ସ୍ୱାସ୍ଥ୍ୟ

ଆପଣଙ୍କ ପରିଶ୍ରାରେ ଆସୁଛି କି ରକ୍ତ ? ତେବେ ଜାଣନ୍ତୁ ଏହା ପଛର କାରଣ

ଆପଣଙ୍କୁ ଜଣାଇବୁ ଯେ ଇନଫେକସନ କିମ୍ବା କିଡନୀ ଭଳି ବହୁତ ସମସ୍ୟା କାରଣରୁ ପରିଶ୍ରାରେ ରକ୍ତ ପଡିଥାଏ। ହିମଟ୍ୟୁୟରିୟା ମଧ୍ୟ ଦୁଇ ପ୍ରକାରର ହୋଇଥାଏ। ଯଦି ପରିଶ୍ରାରେ ଲାଲ କିମ୍ବା ପିଙ୍କ୍ ଚିହ୍ନ ଦେଖିବାକୁ ମିଳୁଛି ତେବେ ଏହାକୁ ଗ୍ରସ ହିମଟ୍ୟୁଅରିୟା କୁହାଯାଏ। ଦ୍ବିତୀୟଟି ହେଉଛି ମାଇକ୍ରୋସ୍କୋପିଓ ହିମଟ୍ୟୁଅରିୟା, ଯାହା ଯେଉଁଥିରେ ପରିଶ୍ରାରେ ରକ୍ତର ମାତ୍ରା ବହୁତ କମ୍ ହୋଇଥାଏ। ଏହାକୁ ମାଇକ୍ରୋସ୍କୋପ ସାହାଯ୍ୟରେ ଦେଖାଯାଇପାରିବ।

ସୂଚନା ପାଇଁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ପରିଶ୍ରାରେ ରକ୍ତ ଆସିବା ପଛରେ କାରଣ ହେଉଛି କିଛି ଔଷଧ । କିଛି ଔଷଧରେ କେମିକାଲ ରହିଥାଏ ଯେଉଁ କାରଣରୁ ପରିଶ୍ରାରେ ରକ୍ତ ଆସିଥାଏ। କିଡନୀ ଫୁଲିବା କିମ୍ବା କୌଣସି ରୋଗ କାରଣରୁ ପରିଶ୍ରାରେ ରକ୍ତ ଆସିବା ଭଳି ସମସ୍ୟା ଦେଖାଯାଇଥାଏ। ଏହା ମଧୁମେହ କାରଣର ମଧ୍ୟ ହେବାର ସମ୍ଭାବନା ଥାଏ।

menୟୁରିଥ୍ରାରେ ବ୍ୟାକ୍ଟେରିୟା ଉପର ଆଡକୁ ଆସିଯିବା କାରଣରୁ ବ୍ଲାଡରରେ ସଂକ୍ରମଣ ହୋଇଥାଏ। ୟୁରିଥ୍ରା ଏକ ପ୍ରକାର ଟ୍ୟୁବ୍ ହୋଇଥାଏ ଯାହା ବ୍ଲାଡର ମାଧ୍ୟମରେ ୟୁରିନକୁ ଶରୀରରୁ ବାହାରକୁ ବାହାରିଥାଏ। ଏହି ବ୍ୟାକ୍ଟେରିୟା ଯେତେବେଳେ ବ୍ଲାଡରକୁ ଚାଲି ଯାଇଥାଏ ତେବେ ପରିଶ୍ରାରେ ରକ୍ତ ବାହାରିଥାଏ।

ଏହା ସହିତ କିଡନୀ କିମ୍ବା ବ୍ଲାଡରରେ ଥିବା ପଥର କାରଣରୁ ମଧ୍ୟ ପରିଶ୍ରାରେ ରକ୍ତ ଆସିଥାଏ। ପରିଶ୍ରାରେ ମିନେରାଲ କ୍ରିଷ୍ଟେଲାଇଜ୍ ହେବା କାରଣରୁ କିଡନୀରେ ପଥର ତିଆରି ହୋଇଥାଏ। ବଡ ପଥର କାରଣରୁ ଏହା କିଡନୀରେ ବାଧା ଉତ୍ପନ୍ନ କରିବାକୁ ଲାଗିଥାଏ, ଯେଉଁ କାରଣରୁ ପରିଶ୍ରା ସମୟରେ ଯନ୍ତ୍ରଣା ହୋଇଥାଏ ଏବଂ ରକ୍ତ ବାହାରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button