ବିଚାର

ବିବାହର ଖର୍ଚ୍ଚକୁ ନେଇ ଚିନ୍ତିତ ଥିଲେ ଏହି ଖବର ନିଶ୍ଚୟ ଦେଖନ୍ତୁ, ଏବେ ବିବାହ ପାଇଁ ବିନା ସୁଧରେ ମିଳୁଛି ଋଣ… ଦେଖନ୍ତୁ କେମିତି ଉଠାଇବେ ଏହାର ଫାଇଦା

ବାହାଘର ପାଇଁ ଟଙ୍କା ଖର୍ଚ୍ଚ ହେବା ନେଇ ଚିନ୍ତାରେ ଅଛନ୍ତି କି ? ବିବାହ ପାଇଁ କମ ସୁଧାରେ ମିଳୁଛି ଋଣ । 25 ଲକ୍ଷ ଯାଏଁ ଋଣ ଦେଉଛି ଏହି ସଂସ୍ଥା । 4ରୁ 5 ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିବ ଋଣ ଟଙ୍କା । ହଁ ଦର୍ଶକ ବନ୍ଧୁ ବିବାହ କଥା ଉଠିଲେ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ପଶେ । କାହିଁକି ନା ନିଜର ବିବାହକୁ ସବୁ ଦିନ ପାଇଁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହିଁଥାନ୍ତି ।

ଏମିତିକି ବାପା-ମା ଜୀବନର ସବୁ ସଞ୍ଚୟ ଧନକୁ ପୁଅ-ଝିଅଙ୍କ ବାହାଘରରେ ଲଗାଇଥାନ୍ତି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ବିବାହ ପୂର୍ବରୁ ଯେତେ ସଞ୍ଚୟ କରିଥିଲେ ବି ଆଜିର ସମୟରେ ମହଙ୍ଗା ପଡିଥାଏ । ତେଣୁ ବାଧ୍ୟ ହୋଇ ହାତ ଉଧାରୀ କିମ୍ବା ବ୍ୟାଙ୍କରୁ ଋଣ କରିଥାନ୍ତି । ଆଉ ଯାହାର ସୁଧ ହାର ଅଧିକ ଥାଏ । କିନ୍ତୁ ଏବେ ବାହାଘର ପାଇଁ ଏକ ସ୍କିମ ଲୋନ ଆସିଛି ।

ବାହାଘର ପୂର୍ବରୁ ଯଦି ଆପଣ ଋଣ ଆଣିବାକୁ ଚାହୁଁଛନ୍ତି ତେବେ କମ ସୁଧରେ ଋଣ ଉପଲବ୍ଧ ହେଉଛି । ବଡ ବଡ ହୋଟେଲ, ମଣ୍ଡପ ବୁକିଙ୍ଗ ସହ ସାଜସଜାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଯଦିଓ ବିବାହ ସମୟରେ ଲୋକ ଲଜ୍ୟା ଓ ଦେଖାଇବା ପାଇଁ ଏସବୁ ଜଣା ପଡେ ନାହି କିନ୍ତୁ ପରବର୍ତ୍ତୀ ସମୟରେ ଯେବେ ପରିବାର ଲୋକ ଋଣ ସୁଝନ୍ତି ସେତେବେଳେ ଜଣା ପଡିଥାଏ କେତେ କଷ୍ଟ ହୋଇଥାଏ ।

ଏହି ସମସ୍ଯା ଦୂର କରିବା ପାଇଁ ମ୍ୟାରୀ ନାଓ ପେ ଲେଟର ନାମରେ ଏକ ସ୍କିମ ଆସିଛି । ଏହାର ଅର୍ଥ ହେଉଛି ବାହାଘର ସମୟରେ ଆପଣ ଋଣ ନେବେ ଆଉ ପରେ ଏହାକୁ ସୁଝିବେ । ଟ୍ରାଇଭେଲ ଫିନଟେକ ପ୍ଲାଟଫର୍ମ ଶ୍ୟାକାଂଶ ମ୍ୟାରୀ ନାଓ ପେ ଲେଟର ସୁବିଧା ଦେବାକୁ ଯାଉଛି । ମାତ୍ର 1 ପ୍ରତିଶତ ସୁଧରେ ଋଣ ଦେଉଥିବା ଫିନଟେକ କମ୍ପାନୀର ସିଓ ତଥା କୋ-ଫାଉଣ୍ଡର ଆକାଶ ଧୟା ଏକ ଇଣ୍ଟରଭିୟୁ ରେ କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି କି ଏହି ଋଣ ପଲିଶି ରେ 6 ମାସ ଉପୋଭୋକ୍ତା ଙ୍କୁ ସୁଧ ଦେବାକୁ ପଡିବ ନାହି । ଆଉ 6 ମାସ ପରେ ମାତ୍ର 1 ପ୍ରତିଶତ ଋଣ ଦେବାକୁ ପଡିବ । ଦିଲ୍ଲୀର ବଡ ବଡ ହୋଟେଲ ସହ ଡିଲ କରି କମ୍ପାନୀ ଋଣ ଦେବା ଆରମ୍ଭ କରି ଦେଇଛି । ଏହି ସ୍କିମ ଦିଲ୍ଲୀର NCR ରେ ଆରମ୍ଭ ହୋଇଥିବା ବେଳେ ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଏହା ଲାଗୁ ହେବାକୁ ଯାଉଛି ।

ପରବର୍ତ୍ତୀ ସମୟରେ କମ୍ପାନୀ ଏହି ସେବା ଯୋଗାଇ ଦେବ ବୋଲି କୁହା ଯାଉଛି । ଜଣେ ଗ୍ରାହକ ଆବେଦନ କରି 25 ଲକ୍ଷ ଯାଏଁ ଋଣ ଆଣିବାର ବ୍ୟବସ୍ଥା ରହିଛି । ଆବେଦନ ସମୟରେ ଦିଆଜାଇଥିବା ଡକୁମେଣ୍ଟ ଠିକ ଥାଏ ତେବେ 4ରୁ 5 ଘଣ୍ଟା ମଧ୍ୟରେ ଋଣ ତାଙ୍କ ଆକାଉଣ୍ଟକୁ ଆସିଯିବ । 20 ଦିନ ହେବ ଏହା ଆରମ୍ଭ ହୋଇଥିବା ବେଳେ 100ରୁ ଅଧିକ ଆବେଦନ ଆସି ସାରିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button