ମନୋରଞ୍ଜନ

ଆଜି ଘରେ ବନାନ୍ତୁ ଟେଷ୍ଟି କୁରକୁରା ‘ଭେଜିଟେରିୟାନ ନଗେଟ୍ସ’, ଥରେ ଖାଇଲେ ଭୁଲିପାରିବେନି ସ୍ୱାଦ

ବର୍ଷାର ଏହି ଶୀତୁଆ ଶୀତୁଆ ପାଗରେ କିଛି କୁରାକୁରା ଡିସ୍‌ ଏବଂ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆପଣଙ୍କ ଏହି ଇଚ୍ଛାକୁ ନଜର ରଖି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟି ଭେଜିଟେରିୟାନ ନଗେଟ୍ସ। ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

ପନୀର-୧କପ୍‌, ସୁଜି-୫ ଟେବୁଲ ଚାମଚ, କ୍ଷରା-୧ କପ୍‌,କଟା ପିଆଜ-୧ ମିଡିୟମ୍‌ ସାଇଜ୍‌, କଞ୍ଚା ଲଙ୍କା – ୨ଟି, କଟା ଧନିଆ ପତ୍ର- ୧ ଟେବୁଲ ଚାମଚ, ଗୋଲମରୀଚ ପାଉଡର-୧/୨ ଚାମଚ, ଲୁଣ- ସ୍ୱାଦାନୁସାରେ, ତେଲ- ଛାଣିବା ପାଇଁ।

ଘୋଳ ପାଇଁ ସାମଗ୍ରୀ

କ୍ଷୀର-୧/୩ କପ୍‌, ମଇଦା-୩ ଚାମଚ, ବ୍ରେଡ ଗୁଣ୍ଡ-୨/୩ କପ୍‌

ପ୍ରସ୍ତୁତି ପ୍ରଣାଳୀ

ପ୍ୟାନକୁ ମିଡିୟମ ଆଞ୍ଚରେ ଗରମ କରନ୍ତୁ। ଏଥିରେ କ୍ଷୀର, ସୁଜି, ପନୀର, ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର, ଗୋଲମରୀଚ ପାଉଡର, ଲୁଣ ଏବଂ ତେଲ ମିଶାନ୍ତୁ। ଏହାକୁ ଭଲ ଭାବେ ଫ୍ରାଏ କରନ୍ତୁ। ଏବେ ଏକ ଟ୍ରେକୁ ଭଲଭାବରେ ଗ୍ରୀସ୍‌ କରି ସେଥିରେ ମିକ୍ସଚରକୁ ଅଧା ଇଞ୍ଚ ପଯ୍ୟର୍ନ୍ତ ଢ଼ାଳନ୍ତୁ। ପ୍ରାୟ ୨ ଘଣ୍ଟା ଏହାକୁ ଛାଡି ଦିଅନ୍ତୁ। ମିକ୍ସଚର ଥଣ୍ଡା ହେବା ପରେ ଛୋଟ ଛୋଟ ଖଣ୍ଡକୁ କାଟି ଦିଅନ୍ତୁ।

ଏବେ ଏକ ପାତ୍ରରେ କ୍ଷୀର ଏବଂ ମଇଦାର ଘୋଳ ପ୍ରସ୍ତୁତ କରନ୍ତୁ। ଏହାସହିତ କଡାରେ ତେଲ ପକାଇ ତାହାକୁ ଗରମ ହେବା ପଯ୍ୟର୍ନ୍ତ ରଖିଦିଅନ୍ତୁ। ପ୍ରସ୍ତୁତ ସବୁ କଟଲେଟରେ ଘୋଳକୁ ଡିପ୍‌ କରି ସେଥିରେ ବ୍ରେଡ କ୍ରମ୍ବସ୍‌ ଲଗାଇ ଦିଅନ୍ତୁ। ଏହାପରେ ଏହାକୁ ଆଞ୍ଚରେ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର କ୍ରିସପି କ୍ରିମି ଭେଜିଟେବଲ ନଗେଟ୍ସ। ଏହାକୁ ଆପଣ ଚଟଣୀ ସହିତ ସ୍ନାକ୍ସରେ ଖାଇପାରିବେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button