜିଆ ଓ ଆକାଶ ଗିରଫ ହୋଇଥିଲେ ହେଁ ଗଜାନନ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button