ଦେଶ ବିଦେଶ

ବାପାମାଆ ଚାହିଁଲେ ୩୦ ଦିନ ଭିତରେ ସଂପତ୍ତିରୁ ବେଦଖଲ ହେଲେ ପିଲା; ଯୋଗୀ ସରକାର ଆଣୁଛନ୍ତି ଏହି ବଡ଼ ନିୟମ – Utkal Mail


ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରାଶ୍ରୟ ବାପାମାଆଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଲାଗୁ ହେବା ପରେ ବାପାମାଆଙ୍କୁ ବୃଦ୍ଧାବସ୍ଥାରେ ହଇରାଣ କରୁଥିବା ପିଲାମାନେ ଉଚିତ ଶିକ୍ଷା ପାଇବେ। ବୃଦ୍ଧ ବାପାମାଆମାନଙ୍କ ସୁବିଧା ପାଇଁ ଏହି ନିୟମ ବାହାର କରାଯିବ। ବାପାମାଆଙ୍କର ଠିକ୍‌ ଭାବେ ଧ୍ୟାନ୍‌ ନେଉନଥିବା ପିଲାମାନଙ୍କର ସେମାନଙ୍କ ପୈତୃକ ସଂପତ୍ତିରେ କୌଣସି  ଅଧିକାର ରହିବନି ବୋଲି ଯୋଗୀ ନିୟମ କାଢ଼ିବେ।

ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓକିଲଙ୍କ ପରାମର୍ଶ ନେବା ପରେ ଏହି ନୂଆ ନିମୟାବଳୀକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହି ନିୟମରେ ବୃଦ୍ଧ ବାପାମାଆଙ୍କୁ ହଇରାଣ କରୁଥିବା ପୁତ୍ର, ବଧୂ କିମ୍ବା ସେମାନଙ୍କ ସଂପର୍କୀୟଙ୍କୁ ସଂପତ୍ତିରୁ ବେଦଖଲ କରିବା ପ୍ରକ୍ରିୟା ଦେଖିବାକୁ ମିଳିବ। ୩୦ ଦିନ ଭିତରେ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରାଯିବ। ଏହି ପ୍ରକ୍ରିୟା ପାଇଁ ପୁଲିସ୍‌ ବୃଦ୍ଧ ମାତାପିତାଙ୍କୁ ସାହାଯ୍ୟ କରିବ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ୨୦୧୪ ମସିହାରେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ନିୟମାବଳୀ ତିଆରି ହୋଇଥିଲା। ଏହା ୨୦୦୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ମାତା-ପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ଉପରେ ଆଧାରିତ।

ଏହି ନିୟମ ଅନୁସାରେ, ପିଲାମାନଙ୍କଠାରୁ କୌଣସି ସୁବିଧା ପାଉନଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରିବା ପାଇଁ ଆବେଦନ କରିପାରିବେ। ବୃଦ୍ଧ ପିତାମାତା ଆବେଦନ କରିବାର ମାସକ ଭିତରେ ସେମାନଙ୍କ ପିଲାମାନଙ୍କୁ ସଂପତ୍ତିରୁ ବେଦଖଲ କରି ଦିଆଯିବ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button