ସ୍ୱାସ୍ଥ୍ୟ

ରକ୍ତହୀନତା ଦୂର କରିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ବନ୍ଧୁମାନେ ଆମ ସ୍ୱାସ୍ଥ୍ୟ ଯେତେବେଳେ ପର୍ଯ୍ୟନ୍ତ ଠିକ ରହିଛି ଆମେ ବି ସେଟଜିକକ ପର୍ଯ୍ୟନ୍ତ ସବୁକିଛି ଭଲରେ କରି ପାରୁଚୁ ଆଉ ଯେତେବେଳେ କିଛି ଅସୁବିଧା ଆସିଲା ଆମ ସ୍ୱାସ୍ଥ୍ୟ କୁ ନେଇ ସେତେବେଳେ ଜୀବନ ପୁରା ନର୍କ ପରି ହେଇଥାଏ ।ତେବେ ଆପଣ ମାନେ ବହୁତ ପ୍ରକାରର ତୋଗ ଗୁଡିକ ବିଷୟରେ ଜାଣିଛନ୍ତି ତେବେ ଷଧି ଭିତରୁ ରକ୍ତ ହୀନତା ବା ଏନିମିଆ ଏମିତି ଏକ ସମସ୍ୟା ଯାହା ଆମ ରକ୍ତରେ ଦେଖା ଯାଇଥାଏ ।ତେବେ ଏନିମିଆ ହେଲେ ଶରୀରରେ ହିମୋଗଲବୀନ ର ମାତ୍ରା କମିଯାଏ,ଶରୀରରେ ରକ୍ତ ତିଆରି ହେବା ଠିକର ହୁଏ ନାହିଁ ଆଉ ଧୀରେଧୀରେ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଥାଏ ।

ତେବେ ସମସ୍ତଙ୍କ ପାଇଁ ଏହି ରକ୍ତହୀନତା କୁ ଦୂର କରିବା ପାଇଁ ହେଲେ ଆଇରନ ର ମାତ୍ରା ଆମ ଶରୀରରେ ଠିକ ଭାବରେ ଥିବା ଦରକାର,ଆଉ ଆଇରନ ଅଭାବ ପାଇଁ ହିଁ ଏହି ରକ୍ତ ହୀନତା ହେଇଥାଏ ।ତେବେ ମହିଳା ମାନଙ୍କ ପାଇଁ ଏହି ଆଇରନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ତେବେ ଆମେ କୋଉ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଆଇରନ ର ମାତ୍ର ବଡ଼ିଥାଏ ତାହା ଜାଣିବା ଦରକାର ଆଉ ସେ ଗୁଡିକ କେମିତି ଆମ ନୀତି ଦିନର ଖାଦ୍ୟରେ ବ୍ୟବହାର କରିବା ଉଚିତ ।

ତେବେ ଜାଣି ରଖନ୍ତୁ ଯେତେ ସବୁ ନାଲି ରଙ୍ଗ ଯୁକ୍ତ ଖାଦ୍ୟ ରହିଛି ସେ ଗୁଡିକରେ ଆଇରନ ର ମାତ୍ରା ଅଧିକ ରହିଥାଏ ଯେପରି, ନାଲି ଚାଉଳ,ନାଲି ଚୁଡା,ଫଳ ଭିତରେ ଡାଲିମ୍ବ ଓ ଆପେଲ ରେ କିଛିଟା ଆଇରନ ରହିଥାଏ ।କଳିଜା, ଚିଙ୍ଗୁଡ଼ି,ଲୁଣି ମାଛ,ଗଜା ମୁଗ,ଖଜୁରୀ ,ଏପ୍ରିକଟ, କିସମିଶ,ପାଳଙ୍ଗ ଶାଗ, ସଜନା ଶାଗ ଓ ସମସ୍ତ ସବୁଜ ପନି ପରିବା ।ଆଉ ଆଇରନ ସହିତ ଭିଟାମିନ ସି ଯୁକ୍ତ ଖାଦ୍ୟ ବି ଖାଇବା ଦରକାର ତେବେ ଅଁଳା, ଲେମ୍ବୁ,ପିଜୁଳି ଓ ଖଟା ଜାତୀୟ ଖାଦ୍ୟରେ ଭିଟାମିନ ସି ରହିଥାଏ ଆଉ ଲୁହା କଡେଇରେ ରୋଷେଇ ହେଉଥିବା ଖାଦ୍ୟରେ ବି ଆଇରନ ମିଳିଥାଏ ।

ତେବେ ଯଦି ଜଣେ ବ୍ୟକ୍ତି ସକାଳେ ପ୍ରଥମର ଅଁଳା ଯୁସ ତାପରେ 4ରୁ 5ଟା କିସମିଶ ଓ ଆଲମଣ୍ଡ ଓ ଖଜୁରୀ ଖାଇବା ଦରକାର ।ତାପରେ ଜଳଖିଆରେ ନାଲି ଚୁଡା ସହିତ ଗୁଡ଼ ଓ କଦଳୀ ନେଇ ପାରିବେ,ତାପରେ ଆପଣ କିଛି ଡାଲିମ୍ବ କିମ୍ବା ଗାଜର କି ବିଟ ଖାଇ ପାରିବେ ।ଲଞ୍ଚ ରେ ଆପଣ ନାଲି ଚାଉଳର ଭାତ ତା ସହିତ ଶାଗ,ଡାଲି ଓ ମାଛ ଖାଇ ପାରିବେ ତାପରେ ସଂଧ୍ୟାରେ ବି ଆପଣ କିଛି ଫଳ ବା ରଜମା ଖାଇ ପାରିବେ ଆଉ ରାତିରେ ଆପଣ ରୁଟି ସହିତ ରାଜମା ଡାଲି,ବା ପାଳଙ୍ଗ ଶାଗ ଖାଇ ପାରିବେ ।

ତେବେ ମନେ ରଖିବେ ଯେଉଁ ମାନଙ୍କ ପାଖରେ ରକ୍ତ ହୀନତା ଦେଖା ଯାଉଛି ସେମାନେ ଚାହା କଫି ବନ୍ଦ କରିବା ଦରକାର ଆଉ ଉପଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button