ମନୋରଞ୍ଜନ

ଚେୟାର ଫୋପାଡିଥିବା ଦର୍ଶକଙ୍କୁ ଧନ୍ୟବାଦ ଜଣାଇଲେ ଅଭିନେତା Piyush Tripathy, କହିଦେଲେ ଏମିତି କଥା…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଲୋକପ୍ରିୟ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଯାତ୍ରା ଜଗତରେ ଏବେ ଏବେ ପାଦ ଦେଇଛନ୍ତି ଆଉ ଅନେକ ସାରା ଯାତ୍ରା ରେ ଖୁବ ନିଖୁଣ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ଏହି ଯାତ୍ରା ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପିୟୁଷ ତ୍ରିପାଠୀ । ବର୍ତ୍ତମାନ ପୀୟୂଷ ନିଜର ଯାତ୍ରା ଜୀବନୀ କୁ ନେଇ ଚର୍ଚ୍ଚା କୁ ଆସିଛନ୍ତି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ଦିନ ରେ ସେ ଖଣ୍ଡଗିରୀ  କୁମ୍ଭ ମେଲା ରେ ଯାତ୍ରା ପରିବେଷଣ କରୁଥିବା ବେଳେ ତାଙ୍କ ଉପରକୁ ଚେୟାର ମାଡ ହୋଇଥିଲା ।

କିଛି ଦର୍ଶକ ତାଙ୍କ ନିଖୁଣ ଅଭିନୟ ଦେଖି ରାଗି ଯାଇଥିଲେ ଆଉ ଚେୟାର ଫୋପାଡି ଥିଲେ । ତେବେ ଏ ନେଇ ନିଜର ମତ ରଖିଛନ୍ତି ପିୟୁଷ । ପିୟୁଷ ଗଣମାଧ୍ୟମ ଆଗରେ କହିଛନ୍ତି “ଭାରତ ଭଳି ଦେଶରେ ସମସ୍ତଙ୍କର ସ୍ଵାଧୀନତା ଅଛି ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ତେଣୁ ସମସ୍ତେ ନିଜ ମତ ରଖିବାର ଯେଉଁ ଅଧିକାର ଅଛି ସେମାନେ ତାଙ୍କ ମତ ରଖିଛନ୍ତି । ସେମାନେ ବି ଗୋଟେ ମିଡିଆ ଆପଣ ବି ଗୋଟେ ମିଡିଆ ।

ଆପଣ ମାନେ ମୋ ପ୍ରଥମ ଥର ନୁହଁ ଆଗରୁ ଆଟାଚ ହେଇ ଅଛନ୍ତି । ତେଣୁ କାହା କଥାରେ ମୋର କିଛି ଫରକ ପଡେନି । ଖଣ୍ଡଗିରୀ ପେଣ୍ଡାଲରେ ଯାତ୍ରା ମଞ୍ଚରେ କରିବା ବେଳେ ଆମେ ସମସ୍ତେ ବ୍ୟସ୍ତରେ ରହୁଛୁ । ଆମେ ଆମ ପରିବାରକୁ ଠିକ ଭାବରେ ସମୟ ଦେଇ ପାରୁ ନାହୁଁ । ତେଣୁ ଏଟା ହୁଏ ଏଟା କିଛି ବଡ କଥା ନୁହେଁ । ମୋ ଉପରେ ଚେୟାର ମାଡ ହେଲା ମୁଁ ବହୁତ ଖୁସି । ଦର୍ଶକ ମାନେ ସିନେମା ଦେଖନ୍ତୁ ।

ଥିଏଟରରେ ଆଉ ଟିଭିରେ ହେଲେ ଏଭଳି ରିଭିୟୁ ସେମାନେ ପାଇବାର ସୌଭାଗ୍ୟ ନାହିଁ । ହେଲେ ଗୋଟେ ଜାଗା ହେଉଛି ମଞ୍ଚ ଯେଉଁଠି ଆପଣ ସଙ୍ଗେ ସଙ୍ଗେ ରିଭିୟୁ ପାଆନ୍ତି । ମୁଁ ଶୁଣି ଥିଲି ଏମିତି ହୁଏ ସେମିତି ହୁଏ ମୋ ଜୀବନରେ ପ୍ରଥମ ଥର ଏମିତି ହେଲା ଆଉ ମୁଁ ବହୁତ ଖୁସି । ଯିଏ ମୋତେ ଚେୟାର ମାରିଲା ମୁଁ ତାକୁ ଧନ୍ୟବାଦ ଜଣାଉଛି । ସମସ୍ତ ଦର୍ଶକ ଓ ପୁରା ଟିମ କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ବିଗତ ଦିନରେ ମୋ ନାଁ ରେ ଯେବେ ବଦନାମୀ ଉଠିଥିଲା ମୋତେ କିଏ ସପୋର୍ଟ କରିଥିଲା କେହି ନାହି ମୋର ଦର୍ଶକ ମାନେ ମୋତେ ସପୋର୍ଟ କରିଥିଲେ” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button