ଯାତ୍ରା ପେଣ୍ଡାଲରେ ପୁଣି ଦର୍ଶକଙ୍କ ମନମାନି, ଅଭିନୟ ଦେଖି Piyushଙ୍କୁ ଚେୟାର ଫୋପାଡିଲେ ଦର୍ଶକ, ଦେଖନ୍ତୁ Video

ଖଣ୍ଡଗିରୀ ହରେ କୃଷ୍ଣ ମହତାବ ପେଣ୍ଡାଲ ରେ ତୁଳସୀ ଗଣନାଟ୍ୟ ତାର ନାଟକ ଜାରି ରଖିଛି । ଆଉ ତାର ମଞ୍ଚସ୍ଥ ନାଟକ ଥିଲା ଅଧା ରାତିର ସାଥି । ଯେଉଁଥିରେ ଖଳନାୟକ ଭୂମିକାରେ ମଞ୍ଚ ଉପରକୁ ଓଲହାଇଥିଲେ ପୀୟୂଷ । ପୀୟୂଷ ଜଣାଶୁଣା ନା ଶୁଣା ଖଳନାୟକ । ଯେବେ ଦୈତାରୀ ପଣ୍ଡାଙ୍କ ପରେ ଯାହାଙ୍କ ନାଁ ଶୁଣାଯାଉଛି ସେ ହେଉଛନ୍ତି ପୀୟୂଷ ।
କିନ୍ତୁ ହଠାତ କଣ ହେଲା କେଜାଣି ଅଧ ରାତିରେ ଯେବେ ଅଧ ରାତିର ସାଥି ନାଟକ ଚାଲିଥିଲା ସେତେବେଳେ ପିୟୁଷଙ୍କ ଉପରକୁ ସିଧା ଚେୟାର ମାଡ ହେଲା । ଯିଏ ଯେମିତି ଚେୟାର ଉପରେ ବସିଥିଲେ ପୀୟୂଷଙ୍କୁ ଦେଖି ଛିଡା ହୋଇ ଖରାପ ଭାଷାରେ ଗାଳି ବି ଦେଲେ । ଦର୍ଶକ ବନ୍ଧୁ ଏଠାରେ କହି ରଖିବାକୁ ଚାହିଁବୁ ଯାତ୍ରା ପ୍ରେମୀମାନେ ଭାବ ବିହ୍ଵଳ ହୋଇ କାନ୍ଦିବା ଆଉ କମେଡିରେ ବିମୁଗ୍ଧ ହୋଇ ତାଳି, ହୁଇସିଲ ମାରିବା ଏ କଥା କିଛି ନୂଆ ନୁହେଁ ।
ଆଉ ଯାତ୍ରା ପ୍ରେମୀ ମାନେ ରାତି ଅନିଦ୍ରା ହୋଇ ଅଭିନୟ କରୁଥିବା କଳାକାର ମାନେ କିଛି ମନ କଥା କୁହନ୍ତି ନାହି । ଆଟକରେ ଲେଖାଥିବା ପ୍ରତିଟି ଡାଇଲଗକୁ ଘୋଷି ମନେ ରଖିକି ଅଭିନୟ କରନ୍ତି । ସମାଜରେ ଘଟୁଥିବା ଅପ୍ରତୀକର ଚରିତ୍ରକୁ ଦେଖି ବେସ ଚମତ୍କାର ଭାବେ ଅଭିନୟ କରିଥାନ୍ତି । ଆଉ ଯାହାଙ୍କର ଅଭିନୟ ଦେଖି ଆମେ ଭାବ ବିହ୍ଵଳ ହୋଇ କାନ୍ଦିଥାଉ ଆଉ ତାଳି ମଧ୍ୟ ମାରିଥାଉ ।
ଆଉ ଯାହାର ନାଟକର ଅଭିନୟ ପୁରା ଜୀବନ୍ତ ଲାଗେ । ଆଗ ଧାଡିର ଖଳନାୟକ ପିୟୁଷଙ୍କ ଉପରକୁ ଚେୟାର ମାଡ ହୋଇଛି । ପୀୟୂଷଙ୍କ ଉପରକୁ ଚେୟାର ମାଡ କରିଛନ୍ତି ସେମାନେ ତାଙ୍କ ଉପରେ ଜୋରରେ ରାଗି ଯାଇଥିଲେ । ପିୟୁଷଙ୍କ ଭୁଲ ହେଉଛି କି ସେ ତାଙ୍କ ଚରିତ୍ରକୁ ଖୁବ ସୁନ୍ଦର ଭାବେ ମଞ୍ଚସ୍ଥ କରିଥିଲେ । ଆଉ ଯାହାକୁ ନେଇ ଉପସ୍ଥିତ ଦର୍ଶକଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା ।
ଆଉ କିଛି ଆଗ ପଛ ନ ଭାବି ହିତାହିତ ଜ୍ଞାନ ଭୁଲି ସିଧା ପିୟୁଷଙ୍କ ଉପରକୁ ଚେୟାର ପୋଫାଡିଲେ । ଆଇ କିଛି ପାଇଁ ସମୟ ପାଇଁ ନାଟକ ବନ୍ଦ ହେଲା । ତା ପରେ ସ୍ବେଛାସେବୀ ମାନେ ବୁଝାସୁଝା କରିଥିଲେ । ଆଉ ତାପରେ ସ୍ଥିତି ନିୟନ୍ତ୍ରଣକୁ ହେଲା । ପିୟୁଷ କହିଛନ୍ତି ନାଟକକୁ ଜୀବନ୍ତ କରିବାକୁ ଚେଷ୍ଟା କରିଥିଲି ଆଉ ଦର୍ଶକଙ୍କ ଚେୟାର ମାଡ ଆଉ ଗାଳି ମୋ ପାଇଁ ଆଶୀର୍ବାଦ ।
ଯଦି ମୁଁ ମୋ ନାଟକକୁ ଠିକ ଭାବେ ନ କରିପାରି ଥାନ୍ତି ତେବେ ଲୋକ ମୋତେ କେମିତି ଭଲ ପାଇବା ଦେଇଥାନ୍ତେ । ଦୈତାରୀ ପଣ୍ଡାଙ୍କ ପରେ ଆଗ ଧାଡିର ଖଳନାୟକ ହେଉଛନ୍ତି ପିୟୁଷ । କାରଣ ଯାହାର ଅଭିନୟ ଜୀବନ୍ତ ଆଉ ଆଖି ରୁ ଲୁହ ଆଣିବାକୁ ବାଧ୍ୟ କରାଇଲା ଦର୍ଶକ ଙ୍କୁ ।
ଏଠାରେ କହି ରଖୁଛୁ ଯେ ଯେଉଁ ଦର୍ଶକ ଚେୟାର ପିଙ୍ଗିଲେ ସମଯରେ ଘଟୁଥିବା ଅମାନୁଷିକ ଘୃଣା ଘଟଣାକୁ ଆମେ ଦେଖି ବି ଇଂନୋର କରୁଛେ । ହୁଏତ ଏହାକୁ ଦେଖି ଆମ ସମାଜ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରିବ ।