Sura Bhai କିଛି ଏମିତି ପାଳିଲେ Holi, ଏ ବିଷୟରେ ଯାହା କହୁଛନ୍ତି ଶୁଣନ୍ତୁ… ଦେଖନ୍ତୁ Video

ବନ୍ଧୁଗଣ ରଙ୍ଗର ପର୍ବ ହେଉଛି ହୋଲି । ଜଟାଇ, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଏହି ହୋଲି ପର୍ବ କୁ ପାଳନ କରିଥାନ୍ତି । ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଭାଷଣ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜିର ହୋଲି ପର୍ବ ରେ ସୁର ରାଉତରାୟ ହୋଲି ଖେଳିବା ସହ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଏହି ପରିପ୍ରେଖିରେ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଆଜି ହୋଲି ଖେଳିଛନ୍ତି । ସୁର ଭାଇ ଯେଉଁ ମାନଙ୍କ ସହ ସକାଳ ହେଲେ ଚା ଖଟି ରେ ବସନ୍ତି ମାଉସୀ ମା ମନ୍ଦିରରେ ବସନ୍ତି ଆଉ ଯେଉଁ ମାନଙ୍କ ସହ ସୁଖ ଦୁଖର ସାଥି ହୁଅନ୍ତି ସେହି ମାନଙ୍କ ସହ ଆଜି ସୁର ଭାଇ ହୋଲି ଖୁବ ଧୁମଧାମ ରେ ପାଳନ କରିଛନ୍ତି । କୋରୋନା କଟକଣା ପରେ ହୋଲି ପାଳନ ହେଉଥିବାରୁ ସମସ୍ତେ ବେସ ଉଶ୍ଚାହିତ ଅଛନ୍ତି ।
ଏ ନେଇ ସୁର ରାଉତରାୟ ଗଣମାଧ୍ୟମରେ ନିଜର ବଡ ବୟାନ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ବିଷୟରେ । ସୁର ରାଉତରାୟ କହିଛନ୍ତି ଯେ “ରାମେଶ୍ଵର ପ୍ରାଙ୍ଗଣ ଭାଇଚାର ଜାଗା ଟିଏ । ସକାଳୁ ପ୍ରାୟ 300ରୁ 400 ଲୋକଙ୍କ ସହ ହୋଲି ଖେଳ ସରିଲାଣି ।
ପିଲା ଦିନୁ ଆମେ ସାଇକେଲରେ ଯାଇ ହୋଲି ଖେଳୁ । ଆଜି ନୁହେଁ 62 ବର୍ଷ ହେଲାଣି ବାଳକାଟି ରେ ହୋଲି ଖେଳ ହୁଏ । ଆପଣ ମାନେ ଚାହିଁଲେ ଆସି ପାରିବେ । ବାଳକାଟି ଯିବେ ମେନ କେନାଲ ରେ ଗାଧୋଇବେ । ଗୋଟେ ବଢିଆ ମଟନ, ପୋଟଳ ରସା, ଛେନା ଚକଡା, ଆମ୍ବୁଲ ଖାତା, ଭାତ ଡାଲି ଭଳି ଆଇଟମ ହୁଏ ବାଳକାଟି ରେ । ମ୍ୟାଡମଙ୍କର ଅପରେସନ ହୋଇଛି ନ ହେଲେ ସେ ମୋ ସହ ହୋଲି ଖେଳେ ।
ମୁଁ ଖାଲି ତା ଦେହରେ ଲଗାଇ ଦେଇଛି । ଆମର ସବୁ ସେଣ୍ଟର ଅଛି । ରଙ୍ଗ ଖେଳିବାକୁ ଆହୁରି ଅନେକ ଜାଗା ଯିବାର ଅଛି । ଶେଷରେ ବାଳକାଟି ରେ ଯାଇ ସେଠାରେ ଖାଇବା ପିଇବା ର ଆୟୋଜନ ହୋଇଥାଏ” ।