ଦେଶ ବିଦେଶ

ହମାସକୁ ପୃଥିବୀ ପୃଷ୍ଠରୁ ପୋଛି ଦେବୁ: ଇସ୍ରାଏଲ – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲରେ ଏକ ଜରୁରୀକାଳୀନ ସରକାର ଏବଂ ଯୁଦ୍ଧସମୟ କ୍ୟାବିନେଟ୍‌ ଗଠନ କରିବାର ମାତ୍ର କିଛି ଘଣ୍ଟା ପରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ ହେବାର ଆଗୁଆ ସଙ୍କେତ ଦେଇଛନ୍ତି। ହମାସକୁ ଧ୍ବଂସ କରାଯିବ ବୋଲି ପ୍ରତିଜ୍ଞା କରି ନେତାନ୍ୟାହୁ ଏହି ଆଗୁଆ ସଙ୍କେତ ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ବିବୃତି ଜାରି କରି ନେତାନ୍ୟାହୁ କହିଛନ୍ତି, ପ୍ରତିଟି ହମାସ୍‌ ଆତଙ୍କବାଦୀ ହେଉଛନ୍ତି ଜଣେ ଜଣେ ମୃତ ବ୍ୟକ୍ତି। ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟ୍‌ ମଧ୍ୟ ହମାସକୁ ଧ୍ବଂସ କରିବାର ପ୍ରତିଜ୍ଞା କରିଛନ୍ତି। ଗାଣ୍ଟ୍‌ କହିଛନ୍ତି, ଯୁଦ୍ଧ ଏବଂ ଶାନ୍ତିର ଏକ ସମୟ ଥାଏ ଏବଂ ଏବେ ଏହା ଯୁଦ୍ଧର ସମୟ।

ଗାଲ୍ଲାଣ୍ଟ କହିଛନ୍ତି, ଆମେ‌ ସେମାନଙ୍କୁ ପୃଥିବୀ ପୃଷ୍ଠରୁ ପୋଛିଦେବୁ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ , ଗାଲ୍ଲାଣ୍ଟ ଏବଂ ଗାଣ୍ଟ୍‌ଙ୍କ ଏଭଳି କଡ଼ା ଟିପ୍ପଣୀରୁ ଏହା ଜଣାପଡ଼ୁଛି ଯେ ସେମାନେ ଯୁଦ୍ଧର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି। ଗାଜାରେ ପଶି ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବ ବୋଲି ଉକ୍ତ ୩ ବରିଷ୍ଠ ନେତାଙ୍କ କଥା‌ରୁ ସ୍ପଷ୍ଟ ‌ହୋଇଯାଉଛି। ଉଲ୍ଲେଖଯୋଗ୍ୟ. ହମାସ ଆତଙ୍କବାଦୀମା‌ନେ ଶତାଧିକ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ ରଖିବା ସହ ମହିଳା ଏବଂ ଶିଶୁ ମାନଙ୍କୁ ଅତି ନିର୍ମମ ହତ୍ୟା କରୁଛନ୍ତି। ଶିଶୁମାନଙ୍କୁ ମୁଣ୍ଡକାଟି ହତ୍ୟା କରିବା ଘଟଣାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି । ଏଭଳି ବର୍ବରତା ପାଇଁ ହମାସ୍‌କୁ କଡ଼ା ଜବାବ ମିଳିବ ବୋଲି ନେତାନ୍ୟାହୁ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button