ଓଡିଶା

ବଦଳିଲେ ଆଠଗଡ଼ର ଟାଉନ ଉପ୍ରା ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ

ଠଗଡ଼: ଆଠଗଡ଼ର ସରକାରୀ ଟାଉନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ କିଛିଦିନ ହେବ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏଠାରୁ ସହରର କନ୍ତୋଲ ନୋଡାଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ଫଳରେ ମଙ୍ଗଳବାରଠାରୁ ସେଠାରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

ସୂଚନା ଯୋଗ୍ୟ ଯେ, ସ୍କୁଲର ପରିଚାଳନା କମିଟି ସଦସ୍ୟ, କିଛି ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି ତାଙ୍କୁ ଏଠାରୁ ବଦଳି କରିବା ଲାଗି ବ୍ଲକ ଶିକ୍ଷାଧିକାରୀ ଓ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତାଙ୍କୁ ଏଠାରୁ ବଦଳି ନ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପଠାଇବେ ନାହିଁ ଏବଂ ଆବଶ୍ୟକ ହେଲେ ଅନ୍ୟ ସ୍କୁଲରେ ପିଲାମାନଙ୍କର ନାମ ଲେଖାଇବେ ବୋଲି ଚେତାଇ ଦେଇଥିଲେ। ସ୍କୁଲରେ ୬ଷ୍ଠରୁ ୮ମ ଶ୍ରେଣୀରେ ପଢୁଥିବା ମୋଟ ୨୮ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସ୍କୁଲ ଆସିନଥିଲେ। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ନିଜ ପ୍ରତିକ୍ରିୟାରେ ଟାଉନ ଉପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ ଯୋଗୁଁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଥିଲେ। ସ୍କୁଲରେ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିବା ଏବଂ ସେ ସ୍କୁଲର ସହକାରୀ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସମଗ୍ର ଘଟଣାର ତଦନ୍ତ ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ପ୍ରକାଶ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button