ଦେଶ ବିଦେଶ

ବନ୍ଦ ପଡ଼ିଥିବା SIM ରଖିଥିଲେ ସାବଧାନ! ଆଣିପାରେ ଆପଣଙ୍କ ପାଇଁ ବଡ଼ ବିପଦ, କରନ୍ତୁ ନାହିଁ ଏହି ଭୁଲ

ଆଜିକାଲି ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ। ଏଥିସହିତ ଲୋକେ ଏକାଧିକ ସିମ୍ ଏବଂ ମୋବାଇଲ ନମ୍ବର ମଧ୍ୟ ବ୍ୟବହାର କରୁଛନ୍ତି। କେତେକ ଏହି ନମ୍ବର ଗୁଡିକୁ ବ୍ୟବହାର କରୁଥିବା ବେଳେ ସମୟ ସହିତ କିଛି ସିମ୍ ବ୍ୟବହାର ନ କରିବା ଦ୍ୱାରା ଅଚଳ ମଧ୍ୟ ହୋଇଯାଉଛି। ତେବେ, ଏଭଳି ଅଚଳ ପଡିଥିବା ସିମ୍ ଘରେ ଥିଲେ ଆପଣ ସାବଧାନ ହୋଇଯାଆନ୍ତୁ।

SIM

କାରଣ ଏହି ଅଚଳ ସିମ୍ ଗୁଡିକ ପାଇଁ ମଧ୍ୟ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ପ୍ରକୃତରେ ଟେଲିକମ କମ୍ପାନୀ ଗୁଡିକ ୩ ମାସରୁ ଅଧିକ ସମୟ ଧରି ଇନ୍ଆକ୍ଟିଭ ଥିବା ସିମ ଗୁଡିକୁ ଅନ୍ୟ ଜଣ ୟୁଜର୍ସଙ୍କ ପାଇଁ ଆଲର୍ଟ କରିଦିଅନ୍ତି। ଏଭଳି କ୍ଷେତ୍ରରେ ସାଇବର୍ ଫ୍ରଡ଼ କିମ୍ବା କ୍ରାଇମରେ ଆପଣ ଫସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

Cyber fraud

ଯଦି ଆପଣଙ୍କ ସେହି ନମ୍ବରରେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ କିଛି ତଥ୍ୟ ରହିଛି କିମ୍ବା ସେଥିକୁ ଆପଣଙ୍କ ଓଟିପି ଆସୁଛି ତେବେ ସାଇବର୍ ଫ୍ରଡ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜଧାନୀ ଦିଲ୍ଲୀରେ କିଛି ବ୍ୟକ୍ତିଙ୍କ ସହିତ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଯଦି ଆପଣ କୌଣସି ନମ୍ବର ବନ୍ଦ କରୁଛନ୍ତି ତେବେ ତୁରନ୍ତ ସେଥିରୁ ନିଜ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ହଟାଇ ଦେବାକୁ ପରାମର୍ଶ ଦିଆଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button