ଦେଶ ବିଦେଶ

ବେନେଜୁଏଲ ର ଏହି ମା’ମାନେ ନିଜ ଛୁଆକୁ ଅଳିଆ ରେ ଫିଙ୍ଗିବା ପାଇଁ କାହିଁ ଅଟନ୍ତି ବାଧ୍ୟ ? ଜାଣନ୍ତୁ ଏମାନଙ୍କ ଦୁଃଖ କାହାଣୀ

ବେନେଜୁଏଲ ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ମାଁ ମାନେ ନିଜ ଛୁଆକୁ ପାଳି ପାରୁ ନାହାନ୍ତି । ବେନେଜୁଏଲ ଗୋଟେ କଳାକାର ଏରିକ ମେନିକାନୋ କହିଛନ୍ତି ଯେ ‘ଛୁଆ ଫିଙ୍ଗିବା ମନା’ଏହି ବୋର୍ଡ ଦେଶ ସାରା କାନ୍ଥ ଉପରେ ଲଗା ଯାଇଛି । ତାଙ୍କ କହିବା ଅନୁଯାଇ ଯେତେବେଳେ ରାଜଧାନୀ କରାକସ ରେ ତାଙ୍କ ଅପାର୍ଟମେଣ୍ଟ ତଳେ ଗୋଟେ ଶିଶୁ ଅଳିଆରୁ ବାହାର କରା ଗଲା ଏହା ଦେଖି ସମସ୍ତଙ୍କ ଆଖି ରେ ଲୁହ ଆସି ଯାଇଥିଲା ।

ମେନିକାନୋଙ୍କ କହିବା ଅନୁଯାଇ ବେନେଜୋଲ ରେ ଦିନ ପ୍ରତିଦିନ ଏହି ଘଟଣା ସାମାନ୍ୟ ହବାକୁ ଲାଗିଛି କିନ୍ତୁ ଏମିତି ହବା ଉଚିତ ନୁହଁ ।

ସଂଯୁକ୍ତ ରାଷ୍ଟ୍ର ୱର୍ଲ୍ଡ ଫୂଡ ପ୍ରୋଗ୍ରାମ ଗୋଟେ ସ୍ଟଡୀ ଦ୍ଵାରା ଏହା ଜଣା ପଡିଛି ଯେ ବେନେଜୁଏଳା ଆର୍ଥିକ ବ୍ୟବଆସ୍ଥା ଦିନକୁ ଦିନ ଖରାପ ହବାକୁ ଲାଗିଛି । ଦେଶ ରେ ପ୍ରତି ୩ଟି ଲୋକଙ୍କ ମଧ୍ୟରେ ଗୋଟେ ଲୋକ ଏତେ ବି ଖାଦ୍ଯ ପାଉ ନାହିଁ ଯେ ସେ ନିଜ ପେଟ ସଠିକ ଭାବରେ ପୂର୍ଣ କରିପାରେ ବା ପରଯାପ୍ତ ପୋଷଣ ପାଇ ପାରେ ।

ସମସ୍ତଙ୍କ ପାଖରେ ଏତେ ଟଙ୍କା ନାହିଁ ଯେ ସେ ଗର୍ଭ ନିରୋଧକ ବଟିକା କିଣି ପାରିବେ ସେଥିପାଇଁ ନଚାହିଁଲେ ମଧ୍ୟ ଗର୍ଭବତୀ ଘଟଣା ଦିନକୁ ଦିନ ବଢି ଚାଲିଛି ଏବଂ ଗର୍ଭପାତ ନିୟମ ବହୁତ କଡା ଯାହା କେବଳ ମାଁ ଜୀବନ ଖତରା ରେ ଥିଲେ ଗର୍ଭପାତ ପାଇଁ ଅନୁମତି ଦେଇଥାଏ । ଏହି କାରଣ ପାଇଁ ମହିଳାଙ୍କ ପାଖରେ ବିକଳ୍ପ ବହୁତ କମ ଥାଏ, ବେନେଜୁଏଲ ଆର୍ଥିକ ସ୍ଥିତି ଖରାପ ବୋଲି ଗୋଟେ ଚେରେଟି ଫଣ୍ଡ ୨୦୧୮ରେ କହିଥିଲେ ତାଙ୍କ ଗଣନା ଅନୁଯାଇ ରାସ୍ତା ରେ ଓ ବଡ ବଡ ଘର ଓ ଫ୍ଲାର୍ଟ ଆଗରେ ଶିଶୁଙ୍କୁ ଲୋକ ଅନାଥ ଭଳି ଛାଡି ଦିଅନ୍ତି ।

କାହିଁକିନା ତାଙ୍କ ପାଖରେ ତାଙ୍କୁ ଖୁଏଇବା ପାଇଁ ଆର୍ଥ ନଥାଏ ଓ ସରକାର ଗର୍ଭପାତ ପାଇଁ ଏତେ କଡା ନିୟମ ରଖିଛନ୍ତି ଯେ ଏହା ସମ୍ଭବ ନୁହେ ଏହି ଭଳି ଛୁଆଙ୍କ ସଂଖ୍ୟା ୭୦% ପର୍ଜନ୍ତ ବ୍ଧିଛି । ଗତ କିଛି ବର୍ଷ ଧରି ବେନେଜୁଏଲ ସରକାର କୌଣସି ଅଧିକାଋକ ଗଣତି ଜାରି କରି ନାହାନ୍ତି ଓ ଯାହା ପ୍ରଶ୍ନ ପଚାରିଲେ ମଧ୍ୟ ସରକାର ଏହାର ଉତ୍ତର ଦେଉ ନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button