ବିଜେପି ମିଶନ୍ ୨୪ ଲାଗି ଅଣ୍ଟା ଭିଡ଼ିଲା
ଭୁବନେଶ୍ବର: ବିଜେପି ମିଶନ୍ ୨୪ ଲାଗି ଅଣ୍ଟା ଭିଡ଼ିଲା। ପୁରୀରେ ସେପ୍ଟେମ୍ୱର ୧୩ରୁ ୧୫ ତିନି ଦିନିଆ ପ୍ରଶିକ୍ଷଣ ଶିବିର କରି ୩୭ ହଜାର ବୁଥକୁ କିଭଳି ମଜବୁତ୍ କରିବ, ସେ ନେଇ କୋର୍ କମିଟି ଓ ପଦାଧିକାରୀ ବୈଠକରେ ମୋହର ବାଜିଛି। ରାଜ୍ୟ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଛି ବ୍ଲୁ-ପ୍ରିଣ୍ଟ୍।
୨୪ରେ ଓଡ଼ିଶାରେ ବିଜେପି ସରକାର। କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ମନ୍ତବ୍ୟ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିଥିଲା। ଆଉ ମିଶନ୍ ୨୪କୁ ସାକାର କରିବାକୁ ପ୍ରଭାରୀ ସୁନୀଲ ବଂଶଲ ତିଆରି କରିଛନ୍ତି ବ୍ଲୁ-ପ୍ରିଣ୍ଟ୍। ପଦାଧିକାରୀ ଓ କୋର୍ କମିଟିର ମାରାଥନ ବୈଠକରେ ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା କିଭଳି ଲୋକଙ୍କ ପାଖରେ ପହଞ୍ଚିବ। ମୋଦି ସରକାରଙ୍କ ସଫଳତାକୁ ପହଞ୍ଚାଇ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହେବ, ସେ ନେଇ ଖସଡ଼ା ହୋଇଛି।
ଅମିତଙ୍କ ଗସ୍ତ କାଳରେ ସେ ଦେଇଥିବା ଟାସ୍କକୁ ହାସଲ କରିବାକୁ ପୁରୀରେ ସେପ୍ଟେମ୍ୱର ୧୩ରୁ ୧୫ ଯାଏ ୩ ଦିନିଆ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ହେବ। ୩୭ ହଜାର ବୁଥରେ ବିଜେପି କିଭଳି ମଝଭୁତ ହେବ, ସେ ଦିଗରେ ଖସଡ଼ା ତିଆରି ହେବ। ସେପ୍ଟେମ୍ୱର ୨୯ ଓ ୩୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା।
ମିଶନ୍ ୨୪କୁ ସାକାର କରିବାକୁ ଅଣ୍ଟା ଭିଡ଼ିଛି ବିଜେପି। ଓଡ଼ିଶା ଶାସନ ଡୋରି ଧରିବାକୁ କସରତ ଆରମ୍ଭ କରିଦେଇଛି।



