ଦେଶ ବିଦେଶ

35 ଘଣ୍ଟା ହେଲା ଜଳୁଛି ନିଆଁ, ଅଗ୍ନିଶମ ବାହିନୀଙ୍କ ସତ ଚେଷ୍ଟା ପରେ ବି ଲିଭୁନି ନିଆଁ… ଦେଖନ୍ତୁ Video

ବନ୍ଧୁଗଣ ବନ୍ଧୁଗଣ ପୁରୀ ରେ ଲିଭୁ ନାହି ନିଆଁ । ପୁରା ନିଆଁମୟ ବଡ ଦାନ୍ଡ । ଏମିତି ଜଳୁଛି ଯେ ନିଆଁ ଲିଭିବାର ନାଁ ଧରୁ ନାହି । ଅଧିକ ସମୟ ହେବ ହୁତୁହୁତୁ ହୋଇ ଜଳୁଛି । ଦମକଳରୁ ପାଣି ସରି ଯାଉଛି ହେଲେ ନିଆଁ ଲିଭୁ ନାହି । ଆପଣ ମାନେ ବି ଥରେ ଏ ଦୃଶ୍ୟ ଦେଖନ୍ତୁ କେମିତି ଏ ନିଆଁ ଲାଗିଛି ଏ କମ୍ପପ୍ଲେକ୍ସରେ । ଏ ଦୃଶ୍ୟ ହେଉଛି ଗତ କାଲିର ପୁରୀ ଧାମର  ।

ଗତ କାଲି ମରୀଚ କୋଟ ଛକ ଠାରେ ସମ୍ରାଟ କମ୍ପପ୍ଲେକ୍ସ ରେ ନିଆଁ ଲାଗିଥିଲା ଯାହା ଏ ଯାଏଁ ଲିଭିବାର ନା ନେଉ ନାହି । ପୁରା ଶ୍ରୀକ୍ଷେତ୍ର ଏବେ ଧୂଆଁମୟ ହୋଇ ଯାଇଛି । ଯୁଆଡେ ଦେଖିଲେ ଖାଲି ଧୂଆଁ ଆଉ ଧୂଆଁ । ଲୋକେ ଧୂଆଁ କାରଣରୁ ପୁରା ଅସ୍ତ ବ୍ୟସ୍ତ ହୋଇ ଗଲେଣି । ଏତେ ପାଣି ପକାଇଲେ ବି ନିଆଁ ଲିଭୁ ନାହି । 10 ରୁ ଅଧିକ ଦମକଳ ରୁ ପାଣି ସରି ଗଲାଣି ।

ତେବେ ସୂଚନା ଅନୁଯାୟୀ ବୁଧବାର ରାତି ପ୍ରାୟ 8ଟା ବେଳେ ପୁରୀ ର ମରୀଚ କୋଟ ଛକରେ ଥିବା ଲକ୍ଷ୍ମୀ ବଜାରର କମ୍ପପ୍ଲେକ୍ସ ରେ ନିଆଁ ଲାଗିଥିଲା । ଏହା ଭିତରେ 35 ଘଣ୍ଟା ବୀତିଗଲାଣି କିନ୍ତୁ ସଂପୂର୍ଣ୍ଣ ଆୟତ୍ତ କୁ ଆସିପାରି ନାହି ପୁରୀ ମରୀଚ କୋଟ ଛକରେ ଥିବା ଏହି କମ୍ପପ୍ଲେକ୍ସ ରେ ଲାଗିଥିଆ ନିଆଁ । ଏବେ ବି ଧୀରେ ଧୀରେ ଧୂଆଁ ବାହାରୁଛି ।

ଅଗ୍ନିସନ ବାହିନୀ ଏବେ ବି ଅକ୍ସିଜେନ ମାସ୍କ ପିନ୍ଧି ଧୂଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀ ବି ଉପସ୍ଥିତ ରହିଛନ୍ତି । ଜଳିପୋଡି ଛାରଖାର ହୋଇଯାଇଛି 43 ଦୋକାନ । ଏହା ସହ ଫ୍ୟାସନ ସେଣ୍ଟର, ହୋଟେଲ ବି ଛାରଖାର ହୋଇ ଯାଇଛି । ଗତ କାଲି ଘଟଣା ସ୍ଥଳକୁ ପାରଖୀ ଥିଲେ ଅଗ୍ନିସନ ଡିଜି ମନ୍ତ୍ରୀ । ବୁଧବାର ରାତିରେ ଲକ୍ଷ୍ମୀ ବଜାରରେ ନିଆଁ ଲାଗିଥିଲା ।

ପ୍ରଥମ ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିଲା । ଆଉ ପରେ ଅନ୍ୟ ଆଡକୁ ନିଆଁ ଲାଗି ଯାଇଥିଲା । ସତ ସରକେଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା କୁହା ଯାଇଛି । କେଉଁଠି ଅଣ କେଉଁଠି ଦୋକାନ ଭିତରୁ ଏବେ ବି ଧୂଆଁ ବାହାରୁଛି । ରାତି ତମାମ ସଟର ଗୁଡାକ କାଟି ଦିଆ ଯାଇଥିଲା । ଆଉ କାଟିବା ପରେ ଯେମିତି ଧୂଆଁ ବାହାରିଲା କି ଲାଗିଲା ନିଆଁ କେଉଁଠି ନା କେଉଁଠି ରହିବ ।

ଫ୍ୟାସନ ସେଣ୍ଟର ଦୋକାନ ଜଳିଯାଇ ପୁରା ଛାରଖାର ହୋଇ ଯାଇଛି । ଆଉ ପାଖା ପାଖି 38ଟି ଦୋକାନ ପୋଡି ପାଉଁଶ ହୋଇ ଯାଇଛି । ଏବେ ବି ଅଗ୍ନିସମ କର୍ମଚାରୀ ମାନେ ଫୋମ ନେଇ ପକାଉଛନ୍ତି । ଘଟଣାକୁ ଭଲ ଭାବେ ତନ ତନ କରି ଯାଞ୍ଚ କରା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button