Bollywoodକୁ ନଚାଉଛି ଓଡିଆ ପୁଅ, ନାଚ ଦେଖି ଆଖି ଲାଖିଯିବ… ଦେଖନ୍ତୁ Video

ଡ୍ୟାନ୍ସ ଦେଖିଲେ ପାଦ ଦୋହଲିବ ଆଉ ଅଣ୍ଟା ହଲିବ । ନାଚିବାକୁ ନିଶ୍ଚୟ ଇଚ୍ଛା ହେବ । ସ୍ଟେପ ଗୁଡିକୁ ପୁଣି ଥରେ ମନେ ରଖିବାକୁ ଚେଷ୍ଟା କରିବେ । ହଁ ଦର୍ଶକ ବନ୍ଧୁ ଗୀତ ଯେମିତି ବାଜୁଛି ନାଚ ବି ସେମିତି ହେଉଛି । ଶ୍ରୀକ୍ଷେତ୍ର ପାଇଁ ଏବେ ଗର୍ବ ପାଲଟିଛନ୍ତି ପୁରୀ ର ସୁନା ପୁଅ ସଂଗ୍ରାମ । ବଲିଉଡରେ ପାଦ ଥାପିଛନ୍ତି ଓଡିଆ ଡ୍ୟାନ୍ସର ତଥା କୋରିଓଗ୍ରାଫର ସଂଗ୍ରାମ କେସରୀ ବାରିକ ।
ପିଲା ଦିନରୁ ଡ୍ୟାନ୍ସର କ୍ଯାରିୟର କରିବାକୁ ଚାହୁଁଥିବା ସଂଗ୍ରାମ ସାଉଁନ୍ଟିଛନ୍ତି ସଫଳତା । ସେ ବଲିଉଡ ର ଟପ ପ୍ରିନ୍ସଙ୍କ ସହ କାମ କରିବାର ସୁଯୋଗ ପାଇବା ସହ ଡ୍ୟାନ୍ସର ଜଲୱା ରେ ଅନେକ ଫ୍ୟାନ୍ସଙ୍କୁ ବନାଇଛନ୍ତି ନିଜର ସୁଆନା । ସ୍ଵପ୍ନ ତାହା ନୁହେଁ ଯାହା ଆମେ ରାତିରେ ଶୋଇବା ସମୟରେ ଦେଖିଥାନ୍ତି । ବରଂ ସ୍ଵପ୍ନ ଏମିତି ହେବ ଦରକାର ଯାହା ଆମକୁ ରାତିରେ ଶୁଆଇ ଦେବ ନାହି ।
ସ୍ଵପ୍ନ ତ ସମସ୍ତେ ଦେଖନ୍ତି ହେଲେ ସ୍ଵପଙ୍କୁ ସାକାର କରିବା ସମସ୍ତଙ୍କ ପାଖରେ ସମ୍ଭବ ନୁହେଁ । ସ୍ଵପ୍ନ ପୂରଣ କରିବାକୁ ସାଧନା ର ଆବଶ୍ୟକ ରହିଥାଏ । ଠିକ ଏମିତି ଦିନେ ସ୍ଵପ୍ନ ଦେଖିଥିଲେ ସଂଗ୍ରାମ । ଡ୍ୟାନ୍ସ ରେ କ୍ଯାରିୟର ପାଇଁ ଦେଖୁଥିଲେ ସ୍ଵପ୍ନ । ଖାଲି ସ୍ଵପ୍ନ ଦେଖୁଥିଲେ ତାହା ନୁହେଁ ବରଂ ତାହା କେମିତି ପୂରଣ ହେବ ସେ ନେଇ କରିଥିଲେ ପରିଶ୍ରମ । କଥାରେ ଅଛି ପରିଶ୍ରମର ଫଳ କେବେ ବୃଥା ଯାଏଁ ନାହି ।
ସେଥିପାଇଁ ତ ଏବେ ଗୋଟେ ପରେ ଗୋଟେ ସଫଳତାର ସ୍ଵାଦ ଚାଖିଛନ୍ତି ସଂଗ୍ରାମ । ବଲିଉଡର ଜଣାଶୁଣା ପ୍ରଡକସନ ସଂସ୍ଥା ପ୍ରିନ୍ସ ଗୁପ୍ତା ଫିଲ୍ମ ଦ୍ଵାରା ପ୍ରଯୋଜନା ହୋଇଥିବା ମେରା ଜୋତା ହେ ଭରସା କେ ସଙ୍ଗୀତରେ ସଂଗ୍ରାମ ଡ୍ୟାନ୍ସ କରିଛନ୍ତି । ସେପଟେ ପୁଅର ବଲିଉଡ ସଫଳତା ରେ ବାପା-ମା ଙ୍କ ଆଖି ରେ ଛଳ ଛଳ ଲୁହ ଝଋ ଆସିଛି । ପିଲା ଦିନରୁ ପୁରୀ ରେ ଡ୍ୟାନ୍ସ ଅଭ୍ଯାସ କରନ୍ତି ସଂଗ୍ରାମ ।
ଆଉ ତାଙ୍କୁ ସାଥ ଦିଅନ୍ତୁ ଚଞ୍ଚଳ । ଚଞ୍ଚଳ କୁହନ୍ତି ସଂଗ୍ରାମ ସବୁଥିରେ ବେଶ ପାରଙ୍ଗମ । ଏମିତିକି କଥକ ଠାରୁ ଆରମ୍ଭ କରି ଲୋକନୃତ୍ୟୁ ରେ ସେ ସିଦ୍ଧ ହସ୍ତ । ପୁରୀ ବାଘ ଆଖଡା ଲେନ ରେ ଜନ୍ମଗ୍ରହଣ କରିଥିବା ସଂଗ୍ରାମ ପିଲା ଦିନରୁ ଡ୍ୟାନ୍ସ ପ୍ରତି ଆଗ୍ରହୀ ଥିଲେ । ପରିବାରର ଗୋଟେ ପୁଅ ହୋଇ ଥିବାରୁ ଅର୍ଥ ବାଧକ ସାଜି ଥିଲା । ହେଲେ ସଉ ସ୍ଵପ୍ନ ପରେ ବି ସେ ହାସଲ କରିଛନ୍ତି ସଫଳତା ।
2019 ରେ ମାୟା ନଗରି ମୁମ୍ବାଇ ମାଟିରେ ପାଦ ଦେଇଥିଲେ ସଂଗ୍ରାମ । ବାସ 4 ବର୍ଷ ଭିତରେ ଅନେକ କିଛି ଶିଖିଛନ୍ତି ସେ ।