ଦେଶ ବିଦେଶ

ଛାଡପତ୍ର ପରେ ବଦଳି ଗଲାଣି ନତାଶାଙ୍କ ଲାଇଫ୍ ! କହିଲେ- ପ୍ରେମ ମୋତେ ଘେରି ରହିଛି

 ୨୦୨୪ ଜୁଲାଇରେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାନକୋଭିକ୍ ଛାଡପତ୍ର ଘୋଷଣା କରିଥିଲେ। ପାରସ୍ପରିକ ସହମତିରେ ସେମାନେ ଛାଡପତ୍ର ନେଉଛନ୍ତି ବୋଲି ଏହି ଦମ୍ପତି କହିଥିଲେ। ଛାଡପତ୍ର ପରେ ନତାଶା ତାଙ୍କ ପୁଅ ସହିତ ସର୍ବିଆ ଚାଲି ଯାଇଥିଲେ । ବର୍ତ୍ତମାନ ସେ ତାଙ୍କ ଘର ଅଛନ୍ତି । କ୍ରମାଗତ ଭାବରେ ନିଜେ ଏବଂ ପୁଅ ସହ କ୍ଵାଲିଟି ଟାଇମ ବିତାଉଛନ୍ତି ।

ଫଟୋ ଏବଂ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କୁ ଅପଡେଟ୍ ଦେଉଛନ୍ତି । ଏସବୁ ମଧ୍ୟରେ ନତାଶା ଏକ ନୂଆ ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ କ୍ୟାପସନରେ କିଛି ଲେଖାଯାଇଛି ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି ।

କହିବାକୁ ଗଲେ ଯେ ନତାଶା ଶୁକ୍ରବାର ଦିନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ସେୟାର କରିଛନ୍ତି। ଫଟୋରେ ସେ ଏକ କାରରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ଏବଂ ସେ ବାହାରେ ଥିବା ନୀଳ ଆକାଶକୁ ଚାହିଁ ରହିଛନ୍ତି ।ଏହି ଫଟୋ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ‘ଭଗବାନଙ୍କ ଦ୍ୱାରା ପରିଚାଳିତ, ପ୍ରେମ ଚାରିପଟେ ଘେରି ରହିଛି … କୃତଜ୍ଞତା ମଧ୍ୟରେ ବଞ୍ଚୁଛି। ମୁଁ ଖୁସି ଅନୁଭବ କରୁଛି।

୨୦୧୯ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଭେଟିଥିଲେ। ଏକ ବର୍ଷ ଡେଟିଂ ପରେ ଦୁହେଁ ମେ ୨୦୨୦ ରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଫେବୃଆରୀ ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ସେମାନଙ୍କର ପୁଅକୁ ସ୍ୱାଗତ କରିଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା ଏବଂ ଜୁଲାଇ ୨୦୨୪ରେ ଦୁହେଁ ସେମାନଙ୍କର ପୃଥକତାକୁ ନିଶ୍ଚିତ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button