ଦେଶ ବିଦେଶ

-ଏହି 4 ଅଭ୍ୟାସ ଥିବା ବ୍ୟକ୍ତି ସବୁଠୁ ଅଧିକ ବୁଦ୍ଧିମାନ ହେଇଥାନ୍ତି, ଦେଖନ୍ତୁ ଆପଣଙ୍କର କେଉଁଟି ଅଛି

ଆଜିକାଲି ସମସ୍ତେ ନିଜକୁ ଅନ୍ୟଠାରୁ ଅଧିକ ବୁଦ୍ଧିମାନ ବୋଲି ଭାବିଥାନ୍ତି । ନିଜକୁ ପରିବର୍ତନ କରିବାକୁ ପ୍ରୟାସ କରନ୍ତି, ଏବଂ କରିଥାନ୍ତି ମଧ୍ୟ , କିନ୍ତୁ ଅନ୍ୟ ସାମ୍ନାରେ କିଛି କରି ପାରନ୍ତିନୀ । ଅନ୍ୟ ସାମ୍ନାରେ ନିଜକୁ ଆକର୍ଷିତ କରିପାରନ୍ତି ନାହି । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦୃଷ୍ଟିରେ କେବଳ ବୁଦ୍ଧିମାନ ବ୍ୟକ୍ତିଙ୍କ ପାଖରେ ଏହି 4 ଟି ଲକ୍ଷଣ ଦେଖଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଥିବା 4 ଟି ଲକ୍ଷଣ କଣ କଣ ଆସନ୍ତୁ ଜାଣିବା ।

ପ୍ରଥମ ଲକ୍ଷଣ କିଛି କହିବା ଆଗରୁ ବୁଝି ବିଚାରୀ କହିବା ଉଚିତ । ବହୁତ ଲୋକ ବଡ ବଡ କଥା ଇଆଡୁ ସିଆଡୁ କରି ଗପିଥାନ୍ତି, କିନ୍ତୁ ସେମାନେ ଜାଣନ୍ତିନି ଯେ ସେ ସବୁ କହିବ ଦ୍ଵାରା ସାମ୍ନାରେ ଥିବା ବ୍ୟକ୍ତି ଜଣକ ଭୁଲ ବୁଝି ଥାଏ ଏବଂ ସେହି ବ୍ୟକ୍ତି ଜଣକ  ଜାଣି ସାରିଥାଏ  ଯେ ଆପଣ କେଉଁ ପ୍ରକାରର ବ୍ୟକ୍ତି ଅଟନ୍ତି ।   ଆପଣ କିଛି କହୁଥିବା ବେଳେ ପ୍ରଥମେ ସାମ୍ନାରେ ଥିବା ବ୍ୟକ୍ତି ଙ୍କର କଥା କୁ ଧର୍ଯ୍ୟ ସହିତ ଶୁଣିବା ସହିତ ମାନିବା ମଧ୍ୟ କିଛି କ୍ଷେତ୍ରରେ ଆବଶ୍ୟକ ହେଇଥାଏ । ଏହା ଫଳରେ ସାମ୍ନା ଲୋକ ଆପଣଙ୍କୁ ସଠିକ ବୁଝି ପାରିବ ।

ଦିତୀୟ ହେଉଛି ତର୍କ ସଙ୍ଗତ ବାର୍ତାଳାପ, ବୀନା ତର୍କରେ କୌଣସି କଥା କହିବା ଉଚିତ ନୁହେ, ଯଦି ଆପଣ ତର୍କ ଅନୁସାରେ ବାର୍ତାଳାପ ନ କରିଥାନ୍ତି ତେବେ ସେ କଥା ଗୁଡିକର ମୂଲ୍ୟ କିଛି ରହିନଥାଏ ।

ତୃତୀୟ ରେ ହେଉଛି କହିବେ କମ୍ ଶୁଣିବେ ଅଧିକ, ଯଦି ଆପଣଙ୍କକୁ ଅନ୍ୟ ଆଗରେ ନିଜର ବୁଦ୍ଧିମାନରେ ପରିଚିତ କରିବାକୁ ହୁଏ ତେବେ ତାଙ୍କ କଥା ଶୁଣିବେ ଏବଂ ବୁଝି ବିଚାରୀ କହିବା ଉଚିତ । ପ୍ରଥମେ ତାଙ୍କ କଥା ଅଧିକ ଶୁଣିବେ ଏବଂ ତାଙ୍କୁ ବୁଝିବିଚାରୀ ନିଜ କଥା ଅତି ସହଜରେ ଖୁବ କମ ତର୍କ ରେ ବୁଝେଇବେ କିମ୍ବା କହିବେ, ଏହା ଫଳରେ ତା ମନରେ ଅପପଣଙ୍କ ପ୍ରତି ଥିବା ସମ୍ମାନ ଆହୁରି ଅଧିକ ବଢିଥାଏ ।

ଚତୁର୍ଥରେ କାହା ପିଠି ପଛପଟେ କୌଣସି ପ୍ରକାରର କଥା ବାର୍ତ୍ତା ନ ହେବା ଉଚିତ, ଆମେ ଅଧିକାଂଶ ଜାଗାରେ ଦେଖିବାକୁ ପାଉଛୁ ଯ ଆମ ସାମ୍ନା ରେ ଗୋଟେ କଥା ଏବଂ ଆମ ପିଠି ପଟେ ଆଉ ଗୋଟେ କଥା ସବୁ କହିଥାନ୍ତି, ସେ ସବୁ ବୁଦ୍ଧିମାନ ବ୍ୟକ୍ତି ର ଲକ୍ଷଣ ନୁହେଁ ।  ଏମିତି କରିବା ଦ୍ଵାରା କାହା ପାଖରେ ଖୁସି ର ପାତ୍ର ହେଇ ପାରନ୍ତି ନାହି । ଏ ଭଳି ବ୍ୟକ୍ତି ସଦା ସର୍ବଦା ଏକୁଟିଆ ରହିଥାନ୍ତି, ତେଣୁ ଏ ସବୁ କରିବା ଉଚିତ ନୁହେଁ । ଏହା ଥିଲା ବୁଦ୍ଧିମାନ ବ୍ୟକ୍ତି ର 4 ଟି ଲକ୍ଷଣ, ଆପଣମାନଙ୍କୁ ଏହି ସବୁ କଥା ଭଲ ଲାଗିଲେ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button