ନୀତି

ଭାଗିଦାରୀ ମୋଡରେ ପ୍ରତିଷ୍ଠା ହେବ ୧୦୦ଟି ନୂତନ ସୈନିକ ବିଦ୍ୟାଳୟ – Utkal Mail


ନୂଆଦିଲ୍ଲୀ: ସମଗ୍ର ଭାରତରେ ୧୦୦ଟି ନୂଆ ସୈନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଘରୋଇ ସ୍କୁଲ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯିବ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ସୈନିକ ସ୍କୁଲ ସୋସାଇଟି ସମଗ୍ର ଦେଶରେ ଥିବା ୧୯ଟି ନୂତନ ସୈନିକ ବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିସାରିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାଗିଦାରୀ ମୋଡରେ ୨୩ଟି ଅତିରିକ୍ତ ସୈନିକ ବିଦ୍ୟାଳୟ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ସୈନିକ ସ୍କୁଲ ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିବା ମୋଟ ନୂତନ ସୈନିକ ବିଦ୍ୟାଳୟ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି ଏବଂ ପୂର୍ବ ଢାଞ୍ଚାରେ କାର୍ଯ୍ୟ କରୁଥିବା ବର୍ତ୍ତମାନର ୩୩ଟି ବିଦ୍ୟାଳୟ ମଧ୍ୟ ରହିଛି।

ପ୍ରତିରକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏହି ପଦକ୍ଷେପ ପଛର ମୁଖ୍ୟ ଉଦ୍ଦେଶ୍ୟ। ସଶସ୍ତ୍ର ବାହିନୀରେ ଯୋଗଦେବାର ସମ୍ଭାବନା ସମେତ ସେମାନଙ୍କୁ କ୍ୟାରିୟରର ଉନ୍ନତ ସୁଯୋଗ ପ୍ରଦାନ କରିବା ମଧ୍ୟ ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।

ଏହାବ୍ୟତୀତ ଆଜିର ଯୁବପିଢ଼ିଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନାଗରିକରେ ପରିଣତ କରି ଦେଶ ନିର୍ମାଣ ପ୍ରୟାସରେ ସରକାରଙ୍କ ସହ ସହଯୋଗ କରିବା ପାଇଁ ଘରୋଇ କ୍ଷେତ୍ର ପାଇଁ ଏହି ପଦକ୍ଷେପ ବାଟ ଖୋଲିବ।

ନୂତନ ସୈନିକ ବିଦ୍ୟାଳୟଗୁଡିକ ସୈନିକ ସ୍କୁଲ ସୋସାଇଟି ଅଧୀନରେ କାର୍ଯ୍ୟ କରିବ ଏବଂ ଏହାର ନିର୍ଦ୍ଧାରିତ ନିୟମକୁ ପାଳନ କରିବ। ଏହି ବିଦ୍ୟାଳୟଗୁଡ଼ିକ ନିଜ ନିଜ ଅନୁବନ୍ଧିତ ବୋର୍ଡ ପାଠ୍ୟକ୍ରମ ଅନୁସରଣ କରିବା ସହିତ ସୈନିକ ବିଦ୍ୟାଳୟ ଢାଞ୍ଚା ସହିତ ସମନ୍ଵିତ ହୋଇ ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍‌ ପ୍ଲସ୍‌ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button