ଦେଶ ବିଦେଶ

ରାଷ୍ଟ୍ରପତି ମୋତେ ଡାକିଲେ ଉତ୍ତମ ଭାଇ ଆସ, ଆଉ କହିଲେ … ଦେଖନ୍ତୁ କଣ କହୁଛନ୍ତି Uttam Mohanty

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଭାରତର ରାଷ୍ଟ୍ରପତି ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଙ୍କୁ ବେସ ଭାଲ ଭାବେ ଜାଣିଥିବେ । ଓଡିଶାର ଝିଅ ଭାରତର ରାଷ୍ଟ୍ରପତି ହେବା ପରେ କେତେ ଗର୍ବ ଅନୁଭବ ହେଉଥିବା ତାହା ଆପଣ ମାନେ ବୁଝି ପାରୁଥିବେ । ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଅନେକ ସମୟରେ ଚର୍ଚ୍ଚା ରେ ରହୁଛନ୍ତି ।

ତାଙ୍କୁ ନେଇ ନୂଆ ନୂଆ ଖବର ମଧ୍ୟ ସୋସିଆଲ ମିଡିଆରେ ଅନେକ ସମୟରେ ପ୍ରଚାର ହେଉଛି । ତେବେ ଗତ କାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିଲେ ଆଉ ଏକ କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ । ତେବେ ଏହାରି ମଧ୍ୟ ଓଲିଉଡ ଜଗତର ବରିଷ୍ଠ କଳାକାର ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଙ୍କ ସହ ଦ୍ରୌପଦୀ ମୁର୍ମୁ ଙ୍କର ଭେଟ ହୋଇଥିଲା ।

ଉତ୍ତମ ମହାନ୍ତି ତାଙ୍କ ପରିବାର ସହ ମୁର୍ମୁ ଙ୍କୁ ଭେଟିବା ପାଇଁ ଯାଇଥିଲେ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ମୁର୍ମୁ ଙ୍କ ସହ ଉତ୍ତମ ମହାନ୍ତି କଣ ସବୁ ଆଲୋଚନା କରିଛନ୍ତି ଆଉ ଦୁହିଙ୍କର ସାକ୍ଷାତକାର କେମିତି ଥିଲା ସେ ନେଇ ଉତ୍ତମ ମହାନ୍ତି ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ ବିସ୍ତାର ଭାବେ ।

ବନ୍ଧୁଗଣ ବରିଷ୍ଠ ଅହିନେତା ଉତ୍ତମ ମହାନ୍ତି କହିଛନ୍ତି ଯେ “ମ୍ୟାଡମ ଦ୍ରୌପଦୀ ମୁର୍ମୁ ଯେବେ ଗଭର୍ଣ୍ଣର ଥିଲେ ଝାଡଖଣ୍ଡ ରେ ସେତେବେଳେ ଆମେ ତାଙ୍କ ସହ ଭଲ ଭାବେ ମିଶୁଥିଲୁ । ଆମ ଶିଶୁଜେନ ତରଫରୁ ତାଙ୍କୁ ଚିଫ ଗେଷ୍ଟ ଭାବେ ଡକା ଯାଇଥିଲା । ମୟୂରଭଞ୍ଜ କଲେଜ ର ପ୍ରେସିଡେନ୍ଟ ମଧ୍ୟ ସେ ଥିଲେ । ସେ ହିସାବରେ ଆମେ ସବୁ ଯାଇ ଥିଲୁ ସାକ୍ଷାତ କରିବା ପାଇଁ । ମ୍ୟାଡମ ଡାକିଲେ ଆମେ ଯାଇଥିଲୁ ।

ଆଉ ଏମିତି ମୋ ପୁଅ କଥା ପଚାରୁ ଥିଲେ । ମୋ ପୁଅ ଫିଲ୍ମ ଦମନ ଦେଖିଥିଲେ ମ୍ୟାଡମ ଦ୍ରୌପଦୀ ଆଉ କହିଲେ ବହୁତ ଭଲ ହୋଇଛି । ଏ ସବୁ କଥା ହେଉଥିଲୁ ଆଉ । ଆମେ 15 ମିନିଟ ପାଖା ପାଖି କଥା ହୋଇଛୁ । ମୋତେ ଡାକିଲେ ଉତ୍ତମ ଭାଇ ଆସ । ସାଇଡ ରେ ଆମେ ଦୁହେଁ ଛିଡା ହୋଇ ଫୋଟୋ ଉଠାଇଲୁ” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button