ମନୋରଞ୍ଜନ

ରାଜକୁମାରୀ ହୋଇ ବି ଫିଲ୍ମ ଜଗତରେ ଖାସ୍ ନାଁ କମାଇଛନ୍ତି ଏହି ସୁନ୍ଦରୀ, ଆଜି ପାଳୁଛନ୍ତି ୩୭ ତମ ଜନ୍ମଦିନ

ଦିତି ରାଓ ହାଇଦରୀ । ବଲିଉଡର ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ । ଅଭିନେତ୍ରୀ ଆଜି ଅର୍ଥାତ୍‌ ୨୮ ଅକ୍ଟୋବରରେ ନିଜର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୧୧ ରେ ସୁଧୀର ମିଶ୍ରଙ୍କ ଫିଲ୍ମ ‘ୟେ ସାଲି ଜିନ୍ଦଗି’ ସହିତ ବଲିଉଡରେ ପରିଚୟ ହାସଲ କରିଥିବା ଅଦିତି ରାଓ ହାଇଦରୀଙ୍କୁ ଆଜି ୩୭ ବର୍ଷରେ ପାଦ ଦେଇଛନ୍ତି ।

ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ସମେତ ଅନେକ ବଲିଉଡ ଷ୍ଟାର ଅଦିତିଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ଅଦିତି ରାଓ ହାଇଦରୀ ନିକଟରେ ତାଙ୍କର ଲଙ୍ଗଟାଇମ୍ ବଏଫ୍ରେଣ୍ଡ ସିଦ୍ଧାର୍ଥଙ୍କୁ ବିବାହ କରିଥିଲେ ।

ହୁଏତ ଆପଣ ଜାଣିନଥିବେ ରିୟଲ ଲାଇଫରେ ସେ ଜଣେ ରାଜକୁମାରୀ । ଅଦିତି ରାଓ ହାଇଦାରୀ ହେଉଛନ୍ତି ‘ଆକବର ହାଇଦରୀ’ଙ୍କ ନାତୁଣୀ, ଯିଏକି ହାଇଦ୍ରାବାଦ ରାଜବଂଶର ରାଜା ଅର୍ଥାତ ପ୍ରଧାନମନ୍ତ୍ରୀ ଥିଲେ । ହାଇଦ୍ରାବାଦର ରାଜ ପରିବାରରେ ଜନ୍ମିତ ଏହି ରାଜକୁମାରୀ ନିଜର ଦମଦାର ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ଅଭିନୟ ଜଗତରେ ନିଜର ଖାସ ପରିଚୟ ସୃଷ୍ଟି କରିଛନ୍ତି । ୧୯୭୮ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ଆଦିତ୍ୟ ରାଓ ହାଇଦରୀ ୨୦୦୬ ରେ ‘ପ୍ରଜାପତି’ ନାମକ ଏକ ସାଉଥ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।

ଏହା ପରେ ସେ ୨୦୦୯ ଫିଲ୍ମ ‘ଦିଲ୍ଲୀ -6’ ମାଧ୍ୟମରେ ହିନ୍ଦୀ ଫିଲ୍ମରେ ପ୍ରବେଶ କରିଥିଲେ । ୨୦୧୧ ରେ ସୁପରହିଟ୍ ଫିଲ୍ମ ରକଷ୍ଟାରରେ ଅଦିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଦିତି ରାଓ ହାଇଡାରୀ ଆଜି ବଲିଉଡରେ ଅଭିନୟର କ୍ୱିନ୍ ହୋଇପାରିଛନ୍ତି ଏବଂ ୩୫ ରୁ ଅଧିକ ଚଳଚ୍ଚିତ୍ର ଏବଂ ସିରିଜରେ କାମ କରିଛନ୍ତି । ଅଦିତି ରାଓ ହାଇଦରୀଙ୍କ ଜେଜେବାପା ‘ଆକବର ହାଇଦରୀ’ (୧୮୬୯ ରୁ ୧୯୪୧) ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ଥିଲେ । ଅଦିତିଙ୍କ ମାମୁଁ ମଧ୍ୟ ଆସାମର ରାଜ୍ୟପାଳ ରହିଛନ୍ତି ।

ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ଅଦିତି ପିଲାଦିନରୁ ସିନେମା ଜଗତରେ କାମ କରିବାର ସ୍ୱପ୍ନ ଦେଖିଥିଲେ । ନିଜ ସ୍ଵପ୍ନକୁ ସତ କରି ଅଦିତି ବର୍ତ୍ତମାନ ବଲିଉଡର ଟପ୍ ହିରୋଇନଙ୍କ ମଧ୍ୟରେ ଗଣିତ ହେଉଛନ୍ତି । ସଂଜୟ ଲୀଲା ଭନସାଲୀଙ୍କ ଲୋକପ୍ରିୟ ସିରିଜ ହୀରାମଣ୍ଡିରେ ଅଦିତି ବିବୋଜାନ ଚରିତ୍ରରେ ନଜର ଆସିଥିଲେ । ଲୋକଙ୍କୁ ଅଦିତିଙ୍କ ଦମଦାର ଅଭିନୟ ଏବଂ ନୃତ୍ୟ ବେଶ ଆକର୍ଷିତ କରିଥିଲା । ଏହି ସିରିଜରେ ଅଦିତିଙ୍କ ଚରିତ୍ର ବିବୋଜାନଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା ​​।

ଅଦିତି ଧର୍ମର ପ୍ରତିବନ୍ଧକ ଅତିକ୍ରମ କରି ୨୪ ବର୍ଷ ବୟସରେ ତାଙ୍କ ହିନ୍ଦୁ ବଏଫ୍ରେଣ୍ଡ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ । ତେବେ ଏହି ବିବାହ ବେଶୀ ଦିନ ଚାଲିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ । ଏହା ପରେ ଅଦିତି ଚଳିତ ବର୍ଷ ୧୬ ସେପ୍ଟେମ୍ବରରେ ତାଙ୍କର ଲଙ୍ଗଟାଇମ୍ ବଏଫ୍ରେଣ୍ଡ ସିଦ୍ଧାର୍ଥଙ୍କ ସହ ଦ୍ୱିତୀୟ ଥର ବିବାହ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button